ରାଷ୍ଟ୍ରୀୟ ସେବା ଯୋଜନା

ଶିକ୍ଷାରେ ସମାଜ ସେବାକୁ ଏକ ସ୍ୱେଚ୍ଛାକୃତ କାର୍ଯ୍ୟ ଭାବେ ପ୍ରଚଳନ କରିବାକୁ ୧୯୬୯ ମସିହା ସେପ୍ଟେମ୍ବର ୨୪ ତାରିଖରେ ରାଷ୍ଟ୍ରୀୟ ସେବା ଯୋଜନାର ଶୁଭାରମ୍ଭ ହୋଇଥିଲା୤ ଗୋଷ୍ଠି ସେବା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱର ବିକାଶ ଲକ୍ଷ ନେଇ ଆରମ୍ଭ କରାଯାଇଥିବା ଏହି ଯୋଜନାର ଆଦର୍ଶ ହେଉଛି ‘ମୋ ପାଇଁ ନୁହେଁ, ଆପଣଙ୍କ ପାଇଁ’୤ ଛାତ୍ରଛାତ୍ରୀମାନେ ନିଜକୁ ବୁଝିବା ସହ ଗୋଷ୍ଠୀ ସହ ସେମାନଙ୍କ ସମ୍ପର୍କକୁ ଜାଣିବା, ସମସ୍ୟାକୁ ଛିହ୍ନଟ କରିବା ଓ ତାର ସମାଧାନ କରିବା, ନେତୃତ୍ୱ ଓ ଗଣତାନ୍ତ୍ରୀକ ଚିନ୍ତାଧାରା ସୃଷ୍ଟି କରିବା, ଜାତୀୟ ସଂହତି ଓ ସାମାଜିକ ଏକତା ପାଇଁ କାର୍ଯ୍ୟ କରିବା, ଏହି ଯୋଜନାର ମୂଳ ଲକ୍ଷ୍ୟ୤

Blue, red and white wheel
ରାଷ୍ଟ୍ରୀୟ ସେବା ଯୋଜନାର ସାଙ୍କେତିକ ଚିହ୍ନ

ପ୍ରତିବର୍ଷ ସେପ୍ଟେମ୍ବର ୨୪ ତାରିଖକୁ ରାଷ୍ଟ୍ରୀୟ ସେବା ଯୋଜନା ଦିବସ ଭାବେ ପାଳନ କରାଯାଇଥାଏ୤ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର +୨ ଓ +୩ ଛାତ୍ର ଛାତ୍ରୀ ଏହି ଯୋଜନା ଅନ୍ତର୍ଭୁକ୍ତ୤ ଭାରତ ସରକାରଙ୍କ ଯୁବ କାର୍ଯ୍ୟକ୍ରମ ଓ କ୍ରୀଡ଼ା ମନ୍ତ୍ରାଳୟ ଅଧୀନରେ ଜାତୀୟ ସେବା ଯୋଜନା ପରିଚାଳିତ୤ ନୂଆଦିଲ୍ଲୀରେ ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ୤ ବିଭିନ୍ନ ରାଜ୍ୟ ସହ ସମ୍ପର୍କ ରକ୍ଷା ଲାଗି ଆଞ୍ଚଳିକ କେନ୍ଦ୍ରମାନ ରାଜ୍ୟ ଜାତୀୟ ସେବା ଯୋଜନା ପ୍ରକୋଷ୍ଠ ତାଲିମ କେନ୍ଦ୍ରକୁ ସହାୟତା କରିଆସୁଛି୤ ରାଜ୍ୟ ପ୍ରକୋଷ୍ଠ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଥିବା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ୟୁନିଟକୁ ପରିଚାଳନା କରୁଛି୤

ଜାତୀୟ ସେବା ଯୋଜନାର ଲକ୍ଷ୍ୟଗୁଡ଼ିକ ପୂରଣ କରିବା ପାଇଁ ୨ଟି କାର୍ଯ୍ୟକ୍ରମ ରହିଛି ଯଥା ନିୟମିତ କାର୍ଯ୍ୟକ୍ରମ ଏବଂ ସ୍ୱତନ୍ତ୍ର ସେବା ଶିବିର୤ ଜାତୀୟ ସେବା ଯୋଜନାରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ପ୍ରତିବର୍ଷ ୧୨୦ଘଣ୍ଟା ହିସାବରେ ୨ ବର୍ଷରେ ୨୪୦ ଘଣ୍ଟା ନିୟମିତ କାର୍ଯ୍ୟ କରିଥାନ୍ତି୤ ଏହି ନିୟମିତ କର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ବା ପୋଷ୍ୟଗ୍ରାମରେ ଛୁଟିଦିନମାନଙ୍କରେ କରାଯାଇଥାଏ୤ ଜାତୀୟ ସେବା ଯୋଜନାର

ଆଧାର ସମ୍ପାଦନା

ଆଗକୁ ପଢ଼ନ୍ତୁ ସମ୍ପାଦନା

  • National Service Scheme: A Report, by Khwaja Ghulam Saiyidain. Published by Ministry of Education, Govt. of India, 1961.
  • Training and consultancy needs in national service scheme, by N. F. Kaikobad, Krishan K. Kapil. Published by Tata Institute of Social Sciences, 1971.
  • National Service Scheme: guide-lines to project-masters, by Andhra University, Dept. of Sociology & Social Work. Published by Dept. of Sociology & Social Work, Andhra University, 1971.
  • National Service Scheme in Gujarat: An Evaluation Report for the Year 1986-87, by Tata Institute of Social Sciences Training Orientation & Research Centre (NSS), India, India. Dept. of Youth Affairs and Sports. Published by The Centre, 1987.
  • National Service Scheme in Maharashtra: An Evaluation Report for the Year 1986-87, by Tata Institute of Social Sciences Training Orientation & Research Centre (NSS), India, India Dept. of Youth Affairs and Sports. Published by The Centre, 1988.
  • National Service Scheme in India: A Case Study of Karnataka, by M. B. Dilshad. Published by Trust Publications, 2001.

ଅଧିକ ତଥ୍ୟ ସମ୍ପାଦନା