ଫାଇବ୍ରୋସିସ୍ଟିକ ସ୍ତନ ପରିବର୍ତ୍ତନ

ମାନବ ରୋଗ
(Fibrocystic breast changesରୁ ଲେଉଟି ଆସିଛି)

ଫାଇବ୍ରୋସିସ୍ଟିକ ସ୍ତନ ପରିବର୍ତ୍ତନ (ଇଂରାଜୀ ଭାଷାରେ Fibrocystic breast change) ଏକ ସ୍ତନ ବେମାରୀ ଯେଉଁଥିରେ ସ୍ତନରେ (breast) ସିସ୍ଟ (breast cyst), ସ୍ତନ ଗୋଟାଳି (breast mass) ଓ ମାସ୍ଟାଲଜିଆ (pain) ବା ସ୍ତନ ଯନ୍ତ୍ରଣା ହୋଇପାରେ ।[୧] ମୁଣ୍ଡା ଭଳି ବା ମଇଦା ଚକଟା ଭଳି ସ୍ତନ ଲାଗେ ।[୩] ଋତୁଚକ୍ରର (menstrual cycle) କେତେକ ସମୟରେ ଯନ୍ତ୍ରଣା ଅଧିକ ହୋଇପାରେ ।[୧] କର୍କଟ ରୋଗ ସାଥିରେ ଏହା ସମ୍ପର୍କ ନାହିଁ ।[୨]

ଫାଇବ୍ରୋସିସ୍ଟିକ ସ୍ତନ (Fibrocystic breast changes)
Fibrocystic change, fibrocystic breast disease,[୧] fibrocystic breast condition
ଫାଇବ୍ରୋସିସ୍ଟିକ ସ୍ତନ ପରିବର୍ତ୍ତନର ମାଇକ୍ରୋଗ୍ରାଫ (Micrograph) H&E stain.
ବିଭାଗସ୍ତ୍ରୀରୋଗ ବିଜ୍ଞାନ (Gynaecology)
ଲକ୍ଷଣସ୍ତନରେ (breast) ସିସ୍ଟ (breast cyst), ସ୍ତନ ଗୋଟାଳି (breast mass) ଓ ମାସ୍ଟାଲଜିଆ (pain)[୨]
ଆକ୍ରାନ୍ତ ସମୟ୩୦-୫୦ ବର୍ଷ ବୟସ ମଧ୍ୟରେ [୧]
ବିପଦ କାରକଶୀଘ୍ର ମେନାର୍କି ବା ପ୍ରଥମ ଋତୁସ୍ରାବ menarche, ଡେରିରେ ଛୁଆ ଜନ୍ମ ବା ଆଦୌ ଛୁଆ ନହେବା [୨]
ରୋଗ ନିର୍ଣ୍ଣୟ ପଦ୍ଧତିସାମୟିକ ସ୍ତନ ପରୀକ୍ଷା (examination), ମେଡିକାଲ ଇମେଜିଙ୍ଗ (medical imaging) ବା ସ୍ତନ ବାୟୋପସି (breast biopsy)[୧]
ସଠିକ ରୋଗ ନିର୍ଣ୍ଣୟBreast cancer[୧]
ଚିକିତ୍ସାରୋଗ ବିଷୟରେ ଶିକ୍ଷା, ସଠିକ ଫିଟ ହେଉଥିବା ବ୍ରା (bra), ଯନ୍ତ୍ରଣା ନିବାରକ (pain medication)[୧]
Prognosisଭଲ[୧]
ପୁନଃପୌନିକ୬୦% ମହିଳାଙ୍କର ହୁଏ [୩]

ଶୀଘ୍ର ମେନାର୍କି ବା ପ୍ରଥମ ଋତୁସ୍ରାବ menarche, ଡେରିରେ ଛୁଆ ଜନ୍ମ ବା ଆଦୌ ଛୁଆ ନହେବା ଏହି ରୋଗ ସଙ୍କଟ ସୃଷ୍ଟି କରିଥାଏ ।[୨] ଏହା ଏକ ରୋଗ ନୁହେଁ କିନ୍ତୁ ସାଧାରଣ ସ୍ତନ ପରିବର୍ତ୍ତନ ଅଟେ ।[୩] ରୋଗ ନିର୍ଣ୍ଣୟ କରିବା ନିମନ୍ତେ ସ୍ତନ କର୍କଟ ରୋଗ ନଥିବା ପ୍ରମାଣ କରିବାକୁ ହୁଏ ।[୧] ଏଭଳି ପରିବର୍ତ୍ତନମାନଙ୍କର ନାମ ଯଥାକ୍ରମେ ସ୍ତନର ଫାଇବ୍ରୋଆଡେନୋମା (fibroadenoma), ଫାଇବ୍ରୋସିସ (fibrosis) ଓ ପାପିଲୋମା (papilloma) ।[୧]

ଏହି ଅବସ୍ଥା ବିଷୟରେ ମହିଳଙ୍କୁ ଉପ‌ଯୁକ୍ତ ଶିକ୍ଷା ଦେବା ଆବଶ୍ୟକ; ସଠିକ ଫିଟ ହେଉଥିବା ବ୍ରା (bra), ଯନ୍ତ୍ରଣା ନିବାରକ (pain medication) ଦିଆଯାଏ ।[୧] ଯନ୍ତ୍ରଣା ନିବାରକ ଭାବରେ ଡାନାଜୋଲ (danazol) ବା ଟାମୋକ୍ସିଫେନ ଦିଆଯାଇପାରେ ।[୧] ପ୍ରାୟ ୬୦% ମହିଳାଙ୍କର ଏହି ଅବସ୍ଥା ହୁଏ ।[୩] ବୟସ ୩୦-୫୦ ବର୍ଷ ମଧ୍ୟରେ ଥିବା ମହିଳଙ୍କର ଏହି ଅବସ୍ଥା ହୋଇପାରେ ।[୧]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Ferri, Fred F. (2018). Ferri's Clinical Advisor 2019: 5 Books in 1 (in ଇଂରାଜୀ). Elsevier Health Sciences. p. 548. ISBN 9780323550765.
  2. ୨.୦ ୨.୧ ୨.୨ ୨.୩ "Breast Masses (Breast Lumps)". Merck Manuals Professional Edition (in କାନାଡିୟ ଇଂରାଜୀ). Retrieved 3 November 2018.
  3. ୩.୦ ୩.୧ ୩.୨ ୩.୩ Santen, RJ; Mansel, R (21 July 2005). "Benign breast disorders". The New England Journal of Medicine. 353 (3): 275–85. doi:10.1056/NEJMra035692. PMID 16034013.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ