ଲାମିଭୁଡିନ/ଜିଡୋଭୁଡିନ

ଲାମିଭୁଡିନ/ଜିଡୋଭୁଡିନ (ଇଂରାଜୀ ଭାଷାରେ Lamivudine/zidovudine, ବିକ୍ରୟ ନାମ କୋମ୍ବିଭିର) ଔଷଧ ଏଚଆଇଭି/ଏଡସ ରୋଗରେ ଦିଆଯାଏ । ଏଥିରେ ଦୁଇଟି ନିର୍ଦ୍ଦିଷ୍ଟ ମାତ୍ରାର ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medications) ଥାଏ ଯାହାର ନାମ ଲାମିଭୁଡିନଜିଡୋଭୁଡିନ । ଏହି ଔଷଧଦ୍ୱୟ ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସ‌ହିତ ମଧ୍ୟ ଦିଆଯାଏ । ଦିନ‌କୁ ଦୁଇ ଥର ଏହି ଔଷଧ ପାଟିରେ ଦିଆଯାଏ । [୧][୨]

ଲାମିଭୁଡିନ/ଜିଡୋଭୁଡିନ
Combination of
LamivudineNucleoside analogue reverse transcriptase inhibitor
ZidovudineNucleoside analogue reverse transcriptase inhibitor
Clinical data
Trade namesCombivir
AHFS/Drugs.comFDA Professional Drug Information
MedlinePlusa601066
Pregnancy
category
  • US: C (Risk not ruled out)
Routes of
administration
by mouth
ATC code
Legal status
Legal status
Identifiers
PubChem CID
ChemSpider
NIAID ChemDB
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ଥକ୍କା ଅନୁଭବ, ଅଇ, ତରଳ ଝାଡ଼ା ଓ ଜ୍ୱର ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୨] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ରୋଧନ (bone marrow suppression), ମାଂସପେଶୀ କ୍ଷତି (muscle damage), ପୂର୍ବରୁ ହେପାଟାଇଟିସ ବି ଥିଲେ ଅଧିକ ସାଂଘାତିକ ହେବା, ରକ୍ତ ଲାକ୍ଟେଟ ଅଧିକ ରହିବା (high blood lactate) ଓ ଯକୃତ ବୃଦ୍ଧି (en:liver enlargement) ହେବା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ ।[୧][୩] ଗର୍ଭାବସ୍ଥାରେ ଏହା ଚିକିତ୍ସାର ଏକ ଅଂଶ ହୋଇପାରେ । ଏହି ଔଷଧଦ୍ୱୟ ନ୍ୟୁକ୍ଲିଓସାଇଡ ରିଭର୍ସ ଟ୍ରାନ୍ସକ୍ରିପ୍ଟେଜ (nucleoside reverse transcriptase inhibitor ବା NRTI) ଶ୍ରେଣୀର ଔଷଧ ।[୧] ପ୍ରଜନନ ନିମନ୍ତେ ଆବଶ୍ୟକ ହେଉଥିବା ରିଭର୍ସ ଟ୍ରାନ୍ସକ୍ରିପ୍ଟେଜ (reverse transcriptase) ଏଞ୍ଜାଇମର (enzyme) କାମକୁ ଏହି ଔଷଧ ଅବରୋଧ କରେ । [୨]

ସନ ୧୯୯୭ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ଲାମିଭୁଡିନ/ଜିଡୋଭୁଡିନ ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୩] ବିକାଶଶୀଳ ଦେଶମାନଙ୍କରେ ଏହାର ଏକ ମାସର ହୋଲସେଲ ମୂଲ୍ୟ ପ୍ରାୟ ୬.୯ରୁ ୨୯.୬୪ ଆମେରିକୀୟ ଡଲାର ।[୫] ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଖର୍ଚ୍ଚ ପ୍ରାୟ ୨୦୦ ଆମେରିକୀୟ ଡଲାର ।[୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ WHO Model Formulary 2008 (PDF). World Health Organization. 2009. pp. 157, 161. ISBN 9789241547659. Retrieved 8 December 2016.
  2. ୨.୦ ୨.୧ ୨.୨ "Combivir - FDA prescribing information, side effects and uses". www.drugs.com. Retrieved 10 December 2016.
  3. ୩.୦ ୩.୧ ୩.୨ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 59. ISBN 9781284057560.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Lamivudine + Zidovudine". International Drug Price Indicator Guide. Archived from the original on 5 March 2017. Retrieved 8 December 2016.