ବିରାଜ ଦାଶ

ଓଡ଼ିଆ ଅଭିନେତା

ବିରାଜ ଦାଶ (୧୫ ଜୁନ ୧୯୫୯ - ୨୫ ମଇ ୨୦୨୨) ଜଣେ ଓଡ଼ିଆ ଅଭିନେତା ଥିଲେ ଯିଏକି ଓଡ଼ିଆ ନାଟକ, ରେଡିଓ ନାଟକ, ଧାରାବାହିକ, ଟେଲିଫିଲ୍ମ ଏବଂ କଥାଚିତ୍ରରେ ଅଭିନୟ କରୁଥିଲେ । ସେ କିଛି ହିନ୍ଦୀ ଧାରାବାହିକ ଓ ବଙ୍ଗଳା କଥାଚିତ୍ରରେ ଅଭିନୟ କରିଥିଲେ । ସେ ମଞ୍ଚ ନାଟକରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଆକାଶବାଣୀଦୂରଦର୍ଶନରେ କାମ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ନାଟକ ଥିଲା ଭାଗବତ ଟୁଙ୍ଗୀ, ଯାହାକି ଦୂରଦର୍ଶନ ସମ୍ବଲପୁରଦ୍ୱାରା ପ୍ରସାରିତ ହୋଇଥିଲା । ପରବର୍ତ୍ତୀ ସମୟର ସେ ମା’ ପରି କିଏ ହେବ, ଯା’ଦେବୀ ସର୍ବଭୂତେଷୁ’, ପ୍ରେମ ବନ୍ଧନ, ମୋ ଭାଇ ଜଗା, ପୁଅ ଭାଙ୍ଗିଦେଲା ସୁନା ସଂସାର, ଗୋଲାମ ଗିରି ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।

ବିରାଜ ଦାଶ
ଜନ୍ମ(1959-06-15)୧୫ ଜୁନ ୧୯୫୯
ମୃତ୍ୟୁ୨୫ ମଇ ୨୦୨୨(2022-05-25) (ବୟସ ୬୨)
ମୃତ୍ୟୁର କାରଣକର୍କଟ
ବୃତ୍ତି(ସମୂହ)ଅଭିନେତା (ଓଡ଼ିଆ)
କାହାଣୀକାର
ସକ୍ରିୟ ବର୍ଷ୧୯୭୯ - ୨୦୨୨
ବୈବାହିକ-ସାଥୀବିନିତା ତ୍ରିପାଠୀ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ବିରାଜ ଦାଶ ୧୯୫୯ ମସିହାର ଜୁନ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ମୁମ୍ବାଇରେ ମ୍ୟାନେଜ୍‌ମେଣ୍ଟ୍‌ ପଢ଼ିବା ପରେ ଅଭିନୟ କରିବା ସହିତ ବ୍ୟାଙ୍କରେ ଚାକିରି କରିଥିଲେ । ସେ ବିନିତା ତ୍ରିପାଠୀଙ୍କୁ ବିବାହ କରିଥିଲେ ।[୨]

ଅଭିନୟ ଜୀବନ ସମ୍ପାଦନା

ବିରାଜ ଦାଶ ୧୯୭୯ ମସିହାରେ ପ୍ରଥମେ ଦୂରଦର୍ଶନ ନାଟକ ଭାଗବତ ଟୁଙ୍ଗୀରେ ଅଭିନୟ କରିଥିଲେ, ଯାହାର ପ୍ରଯୋଜନା କରିଥିଲେ ଅକ୍ଷୟ ମହାନ୍ତି । ପରବର୍ତ୍ତୀ ସମୟରେ ସେ ଦେଖ ବର୍ଷା ଆସୁଛି, ଝରା ବଉଳ, କପଟ ପାଶ, ବୋହୂ କଟକିଆଣି ଆଦିରେ ଅଭିନୟ କରିଥିଲେ ।[୩] ବୋହୂ କଟକିଆଣି ନାଟକର ରଚନା ମଧ୍ୟ ସେ ନିଜେ କରିଥିଲେ, ଯାହାକି ଟି-ସିରିଜ୍ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ସାଇ ବାବା, ଆତତାୟୀ, ନାଗଫାଶ ଆଦିରେ ସେ ଖଳନାୟକ ଭାବରେ କାର୍ଯ୍ୟ କରିଥିଲେ ।[୪]

୧୯୮୬ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ବଗୁଲା ବଗୁଲୀ । ପରେ ପରେ ସେ ଗୋଲାମ ଗିରି, ମା’ ପରି କିଏ ହେବ, ଯା ଦେବୀ ସର୍ବ ଭୂତେଷୁ, ପ୍ରେମ ବନ୍ଧନ, ମୋ ଭାଇ ଜଗା, ପୁଅ ଭାଙ୍ଗିଦେଲା ସୁନା ସଂସାର ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ୧୯୮୯ ମସିହାରେ ସେ ବଙ୍ଗଳା କଥାଚିତ୍ର ନ୍ୟାୟଚକ୍ରରେ ଅଭିନୟ କରିଥିଲେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ନନ୍ଦ[୫]

ଚାକିରୀ ପାଇଁ ସେ ଅଭିନୟଠାରୁ ୧୬ ବର୍ଷ ଦୂରେଇ ଯାଇଥିଲେ ଏବଂ ୨୦୧୯ ମସିହାରେ ଅବସର ନେବା ପରେ ପୁଣିଥରେ ଅଭିନୟ ଜଗତକୁ ଫେରିଥିଲେ । ୨୦୨୧ ମସିହାରେ ମନ ମୋ ନେଇଗଲୁ ରେ କଥାଚିତ୍ରରେ ସେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ କିଛି କଥାଚିତ୍ର ଏବଂ ୱେବ୍‌ ସିରିଜ୍ ମୁକ୍ତିଲାଭ ଅପେକ୍ଷାରେ ଅଛି ।

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୮୬ ବଗୁଲା ବଗୁଲୀ ପ୍ରଥମ ଓଡ଼ିଆ କଥାଚିତ୍ର
୧୯୮୭ ଗୋଲାମଗିରି
୧୯୮୯ ଯା ଦେବୀ ସର୍ବ ଭୂତେଷୁ
ନ୍ୟାୟଚକ୍ର ବଙ୍ଗଳା କଥାଚିତ୍ର
୧୯୯୫ ମୋ ଭାଇ ଜଗା
୧୯୯୯ ପ୍ରେମ ବନ୍ଧନ ଝରଣାର ବାପା
ପୁଅ ଭାଙ୍ଗିଦେଲା ସୁନା ସଂସାର
ମା ପରି କିଏ ହେବ ନଟ
୨୦୨୧ ମନ ମୋ ନେଇଗଲୁ ରେ

ଅଭିନୀତ ଧାରାବାହିକ ସମ୍ପାଦନା

ଧାରାବାହିକ ଚେନାଲ୍ ଭୂମିକା ମନ୍ତବ୍ୟ
କଲିକତି ଚେଙ୍କ ଡିଡି ଓଡ଼ିଆ
ଦୁନିଆ ଡିଡି ଓଡ଼ିଆ
ସମ୍ପର୍କ ଡିଡି ଓଡ଼ିଆ
ଆକାଶ କଇଁଆ ଚିଲିକା ମାଛ ଡିଡି ଓଡ଼ିଆ
ସୁନା କାଇଁଚ ଡିଡି ଓଡ଼ିଆ
ମୂଲିଆ ଡିଡି ଓଡ଼ିଆ
ତମସାତୀରେ[୬] ଡିଡି ଓଡ଼ିଆ

ରଚିତ ନାଟକ ସମ୍ପାଦନା

  • ବୋହୂ କଟକିଆଣୀ
  • ଜୟ ବେକାରୀ ଜୟ ଭିକାରୀ

ମୃତ୍ୟୁ ସମ୍ପାଦନା

ବିରଜ ଦାଶ ୨୦୨୨ ମସିହାର ମଇ ୨୫ ତାରିଖରେ କର୍କଟ ରୋଗରେ ପୀଡ଼ିତ ହୋଇ କଟକର ଏକ ଘରୋଇ ଚକିତ୍ସାଳୟରେ ମୃତ୍ୟବରଣ କରିଥିଲେ ।[୬][୭] ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. MOHAPATRA, RAJENDRA PRASAD (25 May 2022). "Veteran actor Biraj Dash passes away" (in English). Archived from the original on 26 May 2022. Retrieved 26 May 2022.{{cite news}}: CS1 maint: unrecognized language (link)
  2. "ଅଫେରା ରାଇଜରେ ସିନେ ଅଭିନେତା ବିରାଜ | Sambad". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 25 May 2022. Archived from the original on 26 May 2022. Retrieved 26 May 2022.{{cite news}}: CS1 maint: unrecognized language (link)
  3. Das, Haraprasad (26 May 2022). "Odia actor Biraj Das passes away". Pragativadi (in English). Bhubaneswar. Archived from the original on 26 May 2022. Retrieved 26 May 2022.{{cite news}}: CS1 maint: unrecognized language (link)
  4. "Odia Tele-Actor Biraj Dash no more". Prameya English (in English). Bhubaneswar. 25 May 2022. Archived from the original on 26 May 2022. Retrieved 26 May 2022.{{cite news}}: CS1 maint: unrecognized language (link)
  5. "ବରିଷ୍ଠ ଅଭିନେତା ବିରାଜ ଦାଶଙ୍କ ଦେହାନ୍ତ, ୬୩ ବର୍ଷ ବୟସରେ ପରଲୋକ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 25 May 2022. Archived from the original on 26 May 2022. Retrieved 26 May 2022.
  6. ୬.୦ ୬.୧ ମିଶ୍ର, ସତ୍ୟେନ୍ଦୁ ଶେଖର (26 May 2022). "ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ". ଓଟିଭି ଖବର. otvkhabar.in. Archived from the original on 26 May 2022. Retrieved 26 May 2022.
  7. ଲେଙ୍କା, ହେମନ୍ତ (25 May 2022). "ଚାଲିଗଲେ ଅଭିନେତା ବିରାଜ ଦାସ". Odisha Reporter. ଭୁବନେଶ୍ୱର. Archived from the original on 26 May 2022. Retrieved 26 May 2022.

ଅଧିକ ତ‌ଥ୍ୟ ସମ୍ପାଦନା