ବିପିନ ବିହାରୀ ଦାସ (୨୦୦୬ ମୃତ୍ୟୁ)

ଓଡ଼ିଆ ରାଜନୀତିଜ୍ଞ

ବିପିନ ବିହାରୀ ଦାସ (ମୃତ୍ୟୁ: ୨୧ ନଭେମ୍ବର ୨୦୦୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଅତାବିରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବିପିନ ବିହାରୀ ଦାସ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀଅତାବିରା
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୨୧ ନଭେମ୍ବର ୨୦୦୬(୨୦୦୬-୧୧-୨୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବାପା/ବୋଉହରଧନ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ବିପିନ ବିହାରୀ ଦାସଙ୍କ ବାପାଙ୍କ ନାମ ହରଧନ ଦାସ ।[୧]

ରାଜନୈତିକ ଜୀବନ ସମ୍ପାଦନା

ବିପିନ ବିହାରୀ ଦାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ବିପିନ ବିହାରୀ ଦାସ ୨୦୦୬ ମସିହାର ନଭେମ୍ବର ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Bipin Bihari Das". odishaassembly.nic.in. Odisha Assembly. Retrieved 17 July 2021.