ବିଭୁ ମହାପାତ୍ର ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଫ୍ୟାସନ ଡିଜାଇନର । ସେ ୧୯୭୨ ମସିହା ଜୁନ ମାସ ୭ ତାରିଖରେ ରାଉରକେଲାଠାରେ ଜନ୍ମଗ୍ରହଣ କରିଥିଲେ । ୧୯୯୬ ମସିହାରେ ଜନ୍.ଏମ୍.ହଣ୍ଟସମ୍ୟାନ ସ୍କୁଲ ଅଫ ବିଜିନେସରୁ ଅର୍ଥନୀତିରେ ସ୍ନାତକୋତ୍ତର ଉପାଧୀ ଅର୍ଜନ କରିଥିଲେ । ୧୯୯୭ ମସିହାରେ, ନ୍ୟୁୟର୍କର ଫ୍ୟାସନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜୀରେ ଫ୍ୟାସନ ପାଠ୍ୟକ୍ରମରେ ଯୋଗଦାନ କରିଥିଲେ । ଫ୍ୟାସନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜୀରେ ପଢ଼ିବା ସମୟରେ ହିଁ ସେ ବର୍ଷର ଶ୍ରେଷ୍ଠ ସାନ୍ଧ୍ୟ ପୋଷାକ ଡିଜାଇନର ଭାବରେ ପୁରସ୍କୃତ ହୋଇଥିଲେ । ଫ୍ୟାସନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜୀରୁ ପାସ କରିବା ପରେ ତାଙ୍କୁ 'ହଲଷ୍ଟନ' ପକ୍ଷରୁ ସହାୟକ ଡିଜାଇନର ଭାବରେ କାମ କରିବାର ସୁଯୋଗ ମିଳିଥିଲା । ୧୯୯୯ ମସିହାରେ ତାଙ୍କୁ 'ଜେ.ମେଣ୍ଡେଲ'ର ଡିଜାଇନ ଡାଇରେକ୍ଟର ରୂପେ ନିଜୁକ୍ତି ମିଳିଥିଲା ଓ ଆଗାମୀ ୧୦ ବର୍ଷ ଭିତରେ ସେ 'ଜେ.ମେଣ୍ଡେଲ'କୁ ଏକ ଯୁବସୁଲଭ ରୂପ ଦେବାରେ ସଫଳ ହୋଇଥିଲେ । ଏହି ସମୟରେ ତାଙ୍କ କାମର ଚର୍ଚ୍ଚା 'ଷ୍ଟାଇଲ ଡଟ କମ', 'ଡିଏନଏ', 'ନ୍ୟୁୟର୍କ ମାଗାଜିନ','ଫୋର୍ବସ ମାଗାଜିନ', 'ଭୋଗ୍' ଆଦି ପ୍ରମୁଖ ଫ୍ୟାସନ ମାଗାଜିନରେ ବରାବର ହୋଇଆସୁଥିଲା । ୨୦୦୮ ମସିହାରେ ସେ 'ଜେ.ମେଣ୍ଡେଲ'ରୁ ଇସ୍ତଫା ଦେଇ ନିଜର ସ୍ୱତନ୍ତ୍ର କାମ ଆରମ୍ଭ କଲେ । ସେବେଠାରୁ ସେ ନ୍ୟୁୟର୍କରେ ରହି ଫ୍ୟାସନ କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । [୧]

ବିଭୁ ମହାପାତ୍ର
ଜନ୍ମ (1972-06-07) ୭ ଜୁନ ୧୯୭୨ (ବୟସ ୫୧)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନଫ୍ୟାସନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜୀ, ନ୍ୟୁୟର୍କ
ପ୍ରସିଦ୍ଧିଫ୍ୟାସନ ଡିଜାଇନର
ୱେବସାଇଟbibhu.com

ତାଙ୍କଦ୍ୱାରା ନିର୍ମିତ ପୋଷାକକୁ 'ଆଞ୍ଜେଲିନା ଜୋଲି', 'କେଟ ବ୍ଲାଞ୍ଚେଟ', 'ସିଏନା ମିଲର', 'ଗ୍ଲେନ କ୍ଲୋଜ', 'କଟ୍ରିନା କେଫ', 'ଦୀପିକା ପାଦୁକୋନ' ଆଦି ବହୁ ବିଶିଷ୍ଟ ମହିଳାମାନେ ପରିଧାନ କରି, ତାଙ୍କୁ ଜଣେ ଉଚ୍ଚକୋଟିର ଡିଜାଇନରର ମାନ୍ୟତା ପ୍ରଦାନ କରିଛନ୍ତି । ନିକଟ ଅତୀତରେ ଆମେରିକାର ପ୍ରଥମ ମହିଳା, ରାଷ୍ଟ୍ରପତି ବରାକ ଓବାମାଙ୍କ ପତ୍ନୀ ମିସେଲ ଓବାମା ମଧ୍ୟ ବିଭୁ ମହାପାତ୍ରଙ୍କଦ୍ୱାରା ପ୍ରସ୍ତୁତ ପୋଷାକ ପରିଧାନ କରିଥିଲେ ।[୨][୩]

ବର୍ତ୍ତମାନ ସେ ଓଡ଼ିଶାର ବସ୍ତ୍ରକଳାକୁ ଉପଯୋଗ କରି, ଏହାକୁ ଏକ ନୂତନ ରୂପରେ ପ୍ରସ୍ତୁତ କରିବାକୁ ଚେଷ୍ଟାରତ ।[୪]

ସମ୍ମାନ ସମ୍ପାଦନା

  • ୨୦୧୦ - ୟଙ୍ଗ ଇନୋଭେଟର ଆୱାର୍ଡ- ନ୍ୟାସନାଲ ଆର୍ଟସ କ୍ଳବ
  • ୨୦୧୦ - କାଉନସିଲ ଅଫ ଫ୍ୟାସନ ଡିଜାଇନରସ୍ ଅଫ ଆମେରିକା[୫]କୁ ମନୋନୀତ
  • ୨୦୧୧ - ଇକୋ ଡୋମାନୀ ଫ୍ୟାସନ ଫାଉଣ୍ଡେସନ ଆୱାର୍ଡ

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2013-03-24. Retrieved 2012-08-19. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି". Archived from the original on 2012-08-19. Retrieved 2012-08-19. {{cite web}}: Cite has empty unknown parameter: |1= (help)
  3. http://www.vogue.in/content/michelle-obama-wears-bibhu-mohapatra
  4. http://www.hindustantimes.com/Entertainment/Fashion/Bibhu-Mohapatra-returns-to-India/Article1-768132.aspx[permanent dead link]
  5. http://www.cfda.com/members#!bibhu-mohapatra

ଅଧିକ ତଥ୍ୟ ସମ୍ପାଦନା