ସମୟ ଗଣନା ସମୟ/କାଳକୁ ଗଣିବାକୁ ବୁଝାଇଥାଏ । ବିଜ୍ଞାନ ଓ ନାନାଦି ଧର୍ମଧାରାରେ ଏହା ଅଲଗା ଅଲଗା ଭାବରେ ଗଣାଯାଇଥାଏ ।

ହିନ୍ଦୁ ଧର୍ମ ବିଶ୍ୱାସ ସମ୍ପାଦନା

 
ହିନ୍ଦୁ ସମୟମାପ ଏକକ ଗୁଡ଼ିକର ତୁଳନାତ୍ମକ ଚିତ୍ର

କଳ୍ପ ସମ୍ପାଦନା

ହିନ୍ଦୁ ପୁରାଣ ମତେ ବ୍ରହ୍ମାଙ୍କର ଏକଦିନ ବା ଏକରାତିର ସମୟ, ଏହା ମଣିଷମାନଙ୍କର ୪୩୨ କୋଟି ବରଷ କାଳ । ବର୍ତ୍ତମାନ (୨୦୧୧ସାଲରେ) ଶ୍ୱତବାରାହ କଳ୍ପାବ୍ଦରେ ୧୯୭କୋଟି ୨୯ଲକ୍ଷ ୫୦ହଜାର ୧୩ବର୍ଷ ଚଳୁଅଛି ।

ଶ୍ୱେତବରାହ କଳ୍ପ ସମ୍ପାଦନା

ଏହା ବ୍ରହ୍ମାଙ୍କ ସୃଷ୍ଟିର ଆଦିଯୁଗର ପ୍ରଥମ କଳ୍ପ । ଏହି କଳ୍ପାବ୍ଦର ପରିମାଣ ମୋଟରେ ୪୩୨କୋଟି ବର୍ଷ । ଏହି କଳ୍ପର ସପ୍ତବିଂଶ ଯୁଗ ଅତୀତ ହୋଇ ଅଷ୍ଟାବିଂଶ ଯୁଗ ବର୍ତ୍ତମାନ ଚାଲୁଅଛି । ଏ କଳ୍ପରେ ସ୍ୱାୟମ୍ଭୁବ, ସ୍ୱାରୋଚିଷ, ଉତ୍ତମଜ, ତାମସ, ରୈବତ ଓ ଚାକ୍ଷୁଷ ମନୁମାନଙ୍କର ଅଧିକାର ଶେଷ ହୋଇଛି, ବର୍ତ୍ତମାନ ବୈବସ୍ୱତ ନାମକ ସପ୍ତମ ମନୁଙ୍କ ଅଧିକାର ଚଳୁଅଛି । ବର୍ତ୍ତମାନ ଶ୍ୱେତବାରାହ କଳ୍ପାବ୍ଦରେ ୧୯୭କୋଟି ୨୯ଲକ୍ଷ ୫୦ହଜାର ୧୩ବର୍ଷ ଚଳୁଅଛି । ଶ୍ୱେତବରାହ କଳ୍ପର ଆରମ୍ଭ ହେଲାବେଳେ ଏ ପୃଥିବୀ ସୃଷ୍ଟି ହୋଇ ନ ଥିଲା । ଏ କଳ୍ପାରମ୍ଭର ୧କୋଟି ୭୦ଲକ୍ଷ ୬୪ହଜାର ବର୍ଷପରେ ଏ ପୃଥିବୀର ସୃଷ୍ଟି ହୋଇଛି । ବର୍ତ୍ତମାନ ପୃଥିବୀର ବୟସ ୧୯୫ କୋଟି ୫୮ଲକ୍ଷ ୮୬ହଜାର ୧୩ବର୍ଷ ।

ମନୁ ସମ୍ପାଦନା

ବ୍ରହ୍ମାଙ୍କର ୧୪ଜଣ ମାନସ ପୁତ୍ର ଯଥା- ସ୍ୱାୟଂଭୁବ, ସ୍ୱାରୋଚିଷ, ଉତ୍ତମ, ତାମସ, ରୈବତ, ଚାକ୍ଷୁସ, ବୈବସ୍ୱତ, ସାବର୍ଣ୍ଣି, ଦକ୍ଷ ସାବର୍ଣ୍ଣି, ବ୍ରହ୍ମସାବର୍ଣ୍ଣି, ଧର୍ମସାବର୍ଣ୍ଣି, ରୁଦ୍ରସାବର୍ଣ୍ଣି, ଦେବସାବର୍ଣ୍ଣି ଓ ଇନ୍ଦ୍ରସାବର୍ଣ୍ଣି । ସୃଷ୍ଟିର ପ୍ରତ୍ୟେକ କଳ୍ପରେ ଏହି ୧୪ଜଣ ମନୁ ବ୍ରହ୍ମାଙ୍କ ମନରୁ ଜାତ ହୁଅନ୍ତି ଓ ଯଥାକ୍ରମେ ସୃଷ୍ଟି କର୍ମରେ ଲାଗନ୍ତି ଓ ସୃଷ୍ଟିରେ ଅଧିକାରି ହୁଅନ୍ତି । ପୃଥିବୀର ବର୍ତ୍ତମାନ ମନ୍ୱନ୍ତରରେ ବୈବସ୍ୱତ ମନୁଙ୍କର ଅଧିକାର ।

ସତ୍ୟଯୁଗ ସମ୍ପାଦନା

ଉତ୍ପତ୍ତି: ବୈଶାଖ ଶୁକ୍ଳ ତୃତୀୟା, ରବିବାର । ପରିମାଣ = ୧୭ଲକ୍ଷ ୨୮ ହଜାର ବର୍ଷ । ଅବତାର ମତ୍ସ୍ୟ, କୂର୍ମ, ବରାହ, ନୃସିଂହ ।

ତ୍ରେତାଯୁଗ ସମ୍ପାଦନା

ଉତ୍ପତ୍ତି: କାର୍ତ୍ତିକ ଶୁକ୍ଳପକ୍ଷ ନବମୀ- ଅଅଁଳା ନବମୀ, ସୋମବାର ।ପରିମାଣ = ୧୨ ଲକ୍ଷ ୯୬ହଜାର ବର୍ଷ । ଅବତାର: ବାମନ, ପରଶୁରାମ, ଶ୍ରୀରାମ ।

ଦ୍ୱାପରଯୁଗ ସମ୍ପାଦନା

ଉତ୍ପତ୍ତି: ଭାଦ୍ର, କୃଷ୍ଣ ତ୍ରୟୋଦଶୀ, ଗୁରୁବାର । ପରିମାଣ = ୮ଲକ୍ଷ ୬୪ ହଜାର ବର୍ଷ । ଅବତାର ଶ୍ରୀକୃଷ୍ଣ, ବୁଦ୍ଧ ।

କଳିଯୁଗ ସମ୍ପାଦନା

ଉତ୍ପତ୍ତି: ମାଘ ପୂର୍ଣ୍ଣିମା, ଶୁକ୍ରବାର, ପରିମାଣ = ୪ ଲକ୍ଷ ୩୨ ହଜାର ବର୍ଷ । ଆଧୁନିକ ଗଣନା ଅନୁସାରେ କଳିଯୁଗର ଆରମ୍ଭକାଳ ଖ୍ରୀଷ୍ଟପୂର୍ବ ୩୧୦୧ ସାଲ, ଅତଏବ ୨୦୧୧ ସାଲ ପର୍ଯ୍ୟନ୍ତ କଳିଯୁଗର ୫୧୧୨ ବର୍ଷ ଭୋଗ ହୋଇଛି ଓ ୪ଲକ୍ଷ ୨୬ ହଜାର ୮୮୮ ବର୍ଷ ବାକି ଅଛି ।

ସମ୍ବତ ସମ୍ପାଦନା

ରାଜା ବିକ୍ରମାଦିତ୍ୟଙ୍କ ପ୍ରବର୍ତ୍ତିତ ଅବ୍ଦ। ଖ୍ରୀଷ୍ଟଜନ୍ମର ୫୭ ବର୍ଷ ପୂର୍ବରୁ ଏ ଅବ୍ଦ ପ୍ରବର୍ତ୍ତିତ ହୋଇ ଆସିଅଛି । ଖ୍ରୀଷ୍ଟାବ୍ଦ ସଙ୍ଗେ ୫୭ ସଂଖ୍ୟା ଯୋଗକଲେ ସମ୍ବତ ଅବ୍ଦର ସଂଖ୍ୟା ମିଳେ ।

ଶକାବ୍ଦ ସମ୍ପାଦନା

ଶକ ବା ସିଦିଆନ୍ (Scythian)ମାନେ ଭାରତରେ ରାଜତ୍ୱ କରିବା ସମୟରେ ଶକରାଜା ଶାଳିବାହନଙ୍କ ରାଜତ୍ୱ କାଳରୁ ଏହି ସନ ଗଣନାର ଆରମ୍ଭ ହୋଇଥିଲା । ଏହା ଖ୍ରୀଷ୍ଟାବ୍ଦ ସଂଖ୍ୟା ଅପେକ୍ଷା ୭୮ ବର୍ଷ କମ୍‌, ଅର୍ଥାତ ଖ୍ରୀଷ୍ଟାବ୍ଦ ୭୮ମସିହାରେ ଏହା ଆରମ୍ଭ ହୋଇଥିଲା । ଶକାବ୍ଦ ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଦିନ ଆରମ୍ଭ ହୁଏ ।

ଗଣନା ସମ୍ପାଦନା

୧ କଳ୍ପ = ୧୦୦୦ ମହାଯୁଗ = ୪୩୨ କୋଟି ବର୍ଷ ୧ ମନ୍ୱନ୍ତର = ୭୧ ମହାଯୁଗ = ୭୧ ଚତୁର୍ଯୁଗ = ୩୦କୋଟି ୬୭ଲକ୍ଷ ୨୦ହଜାର ବର୍ଷ
୧ ମହାଯୁଗ = ୧ ଚତୁର୍ଯୁଗ = ୪ ଯୁଗ {୧୪୨} (ସତ୍ୟ, ଦ୍ୱାପର, ତ୍ରେତା, କଳି) = ୪୩ଲକ୍ଷ ୨୦ହଜାର ବର୍ଷ ୧ ଶତାବ୍ଦୀ = ୧୦ ଦଶନ୍ଧି = ୧୦୦ ବର୍ଷ
୧ ଦଶନ୍ଧି = ୧୦ ବର୍ଷ = ୧୨୦ ମାସ ୧ ବର୍ଷ = ୬ ଋତୁ = ୧୨ ମାସ
୧ ଋତୁ = ୨ ମାସ = ୪ ପକ୍ଷ ୧ ମାସ = ୨ ପକ୍ଷ = ୩୦ ଅହୋରାତ୍ର = ୩୦ ତିଥି
୧ ପକ୍ଷ = ୧୫ ତିଥି = ୧୫ ଅହୋରାତ୍ର ୧ ତିଥି = ୧ ଅହୋରାତ୍ର = ୧ ଦିନ + ୧ ରାତ୍ରି
୧ ଅହୋରାତ୍ର = ୧ ଦିନ + ୧ ରାତ୍ରି = ୮ ପ୍ରହର = ୨୪ ଘଣ୍ଟା ୧ ଦିନ = ୧୨ ଘଣ୍ଟା = ୪ ପ୍ରହର = ୧୫ ମୁହୂର୍ତ୍ତ
୧ ରାତ୍ରି = ୧୨ ଘଣ୍ଟା = ୪ ପ୍ରହର = ୧୫ ମୁହୂର୍ତ୍ତ ୧ ପ୍ରହର = ୪ ଘଡ଼ି = ୭ ୧/୨ ଦଣ୍ଡ
୧ ମୁହୂର୍ତ୍ତ = ୨ ଦଣ୍ଡ = ୪୮ ମିନିଟ୍ ୧ ଦଣ୍ଡ = ୬ କ୍ଷଣ = ୬୦ ପଳ = ୨୪ ମିନିଟ (ଦିନକର ୬୦ ଭାଗର ଏକଭାଗ)
୧ କ୍ଷଣ = ୧୦ ପଳ = ୩୦ କଳା = ୪ ମିନିଟ ୧ ପଳ = ୬୦ ବିପଳ
୧ ବିପଳ = ୬୦ ଲିତା ୧ ଲିତା = ୬୦ ବିଲିତା

ଆଧାର ସମ୍ପାଦନା