ଅନ୍ତଃରାଷ୍ଟ୍ରୀୟ ସାକ୍ଷରତା ଦିବସ

ଅନ୍ତଃରାଷ୍ଟ୍ରୀୟ ସାକ୍ଷରତା ଦିବସ ସାରା ବିଶ୍ୱରେ ପ୍ରତିବର୍ଷ ୮ ସେପ୍ଟେମ୍ବର ଦିନ ପାଳିତ ହୁଏ । ସାକ୍ଷରତାର ମହତ୍ତ୍ୱ ପ୍ରତିପାଦନ କରିବା ସହ ବ୍ୟକ୍ତିଗତ, ସାମୁଦାୟୀକ ତଥା ସାମଜିକ ସ୍ତରରେ ସାକ୍ଷରତା ହାର ବଢାଇବା ନିମିତ୍ତ ସଚେତନତା ସୃଷ୍ଟି କରାଇବା ଏହାର ମୂଳ ଉଦ୍ଦେଶ୍ୟ ।[୧]

ଇତିହାସ ସମ୍ପାଦନା

୨୬ ଅକ୍ଟୋବର ୧୯୬୬ ମସିହାରେ ୟୁନେସ୍କୋଦ୍ୱାରା ଏହାର ୧୪ତମ ଅଧିବେଶନରେ ୮ ସେପ୍ଟେମ୍ବରକୁ ଅନ୍ତଃରାଷ୍ଟ୍ରୀୟ ସାକ୍ଷରତା ଦିବସ ରୂପେ ପାଳିବାକୁ ଏକ ଘୋଷଣାନାମା ଗୃହୀତ ହେଲା । ପ୍ରଥମ ଥର ପାଇଁ ଏହା ୧୯୬୭ ମସିହାରେ ପାଳିତ ହେଲା । ବିଶ୍ୱରୁ ନିରକ୍ଷରତା ଦୂର କରିବା ଏହାର ପାଥମିକ ଲକ୍ଷ୍ୟ । କାରଣ ୟୁନେସ୍କୋର ଏକ ତଥ୍ୟ ଅନୁସାରେ ବିଶ୍ୱରେ ପ୍ରତି ପାଞ୍ଚ ବୟସ୍କ ମଧ୍ୟରୁ ଜଣେ ନିରକ୍ଷର ଏବଂ ସମୁଦାୟ ନିରକ୍ଷରଙ୍କ ଦୁଇ-ତୃତୀୟାଂଶ ହେଉଛନ୍ତି ମହିଳା[୨]

ଆଧାର ସମ୍ପାଦନା

  1. "International Literacy Day". UNESCO (in ଇଂରାଜୀ). Retrieved 19 November 2018.
  2. "Literacy". uis.unesco.org (in ଇଂରାଜୀ). Retrieved 19 November 2018.

ବାହାର ଆଧାର ସମ୍ପାଦନା