ହୃଷୀକେଶ ପଣ୍ଡା (ଗୀତିକାର)

ଓଡ଼ିଆ କବି, ଗୀତିକାର, କଥାକାର

ହୃଷୀକେଶ ପଣ୍ଡା (୫ ସେପ୍ଟେମ୍ବର ୧୯୫୩ - ୧୫ ଅକ୍ଟୋବର ୨୦୧୭) ଜଣେ ଓଡ଼ିଆ କବି, ଗୀତିକାର, କଥାକାର ଥିଲେ ।[୨] ସେ କଟକ ଆକାଶବାଣୀ କେନ୍ଦ୍ରର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ହୃଷୀକେଶ ୧୯୮୧ ମସିହାରେ ଆକାଶବାଣୀରେ ଯୋଗ ଦେଇଥିଲେ । ସେ ଦୀର୍ଘ ୪୦ ବର୍ଷ ଧରି ଓଡ଼ିଆ ସାହିତ୍ୟ ସ‌ହ ଜଡ଼ିତ ଥିଲେ । ସେ ୪୫ରୁ ଅଧିକ ଓଡ଼ିଆ ପୁସ୍ତକ ରଚନା କରିଥିଲେ ।[୧]

ହୃଷୀକେଶ ପଣ୍ଡା
ଜନ୍ମ(1953-09-05)ସେପ୍ଟେମ୍ବର ୫, ୧୯୫୩
ମୃତ୍ୟୁ୧୫ ଅକ୍ଟୋବର ୨୦୧୭(2017-10-15) (ବୟସ ୬୪)[୧]
ମୃତ୍ୟୁର କାରଣବୃକ୍‌କ ଯନିତ ସମସ୍ୟା
ବୃତ୍ତି(ସମୂହ)କବି,
ଗୀତିକାର,
କଥାକାର,
ଆକାଶବାଣୀ କଟକର ପୂର୍ବତନ ନିର୍ଦ୍ଦେଶକ
ବୈବାହିକ-ସାଥୀମାଳତୀ ପଣ୍ଡା
ସନ୍ତାନଲୁସି, ଲିନା, କୁନି

ଜନ୍ମ ଏବଂ ପ୍ରାରମ୍ଭିକ ଜୀବନ ସମ୍ପାଦନା

ହୃଷୀକେଶ ୧୯୫୩ ମସିହା ସେପ୍ଟେମ୍ବର ମାସ ୫ ତାରିଖରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକ୍‌ ଅନ୍ତର୍ଗତ ପଶ୍ଚିମବାଡ଼ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୧] ୧୯୭୬ ମସିହାରେ ସେ ବାଲେଶ୍ୱରର ଫକୀର ମୋହନ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ଶାନ୍ତି ନିକେତନରେ ଯୋଗ ଦେଇଥିଲେ ଏବଂ ୧୯୭୭ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।[୨] ଏହାପରେ ସେ 'ରବୀନ୍ଦ୍ର ସମକାଳୀନ ଓଡ଼ିଆ କବିତା’ ଉପରେ ଗବେଷଣା କରିଥିଲେ ଏବଂ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ ଡକ୍ଟରେଟ ଉପାଧି ପାଇଥିଲେ । ଏହାପରେ ହୃଷୀକେଶ ଚାରି ବର୍ଷ ଧରି ବାଲେଶ୍ୱରରେ ଶିକ୍ଷାଦାନ କରିଥିଲେ ।

ପରିବାର ସମ୍ପାଦନା

ହୃଷୀକେଶ ପଣ୍ଡା ମାଳତୀ ପଣ୍ଡାକୁ ବିବାହ କରିଥିଲେ । ତାଙ୍କର ତିନିଜଣ ଝିଅ ଅଛନ୍ତି ।[୧]

ଆକାଶବାଣୀ ସ‌ହ ସମ୍ପର୍କ ସମ୍ପାଦନା

ହୃଷୀକେଶ କିଛିବର୍ଷର ଅଧ୍ୟାପନା ପରେ, ୧୯୮୧ ମସିହାରେ ଆକାଶବାଣୀ ବେତାର ପ୍ରସାରଣ ସେବାରେ ଯୋଗଦେଇଥିଲେ ।[୧] ସେ ଦୀର୍ଘ ବର୍ଷ ଧରି ଆକାଶବାଣୀର ବିଭିନ୍ନ କେନ୍ଦ୍ରମାନଙ୍କରେ କାର୍ଯ୍ୟ କରିବା ପରେ ପ୍ରଥମେ ଆକାଶବାଣୀ ବ୍ରହ୍ମ‌ପୁର କେନ୍ଦ୍ରର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ଆକାଶବାଣୀ କଟକ କେନ୍ଦ୍ରର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।[୨]

ସାହିତ୍ୟ ରଚନା ସମ୍ପାଦନା

ହୃଷୀକେଶ ସତୁରି ଦଶକରୁ ନିୟମିତ ଭାବରେ ଲେଖି ଆସିଛନ୍ତି । ସେ ଓଡ଼ିଆ ସାହିତ୍ୟରେ ୪୫ ଖଣ୍ଡ ବ‌ହି ରଚନା କରିଥିଲେ ।[୨] ଓଡ଼ିଆ ପୁସ୍ତକ ରଚନା ସ‌ହ ହୃଷୀକେଶ ଅନେକ ଗୀତିକବିତା ମଧ୍ୟ ରଚନା କରିଛନ୍ତି । ସେ କେତେକ ଚଳଚ୍ଚିତ୍ରରେ ସଂଳାପ ଲେଖିବା ସହିତ ଅନେକ ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତ କରିଥିଲେ।[୧]

ଅନନ୍ୟ ରଚନା ସମ୍ପାଦନା

  • ତିନୋଟି ନିଃଶ୍ୱାସର ପୃଥିବୀ
  • ଅନ୍ତରଙ୍ଗ ସକାଳ
  • ପ୍ରତୀୟର ପ୍ରତିଶ୍ରୁତି
  • ଦେହର ନଉକା ଓ ରକ୍ତର ଗଙ୍ଗା
  • ଝରକା ନଥିବା ଘର ଓ ଜହ୍ନରାତି
  • ଅଜଣା ସଂପର୍କର ଋତୁ

ପୁରସ୍କାର ସମ୍ପାଦନା

ହୃଷୀକେଶ ୧୦ଥର ଜାତୀୟସ୍ତରରେ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ସେ ୨୦୦୦ରେ ଇଣ୍ଡୋନେସିଆରେ, ୨୦୧୦ରେ ଜାପାନ ଦେଶର ଟୋକିଓରେ ଆନ୍ତର୍ଜାତିକ ପୁରସ୍କାର ପାଇଥିଲେ ।[୧]

ମୃତ୍ୟ ସମ୍ପାଦନା

୨୦୧୭ ମସିହା ଅକ୍ଟୋବର ୧୫ରେ ହୃଷୀକେଶ କଟକର ଏକ ଘରୋଇ ଚିକିତ୍ସାଳୟରେ ଦେହତ୍ୟାଗ କରିଥିଲେ । ସେ ଦୀର୍ଘ ଦିନ ଧରି ବୃକ୍‌କ ଜନିତ ରୋଗରେ ପିଡ଼ୀତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହେଇଥିଲା ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "ଡକ୍ଟର ହୃଷୀକେଶ ପଣ୍ଡାଙ୍କ ପରଲୋକ". sambad.in. 16 October 2017. Retrieved 16 October 2017.
  2. ୨.୦ ୨.୧ ୨.୨ ୨.୩ ୨.୪ "ହୃଷୀକେଶ ପଣ୍ଡାଙ୍କ ପରଲୋକ". ସମାଜ. 16 October 2017. Retrieved 16 October 2017.[permanent dead link]