ଏହା ଏକ ଦ୍ରୁମ ଜାଦୀୟ ଉଦ୍ଭିଦ। ହରିଡା ପରି ଦିଶିଲେ ମଧ୍ୟ ଏହା ଶିରାଯୁକ୍ତ ହୋଇ ନଥାଏ।

ବାହାଡ଼ା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ବିଭାଗ: Magnoliophyta
ବର୍ଗ: Magnoliopsida
ଗଣ: Myrtales
କୁଳ: Combretaceae
ପ୍ରଜାତି: Terminalia
ଜାତି: T. bellirica
ବାଇନୋମିଆଲ ନାମ
Terminalia bellirica
ବାହାଡ଼ା (Terminalia bellirica) ଫଳ

ଶାସ୍ତ୍ରୋକ୍ତ ଗୁଣ ସମ୍ପାଦନା

ଏହା କଷାୟ ରସ, କାଶଘ୍ନ ଓ କେଶ ଉପକାରକ। ନେତ୍ରରୋଗ, କୃମି, କଣ୍ଡୁ, କୁଷ୍ଠ ଓ ଦନ୍ତରୋଗ ଆଦି ନାନା ପ୍ରକାର ରୋଗ ବିନାଶକ ଅଟେ।

ଅନ୍ୟାନ୍ୟ ଭାଷାରେ ନାମ ସମ୍ପାଦନା

ଓଡ଼ିଆରେ ବାହାଡ଼ା,
ବଙ୍ଗଳାରେ ବହେଡା,
ହିଂଦିରେ ବହେଡା,ବହେଡୋ, ଡେରା, ତିନାସ
ତେଲୁଗୁରେ ତାଁଡେଚେଟ୍ଟୁ, ଗୁମ୍ମକୋଚେଟ୍ଟୁ,
ସଂସ୍କୃତରେ ବିଭୀତକ, ଭୁତାବାସ, ଅକ୍ଷ, କଳିଦ୍ରୁମ, କର୍ଶଫଳ ଓ କଳିଯୁଗାଳୟ କୁହାଯାଏ।

ବ୍ୟବହାର ସମ୍ପାଦନା

ହରିଡ଼ା ପରି ଏହାକୁ ବ୍ୟବହାର କରାଯାଏ। ଏହାର ମଂଜିକୁ ବାହାର କରି ଏହାର ଔଷଧୀୟ ବ୍ୟବହାର କରାଯାଏ।

ତ୍ରିଫଳାରେ ବ୍ୟବହୃତ ତିନୋଟି ଔଷଧି ଭିତରୁ ଏହା ଗୋଟିଏ।

ବାହାର ଆଧାର ସମ୍ପାଦନା

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।