ଅନନ୍ତ ଚରଣ ତ୍ରିପାଠୀ
ଓଡ଼ିଆ ରାଜନୀତିଜ୍ଞ
ଅନନ୍ତ ଚରଣ ତ୍ରିପାଠୀ (୯ ମାର୍ଚ୍ଚ ୧୯୨୧ - ୨୩ ଡିସେମ୍ବର ୨୦୦୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଅନନ୍ତ ଚରଣ ତ୍ରିପାଠୀ | |
---|---|
![]() ଅନନ୍ତ ଚରଣ ତ୍ରିପାଠୀ | |
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ଅନନ୍ତ ଚରଣ ତ୍ରିପାଠୀ |
ପର ଅଧିକାରୀ | ପଦ୍ମ ଚରଣ ନାଏକ |
ନିର୍ବାଚନ ମଣ୍ଡଳୀ | ରାଜନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ମାର୍ଚ୍ଚ ୯, ୧୯୨୧ |
ମୃତ୍ୟୁ | ୨୩ ଡିସେମ୍ବର ୨୦୦୪ | (ବୟସ ୮୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱାଧୀନ |
ଜୀବନ ସାଥୀ | ସୁଶୀଳା ତ୍ରିପାଠୀ |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା
ଅନନ୍ତ ଚରଣ ତ୍ରିପାଠୀ ୧୯୨୧ ମସିହାର ମାର୍ଚ୍ଚ ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ସୁଶୀଳା ତ୍ରିପାଠୀ ।[୧] ଅନନ୍ତଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ରୁ କମ୍ ।[୧]
ରାଜନୈତିକ ଜୀବନ ସମ୍ପାଦନା
ଅନନ୍ତ ଚରଣ ତ୍ରିପାଠୀ ଓଡ଼ିଶା ବିଧାସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ ସମ୍ପାଦନା
ଅନନ୍ତ ଚରଣ ତ୍ରିପାଠୀ ୨୦୦୪ ମସିହାର ଡିସେମ୍ବର ମାସ ୨୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।