ଶ୍ରୀରାମକୃଷ୍ଣ କଥାମୃତ ଶ୍ରୀ ରାମକୃଷ୍ଣ ପରମହଂସଙ୍କ ଜନୈକ ଗୃହସ୍ଥ ଶିଷ୍ୟ ଶ୍ରୀ ମହେନ୍ଦ୍ର ନାଥ ଗୁପ୍ତ ବା ଶ୍ରୀ ମ.ଙ୍କଦ୍ୱାରା ରଚିତ ଏକ ଜୀବନ ବିବରଣୀ । ଏହି ବହିରେ ଶ୍ରୀ ମ. ତାଙ୍କ ଗୁରୁଙ୍କ ସହ ସାକ୍ଷାତଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ସହ ବିତାଇଥିବା ସମୟରେ ତାଙ୍କ କଥୋପକଥନ ଓ ଉପଦେଶ ବର୍ଣ୍ଣନା କରିଛନ୍ତି । ବଙ୍ଗଳା ଭାଷାରେ ରଚିତ ଏହି ବହି ପାଞ୍ଚୋଟି ଭାଗରେ ବିଭକ୍ତ ।

ଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତ  
ଲେଖକମହେନ୍ଦ୍ରନାଥ ଗୁପ୍ତ
ଦେଶଭାରତ
ଭାଷାବଙ୍ଗଳା
ବିଭାଗଆଧ୍ୟାତ୍ମିକ
ପ୍ରକାଶକKathamrita Bhavan
ପ୍ରକାଶ ତାରିଖ1902, 1904, 1908, 1910 and 1932

ଇତିହାସ ସମ୍ପାଦନା

ମହେନ୍ଦ୍ର ନାଥ ଗୁପ୍ତ ରିପନ କଲେଜରେ ଅଧ୍ୟାପକ ଭାବେ କାମ କରୁଥିଲେ । ଏବଂ ଅନେକ ସ୍କୁଲରେ ମଧ୍ୟ ପଢ଼ାଉ ଥିଲେ । ୧୩ ବର୍ଷ ବୟସରୁ ତାଙ୍କର ଡାଏରୀରେ ଦୈନିକ ବିବରଣୀ ଲେଖିବାର ଅଭ୍ୟାସ ରହିଥିଲା । [୧] ୧୮୮୨ ମସିହାରେ ତାଙ୍କର ଶ୍ରୀ ରାମକୃଷ୍ଣଙ୍କ ସହ ଦେଖା ହୋଇଥିଲା ଏବଂ ତାଙ୍କ ଶିକ୍ଷାଦ୍ୱାରା ପ୍ରଭାବିତ ହୋଇ ସେ ତାଙ୍କ ଦୈନନ୍ଦିନ ଜୀବନ ଓ କଥା ବିବରଣୀ ଡାଏରୀରେ ଲେଖି ରଖୁଥିଲେ । ଏହି ବିବରଣୀ ପରେ ଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତ ଭାବେ ପ୍ରକାଶିତ ହୋଇଥିଲା । [୨] ପ୍ରତି ପରିଚ୍ଛେଦରେ ସେ ସ୍ଥାନ ଓ ସମୟ ଲେଖି ରଖୁଥିଲେ ।

ଆଧାର ସମ୍ପାଦନା

  1. Sen 2001, p. 42
  2. Tyagananda & Vrajaprana 2010, pp. 7–8


ବାହ୍ୟ ଆଧାର ସମ୍ପାଦନା