ଭାରତର ଜାତୀୟ ପ୍ରତୀକ

ଭାରତୀୟ ରାଷ୍ଟ୍ରୀୟ ପ୍ରତୀକ ସମ୍ପାଦନା

ପ୍ରଜାତାନ୍ତ୍ରିକ ଭାରତର ବିଭିନ୍ନ ରାଷ୍ଟ୍ରୀୟ ପ୍ରତୀକ ଅଛି । ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ପରେ ଏହି ପ୍ରତୀକ ସବୁ କାର୍ଯ୍ୟକ୍ଷମ ହେଲା ।

ନାମ ସଂକେତ ଛବି ଟୀକା
ରାଷ୍ଟ୍ରୀୟ ପତାକା ଭାରତୀୟ ରାଷ୍ଟ୍ରୀୟ ପତକା
(ତ୍ରିରଙ୍ଗା)
  ପତକାଟି କେଶର, ସବୁଜ ଓ ଧଳା ରଙ୍ଗରେ ତିଆରି କେଶରୀ ଓ ସବୁଜ ରଙ୍ଗ ମଝିରେ ଅଶୋକ ଚକ୍ର ଅଛି।[୧]
ରାଷ୍ଟ୍ରୀୟ ଚିହ୍ନ ଭାରତର ରାଷ୍ଟ୍ରୀୟ ଚିହ୍ନ
(ଅଶୋକ ସ୍ତମ୍ଭ)
  ୨୬ ଜାନୁଆରୀ ୧୯୫୦ ରାଜା ଅଶୋକଙ୍କ ଅଶୋକ ସ୍ତମ୍ବକୁ ଭାରତର ରାଷ୍ଟ୍ରୀୟ ଚିହ୍ନ ଘୋଷଣା କରାଯାଇଥିଲା।".[୨]
ରାଷ୍ଟ୍ରୀୟ ପଞ୍ଜିକା ଭାରତର ରାଷ୍ଟ୍ରୀୟ ପଞ୍ଜିକା
(ଶକ ପଞ୍ଜିକା)
ଏହା ଚୈତ୍ର ମାସରୁ ଆରମ୍ଭ ହୋଇ ବୈଶାଖ ମାସରେ ଶେଷ ହୁଏ । [୩]
ରାଷ୍ଟ୍ର ଗାନ "ଜନ ଗଣ ମନ"
ରବିନ୍ଦ୍ରନାଥ ଠାକୁର
70px ୨୬ ଜାନୁଆରି ୧୯୫୦ରେ ଜନ ଗଣ ମନକୁ ଭାରତର ରାଷ୍ଟ୍ର ଗାନ ଘୋଷଣା କରାଯାଇଥିଲା ।[୪]
ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ
ବଙ୍କିମଚନ୍ଦ୍ର ଚଟ୍ଟୋପଦ୍ଧାୟ
୧୮୯୬ ଭାରତୀୟ କଂଗ୍ରେସ ମେଳଣରେ ଏହା ପ୍ରଥମ ଥର ପାଇଁ ଏହି ଗୀତଟି ଗାନ କରାଯାଇଥିଲା । [୫]
ରାଷ୍ଟ୍ରୀୟ ଫୁଲ ପଦ୍ମ
(Nelumbo nucifera)
  ପଦ୍ମ ଫୁଲକୁ ଭାରତର ରାଷ୍ଟ୍ରୀୟ ଫୁଲ ଘୋଷଣା କରାଯାଇଥିଲା।

[୬]

ରାଷ୍ଟ୍ରୀୟ ଫଳ ଆମ୍ବ
Mangifera indica
  ଭାରତ ଆମ୍ବର ଏକ ମୁଖ୍ୟ ଉତ୍ପାଦକ ଏଠାରେ ୧୦୦ ପ୍ରଜାତିରୁ ଅଧିକ ଆମ୍ବ ମିଳେ ସେଥି ପାଇଁ ଆମ୍ବକୁ ରାଷ୍ଟ୍ରୀୟ ଫଳ କୁହାଯାଏ।[୭]
ରାଷ୍ଟ୍ରୀୟ ନଦୀ ଗଙ୍ଗା   ଏହା ଭାରତର ବୃହତ୍ତମ ନଦୀ ଓ ପୁଜ୍ୟ ନଦୀ ସେଥି ପାଇଁ ଗଙ୍ଗାକୁ ରାଷ୍ଟ୍ରୀୟ ନଦୀ କୁହାଯାଏ।[୮]
ରାଷ୍ଟ୍ରୀୟ ଗଛ ବରଗଛ
(Ficus bengalensis)
  ବର ଗଛଟି ଭାରତରେ ସବୁ ଜାଗାରେ ଦେଖିବାକୁ ମିଳେ ସେଥି ପାଇଁ ବରକୁ ରାଷ୍ଟ୍ରୀୟ ଗଛ କୁହାଯାଏ ।[୯]
ରାଷ୍ଟ୍ରୀୟ ପଶୁ ମହାବଳ ବାଘ
(Panthera tigris)
  ବାଘ ଭାରତର ସବୁ ଜାଗାରେ ଦେଖିବାକୁ ମିଳେ ସେଥି ପାଇଁ ବାଘକୁ ରାଷ୍ଟ୍ରୀୟ ପଶୁ କୁହାଯାଏ ।[୧୦]
ରାଷ୍ଟ୍ରୀୟ ଖେଳ ହକି   ଭାରତ ଅଲମ୍ପିକରେ ହକିରେ ୮ଟି ସୁନା ପଦକ ପାଇଛି ସେଥି ପାଇଁ ହକିକୁ ରାଷ୍ଟ୍ରୀୟ ଖେଳ କୁହାଯାଏ ।[୧୧]
ରାଷ୍ଟ୍ରୀୟ ସରୀସୃପ ଅହିରାଜ   ଅହିରାଜ ଭାରତ ଉପମହାଦେଶର ପ୍ରାୟ ସବୁ ଅଞ୍ଚଳରେ ଦେଖାଯାଉଥିବା ଏକ ସରୀସୃପ । ଭାରତୀୟ ସଂସ୍କୃତିରେ ଏକ ବିଶେଷ ସ୍ଥାନଧାରଣ କରିଥିବାରୁ ଏହାକୁ ଭାରତର ରାଷ୍ଟ୍ରୀୟ ସରୀସୃପ କୁହାଯାଏ ।
ରାଷ୍ଟ୍ରୀୟ ପ୍ରତିଜ୍ଞା ରାଷ୍ଟ୍ରୀୟ ପ୍ରତିଜ୍ଞା ରାଷ୍ଟ୍ରୀୟ ପ୍ରତିଜ୍ଞା ଭାରତୀୟଙ୍କ ଜାତୀୟତାବାଦୀ ନିଷ୍ଠାର ଶପଥ ଅଟେ ।
ରାଷ୍ଟ୍ରୀୟ ଐତିହାସିକ ପଶୁ ହାତୀ   ଦେଶର ପ୍ରାୟ ୨୯୦୦୦ ହାତୀଙ୍କ ସୁରକ୍ଷା ନିମନ୍ତେ ଭାରତୀୟ ପରିବେଶ ମନ୍ତ୍ରୀ ହାତୀକୁ ଜାତୀୟ ଐତିହ୍ୟ ପଶୁ ମାନ୍ୟତା ଦେଇଥିଲେ ।[୧୨]
ରାଷ୍ଟ୍ରୀୟ ଅଣୁଜୀବ ଲାକ୍ଟୋବାସିଲସ ଡେଲବ୍ର୍ୟୁକୀ
(ଇଂରାଜୀ:Lactobacillus delbrueckii)
  ୨୦୧୨ ମସିହା ଅକ୍ଟୋବର ୧୮ ତାରିଖରେ ଭାରତୀୟ ପରିବେଶ ଏବଂ ବନସମ୍ପଦ ମନ୍ତ୍ରୀ ଜୟନ୍ତୀ ନଟରାଜନ ବୀଜାଣୁକୁ ଜାତୀୟ ଅଣୁଜୀବ ମାନ୍ୟତା ପ୍ରଦାନ କରିଥିଲେ ।
ରାଷ୍ଟ୍ରୀୟ ପକ୍ଷୀ ମୟୂର   ୧୯୬୩ ମସିହା ଫେବୃଆରୀ ୧ ତାରିଖରେ ଭାରତ ସରକାର ମୟୂରକୁ ରାଷ୍ଟ୍ରୀୟ ପକ୍ଷୀର ମାନ୍ୟତା ପ୍ରଦାନ କରିଥିଲେ ।[୧୩]

ଆଧାର ସମ୍ପାଦନା

  1. http://www.whereincity.com/india/great-indians/national-symbols/flag.php
  2. "ରାଷ୍ଟ୍ରୀୟ ଚିହ୍ନ". ଭାରତ ସରକାର. Archived from the original on 19 March 2012. Retrieved 3 Apr 2012.
  3. "ରାଷ୍ଟ୍ରୀୟ ପଞ୍ଜିକା". ଭାରତ ସରକାର. Retrieved 3 Apr 2012.
  4. "ରାଷ୍ଟ୍ର ଗାନ". ଭାରତ ସରକାର. Retrieved 3 Apr 2012.
  5. "ରାଷ୍ଟ୍ରୀୟ ଗୀତ". ଭାରତ ସରକାର. Retrieved 3 Apr 2012.
  6. "ରାଷ୍ଟ୍ରୀୟ ଫୁଲ". ଭାରତ ସରକାର. Archived from the original on 28 March 2012. Retrieved 3 Apr 2012.
  7. "ରାଷ୍ଟ୍ରୀୟ ଫଳ". ଭାରତ ସରକାର. Retrieved 3 Apr 2012.
  8. "ରାଷ୍ଟ୍ରୀୟ ନଦୀ". ଭାରତ ସରକାର. Archived from the original on 30 March 2012. Retrieved 3 Apr 2012.
  9. "ରାଷ୍ଟ୍ରୀୟ ଗଛ". ଭାରତ ସରକାର. Archived from the original on 28 March 2012. Retrieved 3 Apr 2012.
  10. "ରାଷ୍ଟ୍ରୀୟ ପଶୁ-". ଭାରତ ସରକାର. Retrieved 3 Apr 2012.
  11. "ରାଷ୍ଟ୍ରୀୟ ଖେଳ". ଭାରତ ସରକାର. Archived from the original on 11 May 2012. Retrieved 3 Apr 2012.
  12. http://www.ens-newswire.com/ens/oct2010/2010-10-22-03.html&ved=2ahUKEwi_oceww8bcAhVLN48KHf3rCewQFjAFegQIAxAB&usg=AOvVaw0AJMDBSYryeFJlO3EZieCg
  13. "National Bird". Government of India. Archived from the original on 15 ଜାନୁଆରୀ 2013. Retrieved 3 ଅପ୍ରେଲ 2012.

ବାହାର ଆଧାର ସମ୍ପାଦନା