ସ୍ଟିଫେନ ରବର୍ଟ ଇର‌ୱିନ ବା ସ୍ଟିଭ ଇର‌ୱିନ (ଇଂରାଜୀ ଭାଷାରେ Stephen Robert Irwin (୨୨ଫେରବ୍ରୁଆରୀ ୧୯୬୨ – ୪ ସେପ୍ଟେମ୍ବର ୨୦୦୬), ଡାକନାମ କୁମ୍ଭୀର ଶିକାରୀ/ "The Crocodile Hunter") ଅଷ୍ଟ୍ରେଲିଆର ଏକ ଚିଡ଼ିଆଖାନା ରଖୁଆଳ, ଟେଲିଭିଜନ ବ୍ୟକ୍ତିତ୍ୱ, ବନ୍ୟ ଯନ୍ତୁ ବିଶେଷଜ୍ଞ ଓ ସଂରକ୍ଷଣକାରୀ ଥିଲେ ।

Steve Irwin
Irwin at Australia Zoo in 2005
ଜନ୍ମ
Stephen Robert Irwin

(1962-02-22)୨୨ ଫେବୃଆରୀ ୧୯୬୨
ମୃତ୍ୟୁ୪ ସେପ୍ଟେମ୍ବର ୨୦୦୬(2006-09-04) (ବୟସ ୪୪)
Batt Reef, Queensland, Australia
ମୃତ୍ୟୁର କାରଣStingray injury to the heart
ଜାତୀୟତାAustralian
ଅନ୍ୟ ନାମ"The Crocodile Hunter"
ବୃତ୍ତି(ସମୂହ)Naturalist, zoologist, conservationist, television personality, herpetologist
ସକ୍ରିୟ ବର୍ଷ1991–2006
ଉଲ୍ଲେଖନୀୟ କୃତିThe Crocodile Hunter
ବୈବାହିକ-ସାଥୀ
(m. ୧୯୯୨)
ସନ୍ତାନBindi Irwin
Robert Irwin
ପିତାମାତା(s)Bob Irwin
Lyn Irwin
ୱେବସାଇଟAustralia Zoo
ଦସ୍ତଖତ

ଇର‌ୱିନ ସାରା ପୃଥିବୀରେ ସୁବିଖ୍ୟାତ ହୋଇଥିଲେ ତାଙ୍କ ଆନ୍ତର୍ଜାତୀୟ 'ପ୍ରକୃତି ବଣ୍ୟଜନ୍ତୁ' ଡକୁମେଣ୍ଟାରି ଟିଭି ଧାରାବାହିକ କୁମ୍ଭୀର ଶିକାରୀ (୧୯୯୬–୨୦୦୭) ନିମନ୍ତେ ଯେଉଁଥିରେ ସେ ତାଙ୍କ ପତ୍ନୀ ଟେରି ଇର‌ୱିନଙ୍କ (Terri) ସ‌ହିତ କାମ କରିଥିଲେ । ଉଭୟ ଏକତ୍ର ଭାବରେ କୁମ୍ଭୀର ଫାଇଲସ (୧୯୯୯–୨୦୦୧), କୁମ୍ଭୀର ଶିକାରୀ ଡାଏରୀ (୨୦୦୨–୨୦୦୬), ଓ ନୂତନ ଜାତିର ପଶୁ ଡାକ୍ତର (New Breed Vets (୨୦୦୫)) ଇତ୍ୟାଦିରେ ଉଦ୍‌ଘୋଷକ ଥିଲେ । ସେ ଦୁହେଁ ମିଳିତ ଭାବରେ ଅଷ୍ଟ୍ରେଲିଆ ଚିଡ଼ିଆଖାନାର (en:Australia Zoo) ମାଲିକ ଓ ପରିଚାଳକ ଥିଲେ ଯାହାକୁ ଇର‌ୱିନଙ୍କ ପିତାମାତା ପ୍ରତିଷ୍ଠା କରିଥିଲେ । ବ୍ରିସବେନର (Brisbane) ରାଜଧାନୀ କୁଇନସଲ୍ୟାଣ୍ଡର (Queensland) ଉତ୍ତର ଦିଗରେ ପ୍ରାୟ ୮୦ କି:ମି: ଦୂରରେ ଥିବା ବିର‌ୱାରେ (Beerwah) ଏହି ଚିଡ଼ିଆଖାନା ସ୍ଥାପିତ ହୋଇଥିଲା ।

ଅଷ୍ଟ୍ରେଲିଆର ଗ୍ରେଟ ବାରିଅର ରିଫରେଏକ ଅନ୍ତର୍ଜଳୀୟ ଡକୁମେଣ୍ଟାରୀ 'ସମୁଦ୍ରର ଘାତକଶ୍ରେଷ୍ଠ' (Ocean's Deadliest) ପ୍ରସ୍ତୁତ କରିବାବେଳେ ଏକ ବିଶାଳକାୟ ସ୍ଟ୍ରିଙ୍ଗରେ (stingray) ମାଛର କଣ୍ଟାଯୁକ୍ତ ଲାଞ୍ଜ ତାଙ୍କ ଛାତିରେ ପଶିଯିବାରୁ ମୃତ୍ୟୁ ହୋଇଗଲା । [୧] ସ୍ୱାମୀଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ପତ୍ନୀ ଟେରି ଇଉ‌ୱିନ ଅଷ୍ଟ୍ରେଲିଆ ଚିଡ଼ିଆଖାନାର ପରିଚାଳନା ଚାଲୁରଖିଲେ ଓ ଦୁଇଟି ଛୁଆଙ୍କ ଲାଳନପାଳନ କରିବାକୁ ଲାଗିଲେ । ତାଙ୍କ ସମ୍ମାନରେ ସି ସେଫର୍ଡ଼ କଞ୍ଜରଭେସନ ସୋସାଇଟିର (Sea Shepherd Conservation Society) ଜାହାଜ 'ମୋର ସ୍ଟିଭ ଇର‌ୱିନ' ( MY Steve Irwin) ନାମିତ ହୋଇଛି ।

ଆଧାର ସମ୍ପାଦନା

  1. "Steve Irwin: Google Doodle celebrates 57th birth anniversary of Steve Irwin, the crocodile hunter". Times of India. 22 February 2019. Archived from the original on 22 February 2019. Retrieved 22 February 2019.