ହାଡ଼ଭଙ୍ଗା ଏକ ଲତା ଜାତୀୟ ଉଦ୍ଭିଦ । ଏହା କୌଣସି ଗଛର ସାହାଯ୍ୟରେ ବଢ଼ିଥାଏ । ହାଡ଼ର ଗଣ୍ଠିପରି ଏଥିରେ ପବ ରହିଥିବାରୁ ଲୋକେ ଏହାକୁ ହାଡ଼ଭଙ୍ଗା କହିଥାନ୍ତି । ଏଇ ଲଟାଟି ଅନ୍ୟ ଲଟାପରି ସରୁ ନୁହେଁ, ବୁଢ଼ାଆଙ୍ଗୁଳି ମୋଟର । ପ୍ରତ୍ୟେକ ପବ ମୂଳରେ ଛୋଟ ଛୋଟ ପବଥାଏ । ଏହାକୁ କେହି କହେ ଅଇରି ବୋଲି ମଧ୍ୟ କହିଥାନ୍ତି । ଏହା ଭଙ୍ଗା ହାଡ଼କୁ ଯୋଡ଼ିପାରେ ବୋଲି ଏହାକୁ ଲୋକେ ହାଡ଼ଭଙ୍ଗା କହିଥାନ୍ତି ।

ହାଡ଼ଭଙ୍ଗା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Vitales
କୁଳ: Vitaceae
ପ୍ରଜାତି: Cissus
ଜାତି: C. quadrangularis
ବାଇନୋମିଆଲ ନାମ
Cissus quadrangularis
Synonyms

Cissus quadrangula
Vitis quadrangularis

ବିବିଧ ଭାରତୀୟ ପ୍ରାଦେଶିକ ନାମ ସମ୍ପାଦନା

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ହାଡ଼ଭଙ୍ଗା, ଅଇରି
ସଂସ୍କୃତ ବଜ୍ରାଙ୍ଗୀ, ଅସ୍ଥିଶୃଙ୍ଖଳ, ଅସ୍ଥିସଂହାର, ଗଣ୍ଠିଅନା, ଗ୍ରନ୍ଥିମନ ଓ ଅସ୍ଥିଯୋଜ୍ୟା
ହିନ୍ଦୀ ହରଶଙ୍କରୀ, ହରଲଙ୍ଘାରି, ହରଯୋଡ଼ି, ହରସଙ୍ଖାରି हरशंकरी, हरलंघारि
ତେଲୁଗୁ ନାଲ୍ଲଦ, ନଲ୍ଲଦ నల్లద, నాల్లద
ବଙ୍ଗଳା ହାଡଯୋଡା হাডযোডা

ଶାସ୍ତ୍ରୋକ୍ତ ଗୁଣ ସମ୍ପାଦନା

କଟୁ ତିକ୍ତ ରସ। ଭଗ୍ନ ସଂଯୋଜକ, କୃମିଘ୍ନ, ପାଚକ, ମଳଭେଦକ, ଲଘୁ, ରୁକ୍ଷ, କୃମି, ଅର୍ଶ, ଚକ୍ଷୁରୋଗ, ବାତଶ୍ଳେଷ୍ମ, ଭଗ୍ନସ୍ଥାନର ପୀଡ଼ା ନିବାରକ। ମାତ୍ରା ଚାରି ଅଣାରୁ ଆଠ ଅଣା।

ବ୍ୟବହାର ସମ୍ପାଦନା

ଔଷଧୀୟ ସମ୍ପାଦନା

ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।

  • ଏହି ଲତାକୁ କଞ୍ଚା ଅବସ୍ଥାରେ ବାଟି ଭାଙ୍ଗିଯାଇଥିବା ସ୍ଥାନରେ ଲେପଦେଇ କନାରେ ପଟି ବାନ୍ଧିଦେଲେ ହାଡ଼ ଯୋଡ଼ି ହୋଇଯାଏ।
  • ହାଡ଼ଭଙ୍ଗା ରସରେ ଶୁଣ୍ଠୀସୈନ୍ଧବଲବଣ ଚୂର୍ଣ୍ଣ ମିଶାଇ ସେବନକଲେ ନୂତନ ଓ ପୁରାତନ ଆମବାତ ଦୂରହୁଏ।
  • ଏହାର ଲତାକୁ ବାଟି ଗରମ କରି ଉଷୁମ ଅବସ୍ଥାରେ ଦେହର କୌଣସି ବି ଫୁଲା ଜାଗାରେ ଲଗାଇ ପଟି ବାନ୍ଧିଲେ ତାହା ଭଲ ହୁଏ।
  • ଏହାକୁ କଞ୍ଚା ଚିକ୍କଣ ବାଟି ଗାଈ ଲହୁଣୀ କିମ୍ବା କଞ୍ଚା ଗାଈଦୁଧ ସହିତ ସକାଳୁ ସେବନ କଲେ ଅର୍ଶରୋଗ ଭଲ ହୁଏ।
  • କାଗିଜିଲେମ୍ବୁ ରସରେ ଏହାର ରସକୁ ମିଶାଇ ସେବନ କଲେ କର୍ଣ୍ଣ ବଧିରତା ଦୂରହୁଏ।
  • ପିଲାମାନଙ୍କ କୃମିରେ ହାଡ଼ଭଙ୍ଗାର କ୍ୱାଥରେ ଅଳ୍ପ ପିପ୍ପଳୀ ଚୂର୍ଣ୍ଣ ମିଶାଇ ସେବନ କଲେ ଉପକାର ମିଳେ।
  • ହାଡ଼ଭଙ୍ଗା ରସରେ କଞ୍ଚା ଗାଈଦୁଧ ମିଶାଇ ସେବନ କଲେ ବାହ୍ୟିକ ଓ ଆଭ୍ୟନ୍ତରିକ କୃମି, ଅର୍ଶ, କଣ୍ଡୁ, ଦଦ୍ରୁ, ବ୍ରଣ, କ୍ଷତ ଆଦି ନିବାରିତ ହୁଏ।
  • ହାଡ଼ଭଙ୍ଗାକୁ ଜଳରେ ସିଝାଇ ଉଷୁମ ଥାଉଁ ଥାଉଁ ସେହି ଜଳରେ ସେକଦେଲେ ଆଘାତ ଜନିତ ବେଦନା ଓ ଫୁଲା ନିବାରିତ ହୁଏ।
  • ଗବମୂଳ, ବେଗୁନିଆଁ ପତ୍ର ଓ ହାଡ଼ଭଙ୍ଗା ଏ ତିନି ଦ୍ରବ୍ୟକୁ ସମାନ ଭାଗରେ ନେଇ ଜଳରେ ସିଝାଇ ସେହି ଜଳ ଅଧା ରହିଲେ ଉଷୁମ ଉଷୁମ ସେକଦେଲେ ଆଣ୍ଠୁଗଣ୍ଠି ଫୁଲା, ଦରଜ, ଆମବାତ, କଟିବାତ, ଗୃଧ୍ରସି ବାତ ଆଦି ଦୂରହୁଏ।

ବାହାର ଆଧାର ସମ୍ପାଦନା

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ