ସୈନ ଜହୁର ବା ସୈନ ଅହମଦ ଜ‌ହୁର ବା ଅଲି ସୈନ ଶଫିଉ (Punjabi: سائیں ظہور, ଜନ୍ମ: c.1937)[୧] ପାକିସ୍ଥାନ ପଞ୍ଜାବର ଜଣେ ପ୍ରମୁଖ ପଞ୍ଜାବୀ ସୁଫି ସଙ୍ଗୀତଜ୍ଞ ଥିଲେ । ତାଙ୍କ ଜୀବନର ଅଧିକାଂଶ ସମୟରେ ସେ ସୁଫି ପବିତ୍ର ସ୍ଥାନମାନଙ୍କରେ ଗୀତ ଗାଉଥିଲେ ଓ ସେହି ଗୀତମାନଙ୍କର କୌଣସି ରେକର୍ଡ଼ ୨୦୦୬ ମସିହା ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନଥିଲେ ମଧ୍ୟ ମୁଖ ମାଧ୍ୟମରେ ପ୍ରଚାରିତ ହୋଇ ବିବିସି ବିଶ୍ୱ ସଙ୍ଗୀତ ପୁରସ୍କାର (ବିବିସି ବିଶ୍ୱ ସଙ୍ଗୀତ ପୁରସ୍କାର) ନିମନ୍ତେ ମନୋନୀତ ହୋଇଥିଲେ । [୨][୩] ତାଙ୍କୁ "ଶ୍ରେଷ୍ଠ ବିବିସି କଣ୍ଠ, ୨୦୦୬ ମସିହା" ସମ୍ମାନ ମିଳିଥିଲା,[୪] ସୈନ ତାଙ୍କର ପ୍ରଥମ ନାମ ନୁହେଁ ଓ ତାହା ଏକ ସମ୍ମାନ ପଦବୀ ।

Saieen Zahoor
Background information
ଜନ୍ମSulemanki, Depalpur Tehsil, Okara district, Pakistan
ଜନ୍ମସ୍ଥାନSulemanki, Depalpur Tehsil, Okara district, Pakistan
ଶୈଳୀFolk
ପେଷାMusician, Singer
ବାଦ୍ୟଯନ୍ତ୍ରEktara, Tumbi
ଲେବଲPakistanCoke Studio

ପ୍ରାକ୍ ଜୀବନ ଓ ବୃତ୍ତି ସମ୍ପାଦନା

ପାକିସ୍ଥାନ ପଞ୍ଜାବର ଓକାରା ଜିଲ୍ଲାରେ ଥିବା ହବେଲି ଲାଖ ନିକଟରେ ଥିବା ଲୁଲେମଙ୍କି ଗ୍ରାମରେ ଏକ ଚାଷୀ ପରିବାରର ଛୋଟ ପୁଅ ଭାବରେ ସେ ଜନ୍ମ ଗ୍ରହଣ କରିଥିଲେ ।[୩][୫] ଶୁଣାଯାଏ, ସେ ମାତ୍ର ୭ ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କରିଥିଲେ[୪] ଓ ସେହି ବୟସରେ ସେ ଗୋଟିଏ ହାତ ତାଙ୍କୁ ଏକ ସୁଫି ପବିତ୍ର ସ୍ଥାନ‌କୁ ଆସିବା ପାଇଁ ସ୍ୱପ୍ନରେ ଡାକୁଥିଲା । ସିନ୍ଧର ପବିତ୍ର ସ୍ଥାନମାନଙ୍କରେ ଭ୍ରମଣ କଲା ସମୟରେ ଗୀତ ଗାଇ ପେଟ ପୋଷିବା ପାଇଁ କିଛି ରୋଜଗାର କରୁଥିଲା । ଦକ୍ଷିଣ ପଞ୍ଜାବର ଏକ ଛୋଟ ସୁଫି ମନ୍ଦିର ପାଖରେ ଗଲାବେଳେ ତାଙ୍କୁ ଲାଗିଲା ଯେପରି କେହି ହାତ ହଲେଇ ତାଙ୍କୁ ଭିତରକୁ ଯିବାକୁ ନିମନ୍ତ୍ରଣ କରୁଛି ଓ ତାଙ୍କୁ ସଙ୍ଗେ ସଙ୍ଗେ ମନେହେଲା ଇଏ ସେହି ହାତ ଯାହାକୁ ସେ ସ୍ୱପ୍ନରେ ଦେଖୁଥିଲେ ।[୪]

ବୁଲ୍ଲେଃ ଶାହ ଦରଘାରେ ତାଙ୍କର ପାତିଆଲା ଘରାନାର 'ରଉନ‌କ ଅଲି'ଙ୍କ ସ‌ହିତ ସାକ୍ଷାତ ହୋଇଥିଲା ଓ ତାଙ୍କଠାରୁ ଜ‌ହୁର ସଙ୍ଗୀତ ଶିକ୍ଷା କରିବା ପରେ ସୁଫି ସଙ୍ଗୀତ ଶିକ୍ଷା କରେଇ ତାଙ୍କର ପ୍ରଥମ ଶିକ୍ଷକ ହୋଇଥିଲେ । ଅନ୍ୟାନ୍ୟ ଉଚ ଶରିଫ ବାଲା ସଙ୍ଗୀତଜ୍ଞଙ୍କଠାରୁ ମଧ୍ୟ ଶିକ୍ଷା ଲାଭ କରିଥିଲେ ।

ଶିକ୍ଷିତ ନ ହୋଇ ମଧ୍ୟ ଜ‌ହୁରଙ୍କ ଗୀତର ସ୍ମରଣ ଶକ୍ତି ଅତ୍ୟଧିକ ଥିଲା ଓ ସେ ସୁଫି କବି ବୁଲ୍ଲେ ଶାହ, ଶାହ ବଦାଖଶି, ମୁହମ୍ମଦ କାଦିରି, ସୁଲତାନ ବ‌ହୁ ଓ ଅନ୍ୟମାନଙ୍କର ଲିଖିତ କବିତା ମନେ ରଖି ଗାଇପାରୁଥିଲେ । କୋକ ସ୍ଟୁଡିଓ, ପାକିସ୍ଥାନରେ ସୈନ ପ୍ରଦର୍ଶନ କରି ବିଖ୍ୟାତ ହୋଇଗଲେ । [୩] ତାଙ୍କର ପରବର୍ତ୍ତୀ ପ୍ରଦର୍ଶନ ଅଷ୍ଟ୍ରେଲିଆନିଉଜିଲାଣ୍ଡରେ ନଭେମ୍ବର ୨୦୧୪ରେ ହୋଇଥିଲେ । ରଫି ପିଅର ଥିଏଟର ୱର୍କସପ ବ୍ୟବସ୍ଥା କରିଥିବା ଲୋକ ସଙ୍ଗୀତ ଉତ୍ସବରେ ସେ ପ୍ରଦର୍ଶନ କରିଥିଲେ ଓ ତାଙ୍କୁ ଜନତା ଆକର୍ଷଣକାରୀ ଆଖ୍ୟା ଦିଆଯାଇଥିଲା ।[୬]

ସଙ୍ଗୀତ ଶୈଳୀ ସମ୍ପାଦନା

 
Zahoor performing with his decorated Ektara (a kind of lute, normally with a single string, but he uses a three-stringed version). Notice the long kurta and the ghungroos (anklet bells).
ଜ‌ହୁତ ତାଙ୍କର ଅଧିକାମସ ଜୀବନ‌କାଳ ମଧ୍ୟରେ ସୁଫି ଦରଘା ଓ ଉତ୍ସବରେ ତ‌ଥା ରାସ୍ତାରେ ପ୍ରଦର୍ଶନ କରୁଥିଲେ । ସେ ମୂଖ୍ୟତଃ ଏକ ତାର ଲାଗିଥିବା ଏକତାରା, ତିନି ତାର ବିଶିଷ୍ଟ ତୁମ୍ବି ବାଦ୍ୟ ବ୍ୟବ‌ହାର କରୁଥିଲେ । ଅନ୍ୟ କେତେକ ସୁଫି ପରମ୍ପରା ଅନୁସାରେ ଉଚ୍ଚ ସ୍ୱରରେ ଓ ଭକ୍ତି ଭାବରେ ବାୟାଙ୍କ ଭଳି ବାଜା ସବୁ ତାଙ୍କ ଚାରିପାଖରେ ଘୁରେଇ ଗୀତ ଗାଇପାରୁଥିଲେ । ତାଙ୍କର ପୋଷାକ  ଥିଲେ କୁର୍ତା, ମାଳା, ପଗଡ଼ି ଓ ଘୁଙ୍ଘୁର । ସେ ଉଚ୍ଚ ସ୍ୱର ସମ୍ପନ୍ନ ଓ ଅଧିକ ପରିସୀମା ବିଶିଷ୍ଟ ଗୀତ ଗାଉଥିଲେ । 

ଆଧାର ସମ୍ପାଦନା

  1. "Festival of World Cultures, Dublin 2009". Archived from the original on 13 ଜାନୁଆରୀ 2010. Retrieved 1 ଜାନୁଆରୀ 2019.
  2. Robin Denselow (2 December 2005). "Sufi's choice". The Guardian (UK newspaper). Retrieved 1 January 2019.
  3. ୩.୦ ୩.୧ ୩.୨ Profile of Saieen Zahoor on cokestudio.com.pk website Retrieved 1 January 2019
  4. ୪.୦ ୪.୧ ୪.୨ Ivan Chrysler. "ବିବିସି ସଙ୍ଗୀତ ପୁରସ୍କାର ୨୦୦୬ର ବିଜେତା: Sain Zahoor (Pakistan) (archived page)". British Broadcasting Corporation. Retrieved 1 January 2019.
  5. Profile of Saieen Zahoor Archived 2014-04-28 at the Wayback Machine., Retrieved 1 January 2019
  6. Saieen Zahoor's performance at the 2009 Lahore Folk Music Festival Dawn (newspaper), Published 17 May 2009, Retrieved 1 January 2019