ଅଞ୍ଜନା ମିଶ୍ର ଧର୍ଷଣ ମାମଲା

ଅଞ୍ଜନା ମିଶ୍ର ଧର୍ଷଣ ମାମଲା ୧୯୯୯ ମସିହାରେ ଓଡ଼ିଶାରେ ଘଟିଥିବା ଏକ ବହୁଚର୍ଚ୍ଚିତ ଅପରାଧିକ ମାମଲା । ସୁଭାଷ ମିଶ୍ର ନାମକ ଜନୈକ ଭାରତୀୟ ବନ ସେବା ଅଧିକାରୀଙ୍କ ପରିତ୍ୟକ୍ତା ସ୍ତ୍ରୀ[୧] ୯ ଜାନୁଆରୀ ୧୯୯୯ରେ ଧର୍ଷଣର ଶିକାର ହୋଇଥିଲେ ଏବଂ ଏହି ଘଟଣା ତତ୍କାଳୀନ ଓଡ଼ିଶାରେ ରାଜନୈତିକ ହଇଚଇ ସୃଷ୍ଟି କରିଥିଲା ।[୨] ଏପରିକି, ଉକ୍ତ ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତାଙ୍କ ତଥାକଥିତ ବନ୍ଧୁ ତଥା ପୂର୍ବତନ ମହାଧୀବକ୍ତା ଇନ୍ଦ୍ରଜିତ ରାୟଙ୍କର ପ୍ରଛନ୍ନ ହାତ ଥିବା ଅଭିଯୋଗ ହୋଇଥିଲା । ଫଳରେ ଓଡ଼ିଶାର ତତ୍କାଳୀନ ଶାସକ ଦଳ କଂଗ୍ରେସର ଭାବମୂର୍ତ୍ତୀ ଅକ୍ଷୁର୍ଣ୍ଣ ରଖିବା ଉଦ୍ୟମରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭଙ୍କୁ ତାଙ୍କ ଆସନ ହରାଇବାକୁ ପଡିଲା ଏବଂ ଗିରିଧର ଗମାଙ୍ଗ ଉକ୍ତ ପଦବୀ ଲାଭ କଲେ ।

ଘଟଣା ସଂପର୍କରେ ସମ୍ପାଦନା

ଅଭିଯୋଗ ଅନୁଯାୟୀ, ଘଟଣା ଦିନ ଅର୍ଥାତ ୯ ଜାନୁଆରୀ ୧୯୯୯ ଦିନ ଅଞ୍ଜନା ତାଙ୍କର ଜନୈକ ସାମ୍ବାଦିକା ବନ୍ଧୁଙ୍କସହ ଏକ କାର୍‌ରେ ଯାତ୍ରା କରୁଥିଲେ । ଭୁବନେଶ୍ୱର ଉପକଣ୍ଠସ୍ଥ ବାରଙ୍ଗ ନିକଟବର୍ତ୍ତୀ ଏକ ନିକାଞ୍ଚନ ଜାଗାରେ ତିନିଜଣ ଦୁର୍ବୃତ୍ତ ସେମାନଙ୍କ ପଥରୋଧ କରିବା ସହ ବନ୍ଧୁଙ୍କ ସାମନାରେ ଅଞ୍ଜନାକୁ ଗଣଧର୍ଷଣ କରିଥିଲେ ।[୩] ଏ ଘଟଣା ପ୍ରଘଟ ହେବା ପରେ ପୋଲିସ ୨୬ ଜାନୁଆରୀ ୧୯୯୯ ଦିନ ମାତ୍ର ଦୁଇଜଣକୁ ଗିରଫ କଲା । ଘଟଣାକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏହାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରି ବ୍ୟୁରୋଦ୍ୱାରା ହେବା ନିମିତ୍ତ ଆଦେଶ ଦେଇଥିଲେ ।[୪]

ଘଟଣାର ମୁଖ୍ୟ ଅଭିଯୁକ୍ତ ବିବେକାନନ୍ଦ ବିଶ୍ୱାଳ ଓରଫ ବିବନ ଘଟଣାର ପ୍ରାୟ ୨୨ ବର୍ଷ ପରେ ୨୧ ଫେବୃଆରୀ ୨୦୨୧ ତାରିଖରେ ମୁମ୍ବାଇର ଲୋନାବଲା ଅଞ୍ଚଳରୁ ଭୁବନେଶ୍ୱର କମିଶନେରେଟ ପୋଲିସଦ୍ୱାରା ଗିରଫ ହେଲା ।[୫][୬]

ମାମଲାର ବିଚାର ସମ୍ପାଦନା

ଘଟଣା ପୂର୍ବ ଧର୍ଷଣ ଉଦ୍ୟମ ସମ୍ପାଦନା

୧୨ ଜୁଲାଇ ୧୯୯୭ରେ, ଅଞ୍ଜନା ମିଶ୍ର ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ ଯେ ୧୧ ଜୁଲାଇରେ ତତକାଳୀନ ଆଡ଼ଭୋକେଟ ଜେନେରାଲ ଶ୍ରୀ ଇନ୍ଦ୍ରଜିତ ରାୟ ତାଙ୍କୁ କଟକସ୍ଥିତ ତାଙ୍କ କାର୍ଯ୍ୟାଳୟ-ନିବାସକୁ ନିମନ୍ତ୍ରଣ କରିଥିଲେ, ଏବଂ ତାଙ୍କୁ ଏକ ଗୁପ୍ତ କଲ ପାଇବା ବାହାନାରେ ତାଙ୍କ ଶୋଇବା ଘରକୁ ନେଇଥିଲେ ଏବଂ ତାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ । କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଅନେକ ମହିଳା ସଂଗଠନର ପ୍ରତିନିଧୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ଆପୋଷ ବୁଝାମଣା କରିବାକୁ ପରାମର୍ଶ ଦେଇଥିଲେ । ଏହାକୁ ଅଞ୍ଜନା ପ୍ରତ୍ୟାଖ୍ୟାନ କରିଥିଲେ । ସେ ୧୯ ଜୁଲାଇ ୧୯୯୭ରେ କଟକସ୍ଥିତ କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେସନରେ ପ୍ରଥମ ସୂଚନା ରିପୋର୍ଟ ଦାଖଲ କରିଥିଲେ । ଜନ ଅସନ୍ତୋଷ ପରେ ରାୟଙ୍କୁ ଏହି ପଦ ଛାଡିବାକୁ ପଡିଥିଲା ଏବଂ ସିବିଆଇ ଏହାକୁ ନେଇ ମାମଲା ରୁଜୁ କରିଥିଲା । ତାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଫେବୃଆରୀ ୨୦୦୦ରେ ସିବିଆଇ ଅଦାଲତ କୋର୍ଟ ରାୟଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।[୭]

ଆଧାର ସମ୍ପାଦନା

  1. "FROM THE FRYING PAN INTO THE FIRE". publications.parliament.uk. Retrieved 24 February 2021.
  2. Mishra, Anjana. "My story". Retrieved 8 July 2017.
  3. "Anjana Mishra allegedly gang raped". Retrieved 8 July 2017.
  4. "FROM THE FRYING PAN INTO THE FIRE". Retrieved 8 July 2017.
  5. "Anjana Mishra gangrape case: Accused held after 22 years". www.telegraphindia.com. Retrieved 23 February 2021.
  6. "Anjana Mishra gangrape case: Prime accused arrested from Mumbai after 22 years". Odisha News In English. 22 February 2021. Retrieved 24 February 2021.
  7. "Rediff On The NeT: Indrajit Ray will see Anjana in high court". m.rediff.com. Retrieved 24 February 2021.