ଲ‌ଲିତା ଶିବକୁମାର

ଭାରତୀୟ ଗୀତିକାର, ସଂଗୀତକାର, ସୁରକାର ଓ ଗାୟିକା

ଲ‌ଲିତା ଶିବକୁମାର (ଇଂରାଜୀ ଭାଷାରେ Lalitha Sivakumar) ଜଣେ କର୍ଣ୍ଣାଟକୀ ସଙ୍ଗୀତ (Carnatic music) ଶିକ୍ଷୟିତ୍ରୀ ଓ ଗୀତିକାର ଥିଲେ । ତାଙ୍କର ମାତା କର୍ଣ୍ଣାଟକୀ ଗାୟିକା ସ୍ୱର୍ଗୀୟ ଡି କେ ପଟ୍ଟାମ୍ମାଲ ସ‌ହିତ ଯାଇ ସେ କନସର୍ଟରେ ଯୋଗଦାନ କରୁଥିଲେ ।[୧] ଭାରତୀୟ ସଂଗୀତର ପ୍ରସିଦ୍ଧ ଗାୟକ ଡ: ନିତ୍ୟଶ୍ରୀ ମହାଦେବନଙ୍କର ସେ ମାତା ଓ ଗୁରୁ ଥିଲେ । [୨] ଡିକେପି କର୍ଣ୍ଣାଟକୀ ସଙ୍ଗୀତ ସ୍କୁଲର ସେ ଜଣେ ପୁରୁଖା ଓ ପ୍ରସିଦ୍ଧ ଗୁରୁ ଥିଲେ ।

ଲ‌ଲିତା ଶିବକୁମାର
ଶ୍ରୀମତୀ ଲ‌ଲିତା ଶିବକୁମାର
Background information
ଜନ୍ମ ସମୟରେ ନାମଲ‌ଲିତା
ଜନ୍ମତାମିଲ ନାଡ଼ୁ, ଭାରତ
ଜନ୍ମସ୍ଥାନଭାରତ
ଶୈଳୀକର୍ଣ୍ଣାଟକୀ ସଙ୍ଗୀତ (Carnatic)
ପେଷାଗୀତିକାର, ସଂଗୀତକାର, ସୁରକାର ଓ ଗାୟକ
କାର୍ଯ୍ୟକାଳ୧୯୬୬ - ବର୍ତ୍ତମାନ ପର୍ଯ୍ୟନ୍ତ

ପ୍ରାକ୍ ଜୀବନ ସମ୍ପାଦନା

ଲ‌ଲିତା ଶିବକୁମାର‌ଙ୍କ ପିତା ପାଲଘାତ ମଣୀ ଆୟାର (Palghat Mani Iyer) କର୍ଣ୍ଣାଟକୀ ସଂଗୀତର ଜଣେ ପୁରୁଖା ମୃଦଙ୍ଗ ବାଦକ ଥିଲେ ଓ ପ୍ରଥମ ମୃଦଙ୍ଗ ବାଦକ ଭାବରେ ସଂଗୀତ କଳାନିଧି (Sangeetha Kalanidhi) ତ‌ଥା ପଦ୍ମ‌ଭୁଷଣ (Padmabhushan) ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଅଠର ବର୍ଷ ବୟସରେ ସେ ଡି କେ ପଟ୍ଟାମ୍ମାଲଙ୍କ ପୁତ୍ର ଆଇ ଶିବକୁମାରଙ୍କୁ ବିବାହ କରିଥିଲେ । ବିବାହ ପରଦିନଠାରୁ ସେ ଡି କେ ପଟ୍ଟାମ୍ମାଲଙ୍କଠାରୁ କର୍ଣ୍ଣାଟକୀ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ ।[୧]

ପେଷା ସମ୍ପାଦନା

ଅଳ୍ପଦିନ ଅନ୍ତରେ ସେ ଡି କେ ପଟ୍ଟାମ୍ମାଲ ସ‌ହିତ ଯାଇ ଏକ‌କ ବା ଯୁଗ୍ମ ଭାବରେ ସଂଗୀତ ପରିବେଷଣ କରି ସେତେବେଳକାର ପ୍ରସିଦ୍ଧ କର୍ଣ୍ଣାଟକୀ ଗାୟକ ଡି କେ ଜୟରମନ (D. K. Jayaraman), ପଲଘଟ କୋଲେଙ୍ଗୋଡ଼ ବିଶ୍ୱନାଥ ନାରାୟଣସ୍ୱାମୀ (K. V. Narayanaswamy) ଓ ଏମ ଏସ ସୁବ୍ବୁଲକ୍ଷ୍ମୀ (M. S. Subbulakshmi) ଇତ୍ୟାଦି ଲୋକଙ୍କଠାରୁ ପ୍ରଶଂସା ପାଇଥିଲେ । ତାଙ୍କର ଏକ‌କ ପ୍ରଦର୍ଶନ ବ‌ହୁତ କମ୍ ଦିନ ପାଇଁ ଥିଲା ଓ ତା'ପରେ ତାଙ୍କ ଗୁରୁଙ୍କ ସ‌ହିତ ଯାଇ ଗାୟନ କରିଥିଲେ ।[୧]

ଲ‌ଲିତ ଶିବକୁମାର ଭାରତର ଅନେକ ଭାଷାରେ ଅନେକ ସଂଖ୍ୟକ କ୍ରିତି (kritis), ତିଲ୍ଲିନା ଓ ଭଜନର (bhajans) ଗୀତ ଲେଖିଥିଲେ, ସୁର ସଂଗୀତ ଦେଇଥିଲେ ।

ଶ୍ରୀମତୀ ଲ‌ଲିତ ଶିବକୁମାରଙ୍କର ପ୍ରତିଭା ଓ ଅବଦାନ‌କୁ ଅନେକ ଅନୁଷ୍ଠାନ ସୀକୃତି ଦେଇଥିଲେ । ତାଙ୍କର ସଂଗୀତ ପରମ୍ପରାକୁ ସ୍ୱୀକୃତ ଦେବାକୁ ୪ ଜାନୁଆରୀ ୨୦୧୬ରେ ମାଡ୍ରାସ ଚାରିଟେବ୍ଲ ଟ୍ରଷ୍ଟ ଓ ପରଫରମାନ୍ସ ଅଫ ଇଣ୍ଡିଆନ ଥିଏଟର ଆର୍ଟ ତାଙ୍କୁ ଇସଇ ରସ ମାମନି ('ISAI RASA MAAMANI') ଉପାଧିରେ ଭୁଷିତ କରିଥିଲେ ।

ଜଣେ ଶିକ୍ଷୟିତ୍ରୀ ଭାବରେ ଲ‌ଲିତାଙ୍କ ଜୀବନ ବ‌ହୁତ ସଫଳ ଥିଲା । ଡିକେପି କର୍ଣ୍ଣାଟକୀ ସଂଗୀତ ସ୍କୁଲର ଖ୍ୟାତି ଦେଶ ବିଦେଶରେ ପରିବ୍ୟାପ୍ତ ହୋଇଥିଲା । ଏଠାରୁ ଶିକ୍ଷା ଲାଭ କରିଥିବା ଅନେକ ଶିକ୍ଷାର୍ଥୀ ତାଙ୍କର କଳା ପ୍ରଦର୍ଶନ କରି ସଫଳ ହୋଇଥିଲେ । ତାଙ୍କର ଅନେକ ଛାତ୍ର ଛାତ୍ରୀ ପୃଥିବୀର ଅନେକ ସ୍ଥାନରେ ଶିକ୍ଷା ଦାନ କରି ସଫଳ ହୋଇଥିଲେ । ଜଣେ ଅନୁଭବୀ ଶିକ୍ଷୟିତ୍ରୀ ଭାବରେ ସେ ପୃଥିବୀରେ ଡିକେପି ପରମ୍ପରା ସ୍ଥାପନ କରିଥିଲେ । ତାଙ୍କର ଶିକ୍ଷା ଅପୂର୍ବ ଓ ବିଶ୍ୱସନୀୟ ଥିଲା ଯାହା ଶାସ୍ତ୍ରୀୟ ସଙ୍ଗୀତ ଓ ତାହାର ଭାଷାର ନୀତିକୁ ଜଗି ରଖିଥିଲା ଏବଂ ତାହା ସତ୍ତ୍ୱେ ସେଥିରେ କୌଣସି ଉନ୍ନତି କରିବା ପ୍ରୟାସକୁ ଅନୁମୋଦନ କରୁଥିଲେ । କର୍ଣ୍ଣାଟକୀ ସଙ୍ଗୀତର ନୀତିକୁ କାଏମ ରଖିବାକୁ ସେ ଜୋର ଦେଉଥିଲେ ଓ ଅନେକ ବିଖ୍ୟାତ ଓ ବରିଷ୍ଟ ଲୋକମାନେ ଏହି ସ୍କୁଲକୁ ଏହାର ରଚ୍ଚାରଣ ଓ ପ୍ରଦର୍ଶନ ନିମନ୍ତେ ବିଖ୍ୟାତ କରିବାରେ ସ‌ହାୟକ ହୋଇଥିଲେ ।

ଛାତ୍ର ଛାତ୍ରୀଙ୍କୁ ସେ ଭାରତରେ ପ୍ରତ୍ୟକ୍ଷ ଭାବରେ ଓ ଭାରତ ବାହାରେ ପରୋକ୍ଷ ଭାବରେ ଉନ୍ନତ ଗାୟନ ଶୈଳୀ ଶିକ୍ଷା ଦେଉଥିଲେ । ଡ: ନିତ୍ୟଶ୍ର ମହାଦେବନ (Nithyasree Mahadevan) ଓ ତାଙ୍କର ନାତୁଣୀ ଲାବଣ୍ୟ ସୁନ୍ଦରରମନ (Lavanya Sundararaman),[୧] ଡ: ନିରଞ୍ଜନ ଶ୍ରୀନିବାସନ, [୩] Pallavi Prasanna,[୪] ବ୍ୟତୀତ ନଳିନୀ କୃଷ୍ଣନ, ମହାରାଜପୁରମ ଶ୍ରୀନିବାସନ, ଡ: ପେରିସ୍ୱାମୀ ଇତ୍ୟାଦି ମଧ୍ୟ ତାଙ୍କର ଶିଷ୍ୟ ଥିଲେ । [୫]

ତାଙ୍କର ସଙ୍ଗୀତ ଜ୍ଞାନର ପ୍ରମାଣ ସ୍ୱରୂପ ଭାରତର ଅନେକ କର୍ଣ୍ଣାଟକୀ ଓ ଭକ୍ତି ସଙ୍ଗୀତ ପ୍ରତିଯୋଗୀତାମାନଙ୍କରେ ସେ ପସନ୍ଦ ଯୋଗ୍ୟ ବିଚାରକ ଥିଲେ ।

ଆଧାର ସମ୍ପାଦନା