ରେଶମା (ଉର୍ଦ୍ଦୁ: ریشماں; ଖ୍ରୀ.ଅ. ୧୯୪୭ - ୩ ନଭେମ୍ବର ୨୦୧୩) ଜଣେ ପାକିସ୍ତାନୀ ଲୋକଗୀତ ଗାୟିକା ଥିଲେ । ସଙ୍ଗୀତରେ ତାଙ୍କର ଅବଦାନ ନିମନ୍ତେ ବିଭିନ୍ନ ସମ୍ମାନ ମଧ୍ୟରେ ସେ ପାକିସ୍ତାନରେ ତୃତୀୟ ସର୍ବୋଚ୍ଚ ସମ୍ମାନ ଏବଂ ବେସାମରିକ ପୁରସ୍କାର ସୀତାରା-ଏ-ଇମତିଆଜରେ (ଷ୍ଟାର୍ ଅଫ୍ ଡିଷ୍ଟିଙ୍କସନ) ପୁରସ୍କୃତ ପାଇଥିଲେ । ସେ ତାଙ୍କର ଲୋକ ସଂଗୀତ ଏବଂ ତାଙ୍କର ଶକ୍ତିଶାଳୀ କଣ୍ଠସ୍ୱର ନିମନ୍ତେ ସ୍ମରଣୀୟ ।

ସେ ୧୯୪୭ରେ ଏକ ଯାଯାବର ବଞ୍ଜାରା ପରିବାରରେ ଭାରତର ରାଜସ୍ଥାନରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ପରିବାର ଭାରତ ବିଭାଜନ ପରେ କରାଚିକୁ ଚାଲିଯାଇଥିଲେ । ବାର ବର୍ଷ ବୟସରେ ସିନ୍ଧ ପ୍ରଦେଶର ସେହୱାନସ୍ଥିତ ଲାଲ ଶାହବାଜ କଲନ୍ଦର ଆସ୍ଥାନରେ ଗୀତ ଗାଇବା ବେଳେ ଜଣେ ସ୍ଥାନୀୟ ସଙ୍ଗୀତ ନିର୍ମାତା ତାଙ୍କ ବାବଦରେ ଜାଣିବାକୁ ପାଇଥିଲେ । ରେଶମା ତାହା ପରଠାରୁ ପାକିସ୍ତାନ ରେଡ଼ିଓ ଭଳି ଲେବଲ ପାଇଁ ବିଭିନ୍ନ ଲୋକଗୀତ ରେକର୍ଡ କରିଥିଲେ ।[୧] ଏହି କମ୍ପାନୀର "ଲାଲ ମେରି" ତାଙ୍କର ପ୍ରଥମ ପ୍ରକଳ୍ପ ଓ ତାହା ସଙ୍ଗେସଙ୍ଗେ ହିଟ ହୋଇଥିଲା । ପରେ ୧୯୬୦ ଦଶକରେ ଅନେକ ଟେଲିଭିଜନରେ ସେ ସଙ୍ଗୀତ ପ୍ରଦର୍ଶନ କରି ଖ୍ୟାତି ଅର୍ଜନ କରିଥିଲେ ।[୨]

ରେଶମା ଉଭୟ ପାକିସ୍ତାନୀ ଏବଂ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ପାଇଁ ଗୀତ ରେକର୍ଡ କରିଥିଲେ । ତାଙ୍କର କେତେକ ସ୍ମରଣୀୟ ଗୀତ ମଧ୍ୟରେ "ଲାଲ ମେରି", "ହେ ଓ ରବା ନେହିଁଓ ଲଗଦା ଦିଲ ମେରା", "ଆଖିଆଁ ନୁ ରେହେନ ଦେ" ଏବଂ "ଲମ୍ବି ଜୁଦାଇ" ଅନ୍ୟତମ ।[୩] ଅନେକ ବର୍ଷ ଧରି ଗଳା କର୍କଟ ରୋଗରେ ପୀଡ଼ିତ ହୋଇ ପରେ ପାକିସ୍ତାନର ଲାହୋରରେ ୨୦୧୩ ନଭେମ୍ବର ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Legendary folk singer Reshma dies", Dawn (newspaper), 3 November 2013. Retrieved 14 July 2019
  2. Menon, Meena (3 November 2013). "Legendary folk singer Reshma of Lambi Judai fame passes away". The Hindu (newspaper). Retrieved 14 July 2019.
  3. "Pakistani folk singer Reshma of 'Lambi Judai' fame dies". NDTV. 13 November 2013. Retrieved 14 July 2019.