ରୋଷଘରୁ ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ଲାଗିଥିବା ପଥକୁ ଅଚିନ୍ତା ପହଣ୍ଡ କୁହାଯାଏ । ଯେଉଁଠି ଚିନ୍ତା ନ କରି ପାଦ ପକାଇ ହବ ତାହାକୁ କହନ୍ତି ଅଚିନ୍ତା ପହଣ୍ଡ । ବିଶେଷ କରି ଭୋଗ ରାସ୍ତାକୁ ଏହା ବୁଝାଏ । ରୋଷଘରୁ ଭୋଗ ବୁହାହେବା ପାଇଁ ସୁଡ଼ଙ୍ଗ ଭଳି ଏକ ରାସ୍ତା ।

ଓଡ଼ିଶାର ବିଭିନ୍ନ ମନ୍ଦିରମାନଙ୍କରେ ସମ୍ପାଦନା

ଭୋଗ ବୁହା ହେବା ପାଇଁ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଓଡ଼ିଶାର ଅନେକ ମନ୍ଦିରରେ ଦେଖିବାକୁ ମିଳେ ।

ଶ୍ରୀମନ୍ଦିର ସମ୍ପାଦନା

ଶ୍ରୀମନ୍ଦିରରେ ରହିଛି 'ଅଚିନ୍ତା ପହଣ୍ଡ' । ବଡ଼ ଦେଉଳର ରୋଷେଇଘରୁ ଅମୁଣିଆ ସେବକମାନେ ଛେକ (ଭୋଗ କୁଡିଆ ଭାର) ଧରି ଗର୍ଭଗୃହକୁ ଯାଆନ୍ତି । ରାସ୍ତାରେ କାଳେ କିଏ ଛୁଇଁ ଦେଲେ ଛେକ ମରାହୋଇଯିବ,ସେଥିପାଇଁ ରୋଷଘରୁ ଗର୍ଭଗୃହ ପାଖକୁ ଏକ ସ୍ୱତନ୍ତ୍ର ରାସ୍ତା ରହିଛି । ଯେଉଁ ରାସ୍ତାରେ ଛେକ ଗଲେ କେହିଚୂନିବାର ଭୟ ନଥିବ ବା କେହି ସାମ୍ନା ହେବାର ସମ୍ଭାବନା ନଥିବ । ଶ୍ରୀମନ୍ଦିରରେ ଏହି ଅଚିନ୍ତା ପହଣ୍ଡ ଭୋଇବଂଶୀ ଗଜପତି ମହାରାଜା ହରେକୃଷ୍ଣ ଦେବଙ୍କ ସମୟରେ ହୋଇଛି । ୧୭୧୬ରୁ ୧୭୨୦ ପର୍ଯ୍ୟନ୍ତ ଶାସନ କରିଥିବା ଭୋଇବଂଶୀ ଗଜପତି ମହାରାଜାଙ୍କ ସମୟରେ ଏହା ତିଆରିହୋଇଛି । ଗଜପତି ମହାରାଜାଙ୍କ ପାତ୍ର ଭଗବାନ ଭ୍ରମର ବରଙ୍କଦ୍ୱାରା ଅମୁଣିହା ବୁହା ହେବାପାଇଁ ଶ୍ରୀମନ୍ଦିରରେ ଅଚିନ୍ତା ପହଣ୍ଡ ନିର୍ମିତ ହୋଇଥିଲା । ଏହି ରାଜାଙ୍କ ନାମରେ ପୁରୀ ଉପକଣ୍ଠରେ ଥିବା ବୀର ହରେକୃଷ୍ଣ ଶାସନ ଗାଁ ଗଢଢ଼ିଉଠିଛି । [୧]

କାକଟପୁରର ମଙ୍ଗଳା ମନ୍ଦିର ସମ୍ପାଦନା

କେନ୍ଦୁଝର ବଳଦେବ ମହାପ୍ରଭୁଙ୍କ ମନ୍ଦିର ସମ୍ପାଦନା

ଆଧାର ସମ୍ପାଦନା

  1. ମହାପାତ୍ର, ସିଦ୍ଧେଶ୍ୱର (୧୭/୫/୨୦୧୫). "ଅଚିନ୍ତା ପହଣ୍ଡ". ପ୍ରମେୟ -ଭୁବନେଶ୍ୱର ସଂସ୍କରଣ. Retrieved 30 August 2015. {{cite news}}: Check date values in: |date= (help)[permanent dead link]