ବି. ଏସ. ବି. ନରେନ୍ଦ୍ର ମହାପାତ୍ର

ଓଡ଼ିଆ ରାଜନୀତିଜ୍ଞ

ବି. ଏସ. ବି. ନରେନ୍ଦ୍ର ମହାପାତ୍ର (୨୦ ଅକ୍ଟୋବର ୧୯୨୮ - ୧୧ ଫେବୃଆରୀ ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ନରେନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧] ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

ବ୍ରଜେନ୍ଦ୍ର ଚନ୍ଦ୍ର ବିରଞ୍ଚି ନରେନ୍ଦ୍ର ମହାପାତ୍ର
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀରାମ ଚନ୍ଦ୍ର ରାମ
ପର ଅଧିକାରୀରମେଶ ଚନ୍ଦ୍ର ପଣ୍ଡା
ନିର୍ବାଚନ ମଣ୍ଡଳୀରଣପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1928-10-22)ଅକ୍ଟୋବର ୨୨, ୧୯୨୮
ମୃତ୍ୟୁ୧୧ ଫେବୃଆରୀ ୧୯୮୦(1980-02-11) (ବୟସ ୫୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଦୁର୍ଗେଶନନ୍ଦିନୀ ଦେବୀ
ବାପା/ବୋଉବିରଞ୍ଚି ନାରାୟଣ ସିଂହ ଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ବି. ଏସ. ବି. ନରେନ୍ଦ୍ର ମହାପାତ୍ର ୧୯୨୮ ମସିହାର ଅକ୍ଟୋବର ମାସ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବିରଞ୍ଚି ନାରାୟଣ ସିଂହ ଦେଓ ଏବଂ ପତ୍ନୀଙ୍କ ନାମ ଦୁର୍ଗେଶନନ୍ଦିନୀ ଦେବୀ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ ସମ୍ପାଦନା

ନରେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କାର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ବି. ଏସ. ବି. ନରେନ୍ଦ୍ର ମହାପାତ୍ର ୧୯୮୦ ମସିହାର ଫେବୃଆରୀ ମାସ ୧୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଅଲ ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri B. S. B. Narendra Mohapatra". odishaassembly.nic.in. Odisha Assembly. Retrieved 18 April 2020.
  2. ନାୟକ, ଉଦ୍ଧବ ଚରଣ (September 2013). ଓଡ଼ିଶା ରାଜନୀତିର ଇତିହାସ (୧ମ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. 173. Retrieved 19 April 2020.