ସଂଶୋଧନ ବାକି ଅଛି 

ସେ କୁଆ ସରପୁର, ଯାଜପୁରଠାରେ ଜନ୍ମଗ୍ରହଣ କରିଥିଲେ । ଏକାଧାରରେ ସେ ନାଟ୍ୟକାର, ଗାୟକ, ସଂଗୀତକାର, ଗୀତିକାର ଓ ନାଟ୍ୟକର୍ମୀ ।

ଭ୍ରମଖ୍ୟମାଣ ବ୍ୟାବସାୟିକ 7677 72 8খ66'G (ই ৫৭TQ ẹ cš 8) gộslQII aQQdi QçlaQ ସ୍ୱନାମଧନ୍ୟ ଓଡ଼ିଶୀ ଗୁରୁ ପଙ୍କଜ ଚରଣ ଦାସ ଏହି ନାଟ୍ୟଦଳରେ ନୃତ୍ୟାଭିନୟରେ ଥିବା ବେଳେ ଦେବପ୍ରସାଦ ଦାସ ନାରୀ ଚରିତ୍ରରେ ଅଭିନୟ କରୁଥିଲେ । ‘ ନିଉ ଥିଏଟର’ ବନ୍ଦ ହେବାପରେ ରାଧାରମଣ ରାୟ ବଲାଙ୍ଗିର, ପାଟଣା ଷ୍ଟେଟର ‘ପୃଥୀରାଜ ଉଚ୍ଚ ବିଦ୍ୟାଳୟ' ଓ ‘ବାଳିକା ବିଦ୍ୟାଳୟ'ର ସଂଗୀତ ଶିକ୍ଷକ ଭାବେ ଯୋଗ ଦେଇଥିଲେ । ସେତେବେଳେ ତାଙ୍କ ଗାୟନ ସହ କୁମାର ବିବୁ ଦେନ୍ଦ୍ର ସିଂହଦେଓଙ୍କ ବେହେଲା ବାଦନର ଚର୍ଜା ସାରା ଓଡ଼ିଶାରେ ହେଉଥିଲା । ରାଧାରମଣ ରାୟ କଲିକତାର ଗ୍ରାମୋଫୋନ ରେକର୍ଡ କମ୍ପାନି ‘ସେନୋଲା’ର ଓଡ଼ିଆ ସଂଗୀତ ବିଭାଗ ପାଇଁ ପ୍ରଶିକ୍ଷଣକାରୀ ଥିଲେ । ତାଙ୍କ ଗାୟନରେ ଅନେକ ଗ୍ରାମୋଫୋନ ରେକର୍ଡ ‘ସେନୋଲା’ ପକ୍ଷରୁ ପ୍ରସାରିତ । ପ୍ରଥମ ସାମାଜିକ ଓଡ଼ିଆ ଚଳଚ୍ଚିତ୍ର ‘ରୋଲସ ଟୁ ଏଇଟ’ରେ(୧୯୫୧) ରାଧାରମଣ ଗୋଟିଏ ଯୁଗଳ ଗାୟନ ଗୀତ ଲେଖିଥିଲେ ଏବଂ ନିଜେ ଗାଇଥିଲେ । ‘ମହୁଆ ଫୁଟିଲା ବନେ, ମନ କଥା ମୋର ମନେ ନ ମନେ’ ଏହି ଗୀତଟି ପାରମ୍ପରିକ ‘ରଜଦୋଳି’ ସ୍ୱର ଓ ଶବ୍ଦରେ ଛନ୍ଦା ହୋଇଥିଲା ।[୧]

ଆଧାର ସମ୍ପାଦନା

  1. Encyclopedia of Indian Cinema. 27.1.2016. p. 100. {{cite book}}: Check date values in: |date= (help)