ଲଳିତା କୁମାରୀ

ଭାରତୀୟ ଅଭିନେତ୍ରୀ

ଲଳିତା କୁମାରୀ (ଜନ୍ମ: ୧୮ ମଇ ୧୯୬୭) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ତାମିଲ କଥାଚିତ୍ର ଜଗତରେ କାମ କରୁଥିଲେ । ସେ ୧୯୮୭ ମସିହାର ୧୯୯୫ ମସିହା ପର୍ଯ୍ୟନ୍ତ ଅଭିନୟ ଜଗତରେ ସକ୍ରିୟ ଥିଲେ ଏବଂ ବିବାହ ପରେ ଅଭିନୟରୁ ଦୂରେଇ ଯାଇଥିଲେ ।

ଲଳିତା କୁମାରୀ
ଜନ୍ମ (1967-05-18) ୧୮ ମଇ ୧୯୬୭ (ବୟସ ୫୬)[୧]
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୭–୧୯୯୫
ବୈବାହିକ-ସାଥୀପ୍ରକାଶ ରାଜ (୧୯୯୪–୨୦୦୯; ଛାଡ଼ପତ୍ର)[୨]
ସନ୍ତାନ
ପିତାମାତାs
ସମ୍ପର୍କୀୟଡିସ୍କୋ ଶାନ୍ତି (ବଡ଼ ଭଉଣୀ)

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଲଲିତା ୧୯୬୭ ମସିହାର ମଇ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ତାମିଲ ଅଭିନେତା ସି.ଏଲ୍ ଆନନ୍ଦନଙ୍କ ଝିଅ ଏବଂ ଅଭିନେତ୍ରୀ ଡିସ୍କୋ ଶାନ୍ତିଙ୍କ ସାନ ଭଉଣୀ । ୧୯୯୪ ମସିହାରେ ଅଭିନେତା ପ୍ରକାଶ ରାଜଙ୍କୁ ବିବାହ କରିଥିଲେ ଏବଂ ଏହି ଦମ୍ପତିଙ୍କର ଦୁଇଟି ଝିଅ ଅଛନ୍ତି । ୨୦୦୪ ମସିହାରେ ତାଙ୍କ ପୁଅର ମୃତ୍ୟୁ ହୋଇଥିଲା । ୨୦୦୯ ମସିହାରେ ଏହି ଦମ୍ପତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା ।

ଅଭିନୟ ଜୀବନ ସମ୍ପାଦନା

ଲଳିତା ଗୋଣ୍ଡାମଣି, ସେଣ୍ଟିଲ ଏବଂ ଅନ୍ୟାନ୍ୟ ଜଣାଶୁଣା କଳାକାରଙ୍କ ସହ ଅନେକ କଥାଚିତ୍ରରେ ଅଭିନୟ କରିଥିଲେ। ସେ ମନାଧିଲ ଉରୁଧୀ ବେନ୍ଦୁମ୍, ପୁଡୁ ପୁଡୁ ଆର୍ଥାଙ୍ଗଲ, ପୁଲାନ୍ ବିଶ୍ୱରାଇ ଏବଂ ସିଗାରାମ ଭଳି ଜଣାଶୁଣା କଥାଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୩] ଲଳିତା କୁମାରୀ ପ୍ରାୟ ୩୦ଟି କଥାଚିତ୍ରରେ ଅଭିନୟ କରିଛନ୍ତି । ୧୯୯୫ ମସିହାରେ, ସେ ଅଭିନେତା ପ୍ରକାଶ ରାଜଙ୍କ ସହିତ ବିବାହ ପରେ କଥାଚିତ୍ର ଜଗତରୁ ଦୂରେଇ ଯାଇଥିଲେ ।

ସେ ଏକ ତାମିଲ କଥାଚିତ୍ର ମୁରିୟାଦିରେ ଅଭିନୟ କରିଥିଲେ, ଯାହା ମୁକ୍ତିଲାଭ କରିନାହିଁ ।[୪]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୧୯୮୭ ମନାଧିଲ ଉରୁଧୀ ବେନ୍ଦୁମ୍ ବାସୁ ତାମିଲ୍
୧୯୮୮ ବୀଦୁ ମାନୈବୀ ମକ୍କାଲ ତାମିଲ୍
୧୯୮୯ ପୁଡୁ ପୁଡୁ ଆର୍ଥାଙ୍ଗଲ ଜଲିଙ୍କ ପତ୍ନୀ ତାମିଲ୍
ମାପିଲ୍ଲାଇ ଦିଲୀପ ପ୍ରେମିକ ତାମିଲ୍
୧୯୯୦ ପୁଲାନ ବିସାରାନାଇ କସ୍ତୁରୀ ତାମିଲ୍
ଆରତି ଇଡୁଙ୍ଗାଡ଼ି ତାମିଲ୍
ଉଲାଗମ୍ ପିରାନ୍ଧଧୁ ଏନାକ୍କାଗା ତାମିଲ୍
ନୀଙ୍ଗାଲୁମ ହିରୋଥାନ୍ ରାନୀ ତାମିଲ୍
ମଦୁରାଇ ବୀରାନ ଏଙ୍ଗା ସାମି ତାମିଲ୍
ପଥିମୂନମ ନମ୍ବର ବୀଦୁ ରେଖା / ଭୂତ | ତାମିଲ୍
୧୯୯୧ ସିଗାରାମ୍ ତାମିଲ୍
୧୯୯୨ ପୋକ୍କିରୀ ଥମ୍ବି ମାରୁଥୁଙ୍କ ଭଉଣୀ ତାମିଲ୍
୧୯୯୩ ପାର୍ବତୀ ଏନ୍ନାଇ ପରାଦି ତାମିଲ୍
ବେଦନ୍ ତାମିଲ୍
୧୯୯୫ କର୍ଣ୍ଣା ଚେଲମ୍ମା ତାମିଲ୍
ମରୁମଗାନ୍ କନ୍ନାମ୍ମା ତାମିଲ୍
ନଦୋଦି ମନ୍ନନ କୁୟିଲ ଆଥା ତାମିଲ୍
- ମୁରିୟାଦି ତାମିଲ୍ ମୁକ୍ତିଲାଭ କରିନାହିଁ

ଆଧାର ସମ୍ପାଦନା

  1. dinakaran. Web.archive.org. Retrieved on 10 June 2014.
  2. "Ex-wife comes to Prakash Raj's rescue". The Times of India. 11 February 2011. Retrieved 1 July 2020.
  3. "Prakash Rajs former wife Lalitha Kumari returns to films". kollytalk.com. Archived from the original on 2014-12-31. Retrieved 2014-12-09.
  4. "Prakash Raj's wife to act!". Archived from the original on 5 September 2015. Retrieved 17 May 2018.

ବାହାର ଲିଙ୍କ୍ ସମ୍ପାଦନା