ଯଶୋଦା କୃଷ୍ଣଙ୍କ ପାଳିତା ମାତା ଓ ନନ୍ଦ ରାଜାଙ୍କର ପତ୍ନୀ ଥିଲେ । ବସୁଦେବ ପତ୍ନୀ ଦେବକୀ କାରାଗାରରେ ଓ ନନ୍ଦପତ୍ନୀ ଯଶୋଦା ଗୋପପୁରରେ ଏକ ସମୟରେ ଦୁଇଟି ସନ୍ତାନ ପ୍ରସବ କଲେ ୤ ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଓ ଯଶୋଦାଙ୍କ ଗର୍ଭରୁ କନ୍ୟାରୂପରେ ମହାମାୟା ଜାତ ହେଲେ ୤ ଘାତକ କଂସଠାରୁ ପୁତ୍ରକୁ ରକ୍ଷା କରିବା ପାଇଁ ବସୁଦେବ ଶ୍ରୀକୃଷ୍ଣଙ୍କୁ ମଥୁରାରୁ ଘେନି ଯଶୋଦା ଅଚେତନା ଥିବା ଅବସ୍ଥାରେ ଯଶୋଦାଙ୍କ ଅନ୍ତୁଡ଼ିଶାଳରେ ରଖିଦେଇ, ସେଠାରୁ କନ୍ୟାଟିକୁ ଆଣି ଦେବକୀଙ୍କ ଅନ୍ତୁଡ଼ିଶାଳରେ ରଖିଦେଲେ ୤ ଏ ବିଷୟ ଯଶୋଦାଙ୍କୁ ଜଣା ନଥିଲା ୤ ଯଶୋଦା ଚେତନା ଲଭିବା ପରେ ଶ୍ରୀକୃଷ୍ଣଙ୍କୁ ଆପଣାର ପୁତ୍ର ଭାବି ପୁତ୍ରବତ୍ ପାଳନ କଲେ ୤ କଂସ ସକାଳୁ ଉଠି ଦେବକୀଙ୍କ ନିକଟରୁ ସେ କନ୍ୟାଟି ଆଣି (ତାଙ୍କୁ ଦେବକୀଗର୍ଭଜାତ ସନ୍ତାନ ମନେ କରି) ତାଙ୍କୁ ଧରି ଭୂଇଁରେ କଚାଡ଼ି ଦେବା ବେଳେ ସେ କନ୍ୟାଟି ଶୂନ୍ୟରେ ଉଭେଇ ଗଲା ୤

ଯଶୋଦା
ସଂସ୍କୃତ ଅନୁବାଦଯଶୋଦା
ଅସ୍ତ୍ରNone

ଆଧାର ସମ୍ପାଦନା