ସାରଙ୍ଗଧର ପ୍ରଧାନ

ଓଡ଼ିଆ ରାଜନୀତିଜ୍ଞ

ସାରଙ୍ଗଧର ପ୍ରଧାନ (୧ ଜୁଲାଇ ୧୯୨୨ - ୬ ନଭେମ୍ବର ୨୦୧୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୫୫ ମସିହାରରେ ହୋଇଥିବା ଉପ-ନିର୍ବାଚନରେ ସେ ଫୁଲବାଣୀ - ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୧୯୫୭ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଘୁ. ଉଦୟଗିରିରୁ ଯଥାକ୍ରମେ ୨ୟ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସାରଙ୍ଗଧର ପ୍ରଧାନ
ବିଧାୟକ: ୨ୟ, ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୭
ପୂର୍ବ ଅଧିକାରୀସଦାନନ୍ଦ ସାହୁ
ପର ଅଧିକାରୀଗୋପାଳ ପ୍ରଧାନ
ନିର୍ବାଚନ ମଣ୍ଡଳୀଘୁ. ଉଦୟଗିରି
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା (ଉପ)
କାର୍ଯ୍ୟକାଳ
୧୯୫୫ – ୧୯୫୭
ପୂର୍ବ ଅଧିକାରୀବାଳକୃଷ୍ଣ ମଲ୍ଲିକ
ପର ଅଧିକାରୀହିମାଂଶୁ ଶେଖର ପାଢ଼ୀ
ନିର୍ବାଚନ ମଣ୍ଡଳୀଫୁଲବାଣୀ - ଉଦୟଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1922-07-01)୧ ଜୁଲାଇ ୧୯୨୨
ମୃତ୍ୟୁ୬ ନଭେମ୍ବର ୨୦୧୨(2012-11-06) (ବୟସ ୯୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଗଣତନ୍ତ୍ର ପରିଷଦ
ଜୀବନ ସାଥୀତରଙ୍ଗିନୀ ପାଢ଼ୀ
ବାପା/ବୋଉଶୁଆ ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ସାରଙ୍ଗଧର ପ୍ରଧାନ ୧୯୨୨ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶୁଆ ପ୍ରଧାନ ଓ ପତ୍ନୀଙ୍କ ନାମ ତରଙ୍ଗିନୀ ପାଢ଼ୀ ।[୧]

ରାଜନୈତିକ ଜୀବନ ସମ୍ପାଦନା

ସାରଙ୍ଗଧର ଓଡ଼ିଶା ରାଜନୀତିରେ ପ୍ରଥମେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦରେ ଏବଂ ପରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୫ ୧୯୫୭ ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା ଫୁଲବାଣୀ - ଉଦୟଗିରି ଗଣତନ୍ତ୍ର ପରିଷଦ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ଘୁ. ଉଦୟଗିରି ଗଣତନ୍ତ୍ର ପରିଷଦ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ଘୁ. ଉଦୟଗିରି ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ ସମ୍ପାଦନା

ସାରଙ୍ଗଧର ୨୦୧୨ ମସିହାର ନଭେମ୍ବର ୬ ତାରିଖରେ ୯୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Sarangdhar Pradhan". odishaassembly.nic.in. Odisha Assembly. Retrieved 27 April 2021.