ଶାରଦା ରଥ

ଓଡ଼ିଆ ଅନୁବାଦକ

ଶାରଦା ରଥ (ଜନ୍ମ: ୨୫ ମଇ ୧୯୪୧)[୧] ଜଣେ ଓଡ଼ିଆ ସାହିତ୍ୟିକା ଓ ଅନୁବାଦିକା । ୨୦୧୬ ମସିହାରେ ଅନୁବାଦ ପୁସ୍ତକ, ମେଘବାହାନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।[୨][୩]

ଶାରଦା ରଥ
ଜନ୍ମ (1941-05-25) ୨୫ ମଇ ୧୯୪୧ (ବୟସ ୮୨)
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ ଗାଳ୍ପିକା, ଅନୁବାଦିକା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୬

ଓଡ଼ିଆ ସାହିତ୍ୟକୁ ଅବଦାନ ସମ୍ପାଦନା

ଶରଦା ହିନ୍ଦୀ ଲେଖକ ନିର୍ମଳ କୁମାରଙ୍କର ପୁସ୍ତକ ମେଘବାହନକୁ ଓଡ଼ିଆରେ ଅନୁବାଦ କରିଥିଲେ, ଯାହା ପାଇଁ ୨୦୧୬ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଏହି ପୁସ୍ତକଟି କଳିଙ୍ଗର ମହାରାଜା ଖାରବେଳଙ୍କ ଉପରେ ପର୍ଯ୍ୟବେଷିତ । ଏହା ବ୍ୟତୀତ ସେ ପ୍ରେମଚାନ୍ଦଙ୍କ ନିର୍ମଳା ଓ ପ୍ରତିଜ୍ଞା ପୁସ୍ତକର ଅନୁବାଦ କରିଛନ୍ତି । ଅମୃତା ପ୍ରୀତମଙ୍କ କୋରା କାଗଜ ବହିକୁ ସେ ଓଡ଼ିଆରେ ଅନୁବାଦ କରିଛନ୍ତି । ଦିଲ୍ଲୀ ଏମ୍‌ସ୍‌ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଅଶୋକ ମହାପାତ୍ରଙ୍କ ହେଡ୍ ଇଞ୍ଜୁରି ଓ ବ୍ରେନ୍ କ୍ୟାନ୍‌ସର୍ ବହିକୁ ସେ ଓଡ଼ିଆରେ ଅନୁବାଦ କରିବା ସହିତ ଗୋଆର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିବା ମୃଦୁଳା ସିହ୍ନାଙ୍କର ପରିତପ୍ତ ଲଙ୍କେଶ୍ୱରୀ ବହିର ମଧ୍ୟ ଅନୁବାଦ କରିଛନ୍ତି ।[୪]

ଅନୁବାଦ ସମ୍ପାଦନା

  • ମେଘବାହନ -୨୦୧୬[୫]
  • ୧୨ଟି ବିଦେଶୀ ଗଳ୍ପ (କାବ୍ୟାଲୋକ ପ୍ରକାଶନ)
  • ବନ୍ଧକରେ ରଘୁ (ଶ୍ରଦ୍ଧା ପ୍ରକାଶନ)
  • ପରିତପ୍ତ ଲଙ୍କେଶ୍ୱରୀ (ପଶ୍ଚିମା ପ୍ରକାଶନ) - ୨୦୧୭
  • ନିର୍ମଳା
  • ପ୍ରତିଜ୍ଞା (ପ୍ରେମଚାନ୍ଦଙ୍କ ଉପନ୍ୟାସ 'ପ୍ରତିଜ୍ଞା'ର ଅନୁବାଦ, କାବ୍ୟାଲୋକ ପ୍ରକାଶନ)
  • ଅଲେଖା କାଗଜ
  • ହେଡ୍ ଇଞ୍ଜୁରି
  • ବ୍ରେନ୍ କ୍ୟାନ୍‌ସର୍

ସମ୍ମାନ ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର (ଅନୁବାଦ), ୨୦୧୬[୨]

ଆଧାର ସମ୍ପାଦନା

  1. "ଅନୁବାଦ ପାଇଁ ତିନିଗୁଣ ଅଧିକ ଭାବିବାକୁ ପଡ଼େ". ସମ୍ବାଦ. ୧୦ ଅପ୍ରେଲ ୨୦୨୨. p. ୬. Archived from the original on ୧୦ ଅପ୍ରେଲ ୨୦୨୨. Retrieved 10 April 2022. {{cite web}}: Check date values in: |date= and |archivedate= (help)
  2. ୨.୦ ୨.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Odisha Sahitya Akademi. Retrieved 8 September 2021.
  3. Pradhan, Hemanta (10 July 2020). "Odisha Sahitya Akademi Awards for 2015, 2016 declared". The Times of India (in English). Bhubaneswar. Retrieved 8 September 2021.{{cite news}}: CS1 maint: unrecognized language (link)
  4. "Sarada Rath Gets Odisha Sahitya Akademi Award". Prameya News7. YouTube. 11 July 2020. Retrieved 8 September 2021.
  5. "Odisha Sahitya Akademi Award for 2015, 2016 announced: Here's the list". KalingaTV (in ଆମେରିକୀୟ ଇଂରାଜୀ). 2020-07-10. Retrieved 2021-09-08.