ସମ୍ବଲପୁରୀ ଶାଢ଼ୀ

(ସମ୍ବଲପୁରୀ ଶାଢ଼ିରୁ ଲେଉଟି ଆସିଛି)

ସମ୍ବଲପୁରୀ ଶାଢ଼ୀ ଏକ ପାରମ୍ପରିକ ହାତବୁଣା ଇକତ ଶାଢ଼ୀ ହେଉଁଥିରେ ସୂତା ସବୁକୁ ପ୍ରାକୃତିକ ରଙ୍ଗରେ ରଙ୍ଗାଯାଏ ଓ ସେଥିରେ ଶାଢ଼ୀ ବୁଣାଯାଇଥାଏ, ଯାହାକି ଓଡ଼ିଶାର ସୋନପୁର, ସମ୍ବଲପୁର ଆଦି ଅଞ୍ଚଳରେ ବୁଣାଯାଇଥାଏ । ଶାଢ଼ୀ ଏକ ପାରମ୍ପରିକ ଭାରତୀୟ ନାରୀମାନଙ୍କ ଲୁଗା ଯାହା [୧] ସିଲାଇ ନକରାଯାଇ ପିନ୍ଧା ହୋଇଥାଏ ଓ ଏହାର ଆକାର ୪-୯ ମିଟର ହୋଇଥାଏ ।

ହାତବୁଣା ଇକତ ସମ୍ବଲପୁରୀ ଶାଢ଼ୀ
Alt text
ସମ୍ବଲପୁରୀ ଶାଢ଼ୀ

ସମ୍ବଲପୁରୀ ବସ୍ତ୍ରାଳୟ ସମ୍ପାଦନା

୧୯୩୦ରେ ବରଗଡ଼ଠାରେ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କଦ୍ୱାରା ସ୍ଥାପିତ ଏହା ଗରିବ ଆଦିବାସୀ ଓ ହରିଜନମାନଙ୍କୁ ହାତବୁଣା ସମ୍ବଲପୁରୀ ଶାଢ଼ୀ ତିଆରି କରି ସେମାନଙ୍କ ଜୀବନ ଧାରଣର ମାନ ବଢ଼ାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।[୨]

 
Sambalpuri sari
 
ସମ୍ବଲପୁରୀ ଶାଢ଼ୀ ବୁଣା

କନା ଓ ଡିଜାଇନ ସମ୍ପାଦନା

ସମ୍ବଲପୁରୀ କନା ଏକ ନିଆରା ପଦ୍ଧତିରେ ତିଆରି ବାନ୍ଧ କଳାରେ ତିଆରି ହୋଇଥାଏ । ପାରମ୍ପରିକ ଭାବରେ, ବୁଣାକାରମାନେ ଗଛ, ଲତା ଓ ନାନାଦି ଛବି ଆଙ୍କିଥାନ୍ତି କଣା ଉପରେ । ତେବେ ଆଜିକାଲି ଅନେକ ନୂଆ ନୂଆ ଢଙ୍ଗର ବାନ୍ଧରେ ପୋଟ୍ରେଟ, ଲ୍ୟାଣ୍ଡସ୍କେପ ଓ ଫୁଲ ପାଖୁଡ଼ା ଆଦି ଅଙ୍କାଥିବା ଦେଖିବାକୁ ମିଳୁଛି ।

ରଙ୍ଗ ସମ୍ପାଦନା

ସମ୍ବଲପୁରୀ ବସ୍ତ୍ରରେ ଦିଅ ଯାଉଥିବା ରଙ୍ଗର ମନ ସ୍ୱତନ୍ତ୍ର । ତାହା ଏପରି ଭାବେ ତିଆରି ହେଇଥାଏ ଯେ ତାହା ବହୁଦିନ ବ୍ୟବହାର ପରେ ମଧ୍ୟ ମଳିନ ପଡେ ନାହି । ଏହି ରଙ୍ଗର ପ୍ରସ୍ତୁତି ବିଧି ଗୋପନୀୟ ରକ୍ଷା ଯାଇଥାଏ ।

ଓଡ଼ିଶାର ହାତବୁଣା ଲୁଗାର ପ୍ରକାର ସମ୍ପାଦନା

କ୍ରମାଙ୍କ. ଲୁଗାର ଶ୍ରେଣୀ ଜିଲାର ନାମ ଲୁଗାର ନାମ ଲୁଗାର ସଂଖ୍ୟା
A ବରଗଡ଼ ଅତାବିରା, ବରଗଡ଼, ଭେଡ଼େନ, ବରପାଲି, ବିଜେପୁର, ପଦମପୁର, ସୋହେଲା, ଭାଟଲି
A ସୋନପୁର ବୀରମହାରାଜପୁର, ସୋନପୁର, ଉଲୁଣ୍ଡା, ବିନିକା 4
A ବୌଦ୍ଧ ବଉଦ
B ବଲାଙ୍ଗୀର ପାଟନାଗଡ଼, ଆଗଲପୁର, ବଙ୍ଗମୁଣ୍ଡା
B ନୂଆପଡ଼ା ଖରିଆର (ସିନାପାଲି)
B ସମ୍ବଲପୁର ରେଙ୍ଗାଲି

ଅନ୍ୟାନ୍ୟ ସମ୍ବଲପୁରୀ ହାତବୁଣା ଲୁଗା ସମ୍ପାଦନା

ଶାଢ଼ୀକୁ ବାଦଦେଇ ସମ୍ବଲପୁରୀ ଲୁଗାରେ ତିଆରି ଝରକା ପରଦା, ବିଛଣା ଚାଦର, ପଲଙ୍କ ଚାଦର, ସୋଫା ଖୋଳ, ତଉଲିଆ, ପିନ୍ଧା ଲୁଗା ଥାନ, ସମ୍ବଲପୁରୀ ସାଲୁଆର କାମିଜ, କୁରୁତା ଆଦି ତିଆରି କରାଯାଇଥାଏ ।

ଆଗକୁ ପଢ଼ିବେ ସମ୍ପାଦନା

  • The Orissan art of weaving, କେଶବ ଚନ୍ଦ୍ର ମେହେର, ପ୍ରକାଶକ: କେଶବ ଚନ୍ଦ୍ର ମେହେର (୧୯୯୫)
  • Indian ikat textiles, V & A Museum Indian Art Series. ରୋଜମାରି ଗିଲ, ଭିକ୍ଟୋରିଆ ଆଣ୍ଡ ଆଲବର୍ଟ ମିଉଜିଅମ. ଭି ଆଣ୍ଡ ଏ ପବ୍ଲିକେସନ, ୧୯୯୮ ISBN 1851772421.

ଦ୍ରଷ୍ଟବ୍ୟ ସମ୍ପାଦନା

  1. Alkazi, Roshan (1983) "Ancient Indian costume", Art Heritage; Ghurye (1951) "Indian costume", Popular book depot (Bombay); Boulanger, Chantal; (1997)
  2. "Sambalpuri Bastralaya Handloom Cooperative Society Ltd". Archived from the original on 2011-04-19. Retrieved 2011-05-13.

ବାହାର ଲିଙ୍କ ସମ୍ପାଦନା