ଅନୁଷ୍କା ସେଟ୍ଟୀ

ଭାରତୀୟ ଅଭିନେତ୍ରୀ

ସୁଇଟି ସେଠି(ଜନ୍ମ ୭ ନଭେମ୍ବର ୧୯୮୧ ) ନିଜର ମଞ୍ଚ ନାମ ଅନୁଷ୍କା ସେଠି ନାମଦ୍ୱାରା ବିଶେଷ ଜଣାସୁଣା | ସେ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ ଯିଏକି ମୁଖ୍ୟତଃ ତେଲୁଗୁ ଓ ତାମିଲ୍ ସିନେମାରେ କାମ କରିଚନ୍ତି |

ଅନୁଷ୍କା ସେଠି
ବାହୁବଲି: ଦି ବିଗିନିଙ୍ଗ୍(୨୦୧୫) ସିନେମା-ଝଲକର୍ ମୁକ୍ତିଲାଭ ଅବସରରେ ଅନୁଷ୍କା ସେଠି
Born
ସୁଇଟି ସେଠି

୭ ନଭେମ୍ବର ୧୯୮୧ (ବୟସ ୩୫)
Educationବି.ସି.ଏ
Occupation(s)ଅଭିନେତ୍ରୀ, ମଡେଲ୍, ପୁର୍ବତନ ଯୋଗ ଶିକ୍ଷୟତ୍ରୀ
Years active୨୦୦୫–ବର୍ତ୍ତମାନ୍ 
Height୧.୭୫ ମି (୫ ଫୁଟ୍ ୯ ଇଞ୍ଚ୍)
Awardsକଲାଇମାମଣୀ,ନନ୍ଦି ପୁରସ୍କାର

ସେ ତାଙ୍କର ଅଭିନୟ ଯାତ୍ରା ତେଲୁଗୁ ସିନେମା ସୁପର୍ରୁ ଆରମ୍ଭ କରିଥିଲେ | ବିକ୍ରମାର୍କୁଡୁ (୨୦୦୬), ଅରୁନ୍ଧତୀ (୨୦୦୯), ବେଦମ୍ (୨୦୧୦), ରୁଦ୍ରମାଦେବୀ (୨୦୧୫) ଓ ବାହୁବଲି:ଦି ବିଗିନିଙ୍ଗ୍(୨୦୧୫) ଆଦି ଚଳଚ୍ଚିତ୍ରରେ ସେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିଛନ୍ତି |[୧] ଅରୁନ୍ଧତୀ (୨୦୦୯)ରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ବହୁ ପ୍ରଶଂସିତ ହୋଇଥିଲେ |[୨] ଏହା ସହିତ ସେ ବେଦମ୍ (୨୦୧୦)ରେ ସରୋଜା ଏବଂ ରୁଦ୍ରମାଦେବୀ (୨୦୧୫)ରେ ରାଣୀ ରୁଦ୍ରମାଦେବୀ ଭାବରେ ଅଭିନୟ କରି ତିନିଟି ଫିଲ୍ମ୍ ଫେୟାର୍, ଗୋଟିଏ ନନ୍ଦି ଓ ତିନିଟି ସିନେମା ପୁରସ୍କାର ଲାଭ କରିଥିଲେ | ଏହା ପରେ ୨୦୧୦ରେ ସେ ତାମିଲ୍ ଚଳଚ୍ଚିତ୍ର ସିଙ୍ଘମ୍(୨୦୧୦)ରେ ଅଭିନୟ କରିଥିଲେ,[୧] ଏଥି ସହିତ ଏହାର ଧାରାବାହିକ ଚଳଚ୍ଚିତ୍ର ସିଙ୍ଘମ୍ ୨ (୨୦୧୩) , ସି୩ (୨୦୧୭) ଓ ୟେନ୍ନାଇ ଅରିନ୍ଧାଲ୍ (୨୦୧୫)ରେ ମଧ୍ୟ ନାୟିକା ରୂପରେ ଦେଖାଦେଇଥିଲେ | ଏହି ଚାରିଟିଯାକ ସିନେମା ତାଙ୍କୁ ବହୁତ ଆର୍ଥିକ ସଫଳତା ଆଣିଦେଇଥିଲେ | ଅପରପକ୍ଷରେ ଭନମ୍ (୨୦୧୧), ଦେଇଭା ଥିରୁମଗଲ୍ (୨୦୧୧) ଓ ଇଞ୍ଜି ଇଦୁପ୍ପା଼ହାଗି (୨୦୧୫)ରେ ତାଙ୍କର ଅଭିନୟ ତାଙ୍କୁ ପ୍ରଶଂସିତ କରିଥିଲା |

ଆଧାର ସମ୍ପାଦନା

  1. ୧.୦ ୧.୧ "Top Telugu actresses of 2009 - Rediff.com Movies". Movies.rediff.com. 2009-12-29. Retrieved 2011-06-18.
  2. "Meet super-talented Anushka Shetty! - Rediff.com Movies". Movies.rediff.com. 2010-05-31. Retrieved 2011-06-18.

ବାହ୍ୟ ଲିଙ୍କ୍ ସମ୍ପାଦନା