ଅରୁଣ ରଞ୍ଜନ ମିଶ୍ର
(Arun Ranjan Mishraରୁ ଲେଉଟି ଆସିଛି)
ଅରୁଣ ରଞ୍ଜନ ମିଶ୍ର (ଜନ୍ମ: ୦୨ ଜାନୁଆରୀ ୧୯୫୯) ଜଣେ ସଂସ୍କୃତ ଅଧ୍ୟାପକ ଓ ଗବେଷକ । ସେ ଶାନ୍ତିନିକେତନ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟଠାରେ ଥିବା ସେଣ୍ଟର ଫର ବୁଦ୍ଧିଷ୍ଟ ଷ୍ଟଡ଼ିଜର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି । ୨୦୨୩ ମସିହାରେ ନିଜ ସଂସ୍କୃତ କବିତା ସଂକଳନ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ ।
ଅରୁଣ ରଞ୍ଜନ ମିଶ୍ର | |
---|---|
ଜାତୀୟତା | ଭାରତୀୟ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୨୩ |
ସଂକ୍ଷିପ୍ତ ଜୀବନୀ ସମ୍ପାଦନା
୧୯୮୨ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର, ୧୯୮୫ ମସିହାରେ ପୁନା ବିଶ୍ୱବିଦ୍ୟାଳୟରୁ ଏମଫିଲ ଓ ୧୯୮୮ ମସିହାରେ ପୁନା ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଥିଲେ ।[୧]
ସମ୍ମାନ ଓ ପୁରସ୍କାର ସମ୍ପାଦନା
- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର - ୨୦୨୩[୨]
ଆଧାର ସମ୍ପାଦନା
- ↑ "CURRICULUM VITAE OF ARUN RANJAN MISHRA" (PDF). www.visvabharati.ac.in. visvabharati.ac.in. Archived from the original (PDF) on 24 December 2023. Retrieved 24 December 2023.
- ↑ "Sahitya Akademi announces Annual Sahitya Akademi Awards in 24 languages 9 Books of Poetry, 6 Novels, 5 Short Stories, 3 Essays and 1 Literary Study won Awards for 2023 Award Presentation function to be held on 12th March 2024 at Kamani Auditorium, New Delhi". www.pib.gov.in. PIB Delhi. Retrieved 24 December 2023.