ସ୍ୱାମୀନାରାୟଣ ମନ୍ଦିର, ଗଢଡ଼ା

ଏକ ହିନ୍ଦୁ ମନ୍ଦିର ଯାହା ଭାରତର ଗୁଜୁରାଟ ପ୍ରଦେଶରେ ଥିବା ଗଢଡ଼ା ସ୍ଥାନରେ ଅବସ୍ଥିତ ।

ସ୍ୱାମୀନାରାୟଣ ମନ୍ଦିର, ଗଢଡ଼ା ଦେବନାଗରୀ (Devnagari: श्री स्वामिनारायण मन्दिर, गढडा), ଅନ୍ୟ ନାମ ଗୋପୀନାଥ ଦେବ ମନ୍ଦିର ଏକ ହିନ୍ଦୁ ମନ୍ଦିର (Hindu temple) ଯାହା ଭାରତର ଗୁଜରାଟ ପ୍ରଦେଶରେ ଥିବା ଗଢଡ଼ା ସ୍ଥାନରେ ଅବସ୍ଥିତ । ଛଅଟି ସ୍ୱାମୀନାରାୟଣ ସମ୍ପ୍ରଦାୟ ମନ୍ଦିର ମଧ୍ୟରୁ ଏହା ଗୋଟିଏ ଯାହାକୁ ଏହି ସମ୍ପ୍ରଦାୟର ପ୍ରତିଷ୍ଠାତା ସ୍ୱାମୀନାରାୟଣ ତୋଳେଇଥିଲେ ।[୧]

ସ୍ୱାମୀନାରାୟଣ ମନ୍ଦିର, ଗଢଡ଼ା
ଗଢଡ଼ାରେ ଥିବା ମନ୍ଦିର ।
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀରାଧା କୃଷ୍ଣ
FestivalsJanmashtami, Radhastami, Holi, Diwali ଜନ୍ମାଷ୍ଟମୀ, ରାଧାଷ୍ଟମୀ, ହୋଲି
Location
ସ୍ଥାନଗଢଡ଼ା
Stateଗୁଜରାଟ
Countryଭାରତ
Architecture
ସ୍ୱାମୀନାରାୟଣ
Completed୯ ଅକ୍ଟୋବର ୧୮୨୮
Website
www.shrigopinathji.com

ଗୋପୀନାଥ ମନ୍ଦିର ବିଷୟରେ ସମ୍ପାଦନା

 
ମନ୍ଦିର ମଧ୍ୟବର୍ତ୍ତୀ ସ୍ଥାନରେ ହରିକୃଷ୍ଣ, ଗୋପୀନାଥଜୀ ଓ ରାଧାଜୀଙ୍କର ବିଗ୍ରହ

ସ୍ୱାମୀନାରାୟଣ ସମ୍ପ୍ରଦାୟର ପ୍ରତିଷ୍ଠାତା ସ୍ୱାମୀନାରାୟଣଙ୍କ (Swaminarayan Sampradaya) ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମିତ ଛଅଟି ମନ୍ଦିର ମଧ୍ୟରୁ ଏହା ଗୋଟିଏ ।[୨] ଗଢଡ଼ାର ଦାଦା ଖଚରଙ୍କର କୋର୍ଟ ଏହି ମନ୍ଦିର ନିର୍ମାଣ ନିମନ୍ତେ ଜାଗା ଦାନ କରିଥିଲେ । ଦାଦା ଖଚର ଓ ତାଙ୍କର ପରିବାର ସ୍ୱାମୀନାରାୟଣଙ୍କ ଭକ୍ତ ଥିଲେ । ତାଙ୍କର ନିଜ ଘର ହତାରେ ସେ ମନ୍ଦିର ତିଆରି କରେଇଥିଲେ ।[୩] ସ୍ୱାମୀନାରାୟଣଙ୍କ ତଦାରଖରେ ମନ୍ଦିରର ଯୋଜନା ଓ ନିର୍ମାଣ ସମ୍ପନ୍ନ ହୋଇଥିଲା ଓ ସେ ନିଜେ ପଥର ଓ ସିମେଣ୍ଟ ବୋହିବାରେ ସାହାଯ୍ୟ କରୁଥିଲେ । ମନ୍ଦିରର ଦୁଇଟି ମହଲା ଓ ତିନୋଟି ଗମ୍ବୁଜ ଥିଲା । ବିଭିନ୍ନ କାରୁକାର୍ଯ୍ୟରେ ମନ୍ଦିର ସୁଶୋଭିତ ହୋଇଥିଲା । ଗୋଟିଏ ଉଚ୍ଚ ଓ ବଡ଼ ମେଜିଆ/ପ୍ଲିନ୍ଥ ଉପରେ ମନ୍ଦିର ତିଆରି ହୋଇଥିଲା ଯେଉଁଥିରେ ଗୋଟିଏ ବଡ ସମ୍ମିଳନୀ କକ୍ଷ ଓ ସାଧୁ ଓ ତୀର୍ଥ ଯାତ୍ରୀମାନଙ୍କ ପାଇଁ ଧର୍ମଶାଳା ସହିତ ରୋଷେଇ ଘର ଥିଲା ।[୧]

ସ୍ୱାମୀନାରାୟଣ ୯ ଅକ୍ଟୋବର ୧୮୨୮ ମସିହାରେ ଅନେକ ବିଗ୍ରହ ସ୍ଥାପନ କରିଥିଲେ ଯଥା: (Gopinath) ‘ଗୋପୀନାଥ’ (କୃଷ୍ଣଙ୍କର ଏକ ଆକାର), ତାଙ୍କ ପତ୍ନୀ ରାଧା ଓ ହରିକୃଷ୍ଣ (ସ୍ୱାମୀନାରାୟଣ) ବିଗ୍ରହ ମନ୍ଦିର କେନ୍ଦ୍ରରେ ପୂଜା କରାଯାଏ । ପଶ୍ଚିମ ପାଖରେ ଧର୍ମଦେବ, ଭକ୍ତିମାତା ଓ କୃଷ୍ଣଙ୍କର ପିତା ବାସୁଦେବଙ୍କୁ ପୂଜା କରାଯାଏ । ହରୀକୃଷ୍ଣଙ୍କ ଶରୀର ଗଠନ ଦେଖିବାକୁ ଠିକ ସ୍ୱାମୀନାରାୟଣ ଭଳି ।[୪]

ଗୋପୀନାଥ ମନ୍ଦିର ବିଷୟରେ ସମ୍ପାଦନା

 
ମନ୍ଦିର ମଧ୍ୟବର୍ତ୍ତୀ ସ୍ଥାନରେ ହରିକୃଷ୍ଣ, ଗୋପୀନାଥଜୀ ଓ ରାଧାଜୀଙ୍କର ବିଗ୍ରହ

ସ୍ୱାମୀନାରାୟଣ ସମ୍ପ୍ରଦାୟର ପ୍ରତିଷ୍ଠାତା ସ୍ୱାମୀନାରାୟଣଙ୍କ (Swaminarayan Sampradaya) ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମିତ ଛଅଟି ମନ୍ଦିର ମଧ୍ୟରୁ ଏହା ଗୋଟିଏ ।[୫] ଗଢଡ଼ାର ଦାଦା ଖଚରଙ୍କର କୋର୍ଟ ଏହି ମନ୍ଦିର ନିର୍ମାଣ ନିମନ୍ତେ ଜାଗା ଦାନ କରିଥିଲେ । ଦାଦା ଖଚର ଓ ତାଙ୍କର ପରିବାର ସ୍ୱାମୀନାରାୟଣଙ୍କ ଭକ୍ତ ଥିଲେ । ତାଙ୍କର ନିଜ ଘର ହତାରେ ସେ ମନ୍ଦିର ତିଆରି କରେଇଥିଲେ ।[୬] ସ୍ୱାମୀନାରାୟଣଙ୍କ ତଦାରଖରେ ମନ୍ଦିରର ଯୋଜନା ଓ ନିର୍ମାଣ ସମ୍ପନ୍ନ ହୋଇଥିଲା ଓ ସେ ନିଜେ ପଥର ଓ ସିମେଣ୍ଟ ବୋହିବାରେ ସାହାଯ୍ୟ କରୁଥିଲେ । ମନ୍ଦିରର ଦୁଇଟି ମହଲା ଓ ତିନୋଟି ଗମ୍ବୁଜ ଥିଲା । ବିଭିନ୍ନ କାରୁକାର୍ଯ୍ୟରେ ମନ୍ଦିର ସୁଶୋଭିତ ହୋଇଥିଲା । ଗୋଟିଏ ଉଚ୍ଚ ଓ ବଡ଼ ମେଜିଆ/ପ୍ଲିନ୍ଥ ଉପରେ ମନ୍ଦିର ତିଆରି ହୋଇଥିଲା ଯେଉଁଥିରେ ଗୋଟିଏ ବଡ ସମ୍ମିଳନୀ କକ୍ଷ ଓ ସାଧୁ ଓ ତୀର୍ଥ ଯାତ୍ରୀମାନଙ୍କ ପାଇଁ ଧର୍ମଶାଳା ସହିତ ରୋଷେଇ ଘର ଥିଲା ।[୧] ସ୍ୱାମୀନାରାୟଣ ୯ ଅକ୍ଟୋବର ୧୮୨୮ ମସିହାରେ ଅନେକ ବିଗ୍ରହ ସ୍ଥାପନ କରିଥିଲେ ଯଥା: (Gopinath) ‘ଗୋପୀନାଥ’ (କୃଷ୍ଣଙ୍କର ଏକ ଆକାର), ତାଙ୍କ ପତ୍ନୀ ରାଧା ଓ ହରିକୃଷ୍ଣ (ସ୍ୱାମୀନାରାୟଣ) ବିଗ୍ରହ ମନ୍ଦିର କେନ୍ଦ୍ରରେ ପୂଜା କରାଯାଏ । ପଶ୍ଚିମ ପାଖରେ ଧର୍ମଦେବ, ଭକ୍ତିମାତା ଓ କୃଷ୍ଣଙ୍କର ପିତା ବାସୁଦେବଙ୍କୁ ପୂଜା କରାଯାଏ । ହରୀକୃଷ୍ଣଙ୍କ ଶରୀର ଗଠନ ଦେଖିବାକୁ ଠିକ ସ୍ୱାମୀନାରାୟଣ ଭଳି ।[୭]

ଲକ୍ଷ୍ମୀବାଡ଼ି ସମ୍ପାଦନା

ଲକ୍ଷ୍ମୀନାରାୟଣଙ୍କ ସମାଧିକୁ ଲକ୍ଷ୍ମୀବାଡ଼ି କୁହାଯାଏ ଯାହା ଟାଉନଠାରୁ କିଛି ଦୂରରେ ଅବସ୍ଥିତ । ତାଙ୍କର ମର ଶରୀରର କ୍ରିୟା କର୍ମ କରାଯାଇଥିବା ସେହି ସ୍ଥାନରେ ଏକ ଗୋଟିକିଆ ଗମ୍ବୁଜ ଥିବା ମନ୍ଦିର ତିଆରି ହୋଇଛି । କିଛି ଦୂରରେ ଏକ ଚାନ୍ଦୁଆ ଅଛି ଯେଉଁଠାରେ ସ୍ୱାମୀନାରାୟଣ ବସି ଲୋକଙ୍କୁ ଉପଦେଶ ଦେଉଥିଲେ ଓ ଆଉ କିଛି ଦୂରରେ ନିଷ୍କୁଳାନନ୍ଦ ସ୍ୱାମୀଙ୍କର ଏକ କୋଠରୀ ଅଛି ଯେଉଁଠାରେ ଶେଷ ଯାତ୍ରା କରିଥିବା ସ୍ୱାମୀନାରାୟଣଙ୍କ ପାଲିଙ୍କି ଥୁଆ ହୋଇଛି । ସେଠାରେ ଏକ ନିମ ଗଛ ଅଛି ଓ ତାହାର ପଶ୍ଚିମ ପାଖରେ ଆଉ ଗୋଟିଏ ଚାନ୍ଦୁଆ ଅଛି ଯେଉଁଠାରେ ସେ ‘ଶରଦୋତ୍ସବ’ ପାଳନ କରୁଥିଲେ ।

ଅନ୍ୟାନ୍ୟ ଖବର ସମ୍ପାଦନା

ବିଗ୍ରହ ସ୍ଥାପନ କରିବା ବ୍ୟତୀତ ସେହି ମଣ୍ଡରରେ ଅନେକ ସ୍ମୃତି ରହିଛି । ଭିତର ମନ୍ଦିରର ପୂଜା ସ୍ଥାନରେ ଉତ୍ତର ଦିଗକୁ ମୁଖ ଥିବା ଘନଶ୍ୟାମଙ୍କର (ସ୍ୱାମୀନାରାୟଣଙ୍କର ଏକ ଆକାର) ଏକ ବିଗ୍ରହ ଅଛି । ଏହି ପ୍ରସାଦି ମନ୍ଦିରରେ ଦିଆଯାଉଥିବା ଅନେକ ପ୍ରସାଦ ସଂଗ୍ରହାଳୟରେ ଅଛି । ମନ୍ଦିରର ଦକ୍ଷିଣ ଦିଗରେ ଏକ ବଡ଼ ନିମ ଗଛ ଅଛି ଯେଉଁଠାରେ ସ୍ୱାମୀ ବସି ଆଲୋଚନା କରୁଥିଲେ ଯାହା ବଚନାମୃତ ଗ୍ରନ୍ଥରେ ସାଉତା ହୋଇ ରହିଛି । ଦାଦା ଖଚରଙ୍କର କୋର୍ଟ ତାହାରୁ ମୂଳ ରୂପରେ ସାଇତା ହୋଇ ରହିଛି । ମନ୍ଦିର ପୃଷ୍ଠ ଭାଗରେ ଅକ୍ଷର ଓରଡ଼ି ମନ୍ଦିର ଓ ଗଙ୍ଗାଜଳୀୟ କୂପ ଅଛି ।

ସ୍ୱାମୀନାରାୟଣ ତାଙ୍କର ଚେଲାମାନଙ୍କ ସହିତ ଘେଲା ନଦୀରେ (Ghela River) ସ୍ନାନ କରୁଥିଲେ ।[୧] ମନ୍ଦିରର ଦକ୍ଷିଣ ଦିଗରେ ଏହି ନଦୀ ପ୍ରବାହିତ ହେଉଛି । ଅଧିକାଂଶ ସମୟରେ ସ୍ୱାମୀନାରାୟଣ ଗମନ କରୁଥିବା ସ୍ଥାନମାନଙ୍କୁ ନାରାୟଣ ଧରୋ ଓ ସହସ୍ର ଧରୋ କୁହାଯାଏ ।[୧] ନଦୀ ତୀରରେ ହନୁମାନ ଓ ନୀଳକଣ୍ଠଙ୍କର ଛୋଟ ମନ୍ଦିର ଅଛି । ମଇ ୨୦୧୨ ମସିହାରେ ମନ୍ଦିରର ଅଗ୍ରଭାଗ ସ୍ୱର୍ଣ୍ଣ ପାତିଆରେ ଆଚ୍ଛାଦିତ କରାଯାଇଥିଲା । ଏଥି ନିମନ୍ତେ ମନ୍ଦିରକୁ ୨୧୦ ନିୟୁତ ଟଙ୍କା ( ୨୧୦ million (US$୪.୬୬ million)) ଖର୍ଚ୍ଚ କରିବାକୁ ପଡ଼ିଥିଲା ।[୮]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ Manohar Sajnani (2006). Encyclopaedia of Tourism Resources in India. Kalpaz Publications. p. 126,127. ISBN 81-7835-014-9.
  2. "Home". gopinathji.com.
  3. Williams 2001, p. 119
  4. "Shree Swaminarayan Temple, Gadhada". Shree NarNarayan Dev Gadi. Retrieved 23 April 2013.{{cite web}}: CS1 maint: url-status (link)
  5. "Home". gopinathji.com.
  6. Williams 2001, p. 119
  7. "Shree Swaminarayan Temple, Gadhada". Shree NarNarayan Dev Gadi. Retrieved 23 April 2013.{{cite web}}: CS1 maint: url-status (link)
  8. "Rs 21cr spires for Gujarat's first golden temple". The Times of India. 4 May 2012. Archived from the original on 27 January 2013. Retrieved 4 May 2012.

ବାହ୍ୟ ଲିଙ୍କ ସମ୍ପାଦନା