ମେହେରଗଡ ଫୋର୍ଟ  (Hindi: मेहरानगढ़ का दुर्ग) (Sindhi: مهراڻ ڳڙهه‎ ),ଭାରତୀୟ ରାଜ୍ୟ ରାଜସ୍ଥାନର ଜୋଧପୁରଠାରେ ଅବସ୍ଥିତ ଭାରତର ସର୍ବ ବୃହତ ଦୁର୍ଗ । ଏହା 1480 ମସିହାରେ ରାଓ ଯୋଧାଙ୍କଦ୍ୱାରା ନିର୍ମିତ ହେଇଥିଲା । ଏହା ସହରଠାରୁ 410 ଫୁଟ ଉପରେ ଅବସ୍ଥିତ ଓ ବିଶାଳ କାୟ ପ୍ରାଚୀରଦ୍ୱାରା ଅବଦ୍ଧ । ଏହା ମଧ୍ୟରେ ସୂକ୍ଷ୍ମ କରୁକର୍ଜ୍ୟ ବିଶିଷ୍ଟ ଖୋଦେଇ ସହ ଅନେକ ପ୍ରସାଦ ସମୂହ ରହିଛି । ଏକକ ଗୋଳେଇ ପାଉଞ୍ଚ ରାସ୍ତା ସହରରୁ ଏହା ଊପରକୁ ଯିବା ପାଇଁ ରହିଛି । ଏହି ଦୁର୍ଗର ବାମକୁ କିରାଟ ସିଂହ ନାମକ ସୈନ୍ୟଙ୍କ ସ୍ମାରକୀ ରହିଛି । 

ମେହେରଗଡ ଫୋର୍ଟ ,
Jodhpur, Rajasthan, India
View of Mehrangarh Fort
ମେହେରଗଡ ଫୋର୍ଟ , is located in Rajasthan
ମେହେରଗଡ ଫୋର୍ଟ ,
ମେହେରଗଡ ଫୋର୍ଟ ,
Coordinates26°17′52″N 73°01′06″E / 26.29784°N 73.01842°E / 26.29784; 73.01842
TypeFort
Site information
Open to
the public
Yes

ଦୁର୍ଗ ଭିତରକୁ ଯିବାକୁ 7ଟି ଗେଟ ରହିଛି । ଏହା ମଧ୍ୟରୁ ମହାରାଜା ମାନ ସିଂହ ତିଆରି କରିଥିବା ଜୟପୋଲ ( victory gate) ମଧ୍ୟ ଅନ୍ୟତମ ।ମହାରାଜା ଅଜିତ ସିଂ ନିର୍ମାଣ କରିଥିବା ଫତେହପୋଲ ମଧ୍ୟ ମହାରାଜାଙ୍କ ମୋଗଲମାନଙ୍କ ଉପରେ ବିଜୟ ମନେଇବାକୁ ନିର୍ମିତ ହେଇଥିଲା । ଏଠାରେ ସେ ଦେଇଥିବା ହାତର ଛପା ଏବେ ମଧ୍ୟ ରହିଛି ।  

ମେହେରାନଗଡ ଦୁର୍ଗ ଭିତରେ ଥିବାଥିବା ମିଉଜିଅମ ରାଜସ୍ଥାନର ସବୁଠୁ ବେଶୀ ପ୍ରାଚୀନ କୀର୍ତ୍ତିରେ ଭର୍ତ୍ତି ଥିବା ସଂଗ୍ରହାଳୟ । 1730 ମସିହାରେ ମହାରାଜା ଜିତି ଥିବା ପାଳଙ୍କି , ଅସ୍ତ୍ର ଶସ୍ତ୍ର ସବୁ , ପ୍ରାଚୀନ କାଳର ପୋଷାକ , ଅଙ୍କିତା ଚିତ୍ର ଓ ଅନ୍ୟ ଦୁର୍ଲଭ ଏଇତିହାସିକ ଦ୍ରବ୍ଯ ସବୁ ଏଠାରେ ରହିଛି । 

ଇତିହାସ  ସମ୍ପାଦନା

ରାଓ ଯୋଧା ଯୋଧପୁରକୁ 1459 ମସିହାରେ ଏକ ରାଜପୁତ ରାଜ୍ୟ ହିସାବରେ ସ୍ଥାପନ କରିଥିଲେ । ସେ ରଣମଳଙ୍କ 24 ଜଣ ପୁତ୍ରଙ୍କ ମଧ୍ୟରୁ ଜଣେ ଥିଲେ ଓ ପଞ୍ଚଦଶତମା ରାଠୋର ଶାସକ ଥିଲେ । ସେ ତାଙ୍କର ପୁରାତନ ମନାଦୋର ଦୁର୍ଗରୁ ଜୋଧପୁରଠାରେ ନିର୍ମିତ କରିଥିବା ଏହି ମେହେରଗଡ ଦୁର୍ଗକୁ ତାଙ୍କର ଆବାସ ଉଠେଇ ଆଣିଥିଲେ । 

ରାଓ ଯୋଧା ତାଙ୍କର ସେନାଙ୍କୁ ନେଇ ତତ୍କାଳୀନ ମେବାର ସେନାବାହିନୀକୁ ପରାସ୍ତ କରି 1459 [୧]ରେ ପାହାଡ ଉପରେ ଏହି ଦୁର୍ଗ ସ୍ଥାପନ କାର୍ଯ୍ୟ ଆରମ୍ଭ କରିଥିଲେ । 

 
The imposing silhouette of the Mehrangarh fort against the stunning clouds at Jodhpur.
 
ଦୁର୍ଗରେ ଥିବା କିଲକିଲା ତୋପ 

ମେହେରଗଡ ଦୁର୍ଗର ଗ୍ୟାଲେରି  ସମ୍ପାଦନା

ହାତୀ ହାୱଦା ସମ୍ପାଦନା

 
ସଂଗ୍ରହାଳୟରେ ଥିବା ପାଳଙ୍କି 

ପାଲିଙ୍କି  ସମ୍ପାଦନା

ସେହି ସମୟରେ ପାଳଙ୍କି ରାଜକୀୟ ମହିଳାମାନେ ଯାତାୟତ କରିବାର ଏକ ମାଧ୍ୟମ ଥିଲା । ଏହି ବ୍ୟବସ୍ଥା 20 ଶ ଶତାବ୍ଦୀର ଦ୍ୱିତୀୟର୍ଦ୍ଧ ଯାଏ ପ୍ରଚଳିତ ଥିଲା । ଏଥିରେ ରାଜା ଓ ବିଶିଷ୍ଟ ଅତିଥିମାନେ ମଧ୍ୟ ଯାତ୍ରା କରୁଥିଲେ । ପାଳଙ୍କିକୁ ହାତୀ ଉପରେ ଲଗା ଯାଏ ବା ତାକୁ ଭୃତ୍ୟମାନେ ବହନ କରି ନଉଥିଲେ । 

 
ସଂଗ୍ରହାଳୟରେ ଥିବା 1828 ମସିହାର ଶିବ ପୂରଣର ଚିତ୍ର ପଟ .

ଚାମୁଣ୍ଡା ମାତାଜୀ ମନ୍ଦିର  ସମ୍ପାଦନା

 
ଚାମୁଣ୍ଡା ମାତାଜୀ ମନ୍ଦିର

ଚାମୁଣ୍ଡା ମାତାଜୀ ଯୋଧପୁରର ପ୍ରତିଷ୍ଠାତା ରାଜା ରାଓ ଯୋଧାଙ୍କ ଆରାଧ୍ୟା ଦେବୀ ଥିଲେ । ସେ 1460 ମସିହାରେ ମାଁ ଚାମୁଣ୍ଡାଙ୍କ ମୂର୍ତି ଆଣି ମେହେରଗଡରେ ସ୍ଥାପନା କରିଥିଲେ । 

ରାଓ ଯୋଧା ମରୁଭୁମି ପ୍ରସ୍ତର ପାର୍କ  ସମ୍ପାଦନା

ରାଓ ଯୋଧା ମରୁଭୁମି ପ୍ରସ୍ତର ପାର୍କ 72 ଏକର ପରିମିତ ସ୍ଥାନରେ ବ୍ୟାପ୍ତ ଏକ ପାର୍କ । ଏଠାରେ ପରିବେଶିକ ଭାବରେ ଉଦ୍ଧହର କରାଯାଇଥିବା ମରୁ ଉଦ୍ୟାନ ରହିଛି ।[୨][୩] ଏହା 2006 ମସିହାରେ ସ୍ଥାପନ ହେଇଥିଲା । 

୨୦୦୮ ଦଳା ଚକଟା ଦୁର୍ଘଟଣା  ସମ୍ପାଦନା

ମେହେରଗଡ ଚାମୁଣ୍ଡା ଦେବୀ ମନ୍ଦିର ଭିତରେ 2008 ମସିହାରେ ଦଳା ଚକଟା ଦୁର୍ଘଟଣା ହେଇ 249 ଜଣ ଭକ୍ତଙ୍କ ଦେହାନ୍ତ ଓ 400ରେ ବେସୀ ଆହତ ହେଇଥିବା ଏହି ଦୁର୍ଗ ଇତିହାସରେ ଏକ ଦୁଖଡ ଘଟଣା । .[୪]

ସଂସ୍କୃତି  ସମ୍ପାଦନା

ଦୁର୍ଗରେ ପର୍ଯ୍ୟଟକଙ୍କ ଚିତ୍ତ  ବିନୋଦନ ପାଇଁ ଲୋକ କଳାକାରମାନେ ଲୋକ ସଂଗୀତ ପରିବେଷଣ କରିଥାନ୍ତି । ଏହା ଏଠାରେ ଥିବା ସଂଗ୍ରହାଳୟ, ହସ୍ତତନ୍ତ୍ର ମେଳା , ରେଷ୍ଟୁରାଣ୍ଟରେ ମଧ୍ୟ ପ୍ରଚଳିତ ।[୫] ଏଠାରେ2012ରେ  ଇଂରାଜୀ ଫିଲ୍ମ The Dark Night Rises[୬]ର ଶୁଟିଙ୍ଗ ହେଇଥିଲା । "ଆୱାରାପନ  " [୭]ନାମକ ହିନ୍ଦୀ ଫିଲ୍ମର ଶୁଟିଙ୍ଗ ମଧ୍ୟ 2015ରେ ଏଠାରେ ହେଇଥିଲା । ଆମେରିକୀୟ ନିର୍ଦ୍ଦେଶକଙ୍କ junun ନାମକ ସଂଙ୍ଗୀତ ଆଲବମ ଥାଇ ଡକୁମେଣ୍ଟାରି ମଧ୍ୟ ଏଠାରେ ନିର୍ମିତ ହେଇଥିଲା ।  [୮][୯]

ଟୀକା ସମ୍ପାଦନା

  1. "Mehrangarh Fort-Jodhpur". Archived from the original on 20 ନଭେମ୍ବର 2008. Retrieved 11 ନଭେମ୍ବର 2016.
  2. "Reclaiming the desert". The Hindu (in Indian English). 30 ଜୁଲାଇ 2014. ISSN 0971-751X. Retrieved 4 ସେପ୍ଟେମ୍ବର 2016.
  3. "Rao Jodhpur desert rock park - Xinhua | English.news.cn". news.xinhuanet.com. Retrieved 4 ସେପ୍ଟେମ୍ବର 2016.
  4. 2008 Stampede at Chanmunda Devi Temple in Mehrangarh Fort Sep 30, 2008
  5. "The Fantastic 5 Forts: Rajasthan Is Home to Some Beautiful Forts, Here Are Some Must-See Heritage Structures". DNA : Daily News & Analysis. 28 ଜାନୁଆରୀ 2014. Archived from the original on 24 ସେପ୍ଟେମ୍ବର 2015. Retrieved 5 ଜୁଲାଇ 2015 – via High Beam. {{cite news}}: Unknown parameter |subscription= ignored (|url-access= suggested) (help)
  6. "Shooting in India was nice adventure: Christian Bale". INDIATIMES. Retrieved 6 ମାର୍ଚ୍ଚ 2014.
  7. "Awarapan Locations". BOLLYLOCATIONS. Archived from the original on 18 ଜୁଲାଇ 2018. Retrieved 18 ଜାନୁଆରୀ 2015.
  8. "NYFF Review: Paul Thomas Anderson is Trying Something Different With 'Junun'". Indiewire. Retrieved 9 ଅକ୍ଟୋବର 2015.
  9. "Film Review: 'Junun'". Variety. Retrieved 9 ଅକ୍ଟୋବର 2015.

ବାହାର ଲିଙ୍କ ସମ୍ପାଦନା