ବାମା (ଜନ୍ମ ୧୯୫୮), ବାମା ଫାଉଷ୍ଟିନା ସୁସାଇରାଜ ଭାବରେ ମଧ୍ୟ ଜଣାଶୁଣା, ଜଣେ ତାମିଲ ଦଳିତ ନାରୀବାଦୀ, ଶିକ୍ଷିକା ଏବଂ ଔପନ୍ୟାସିକା । ସେ ତାମିଲନାଡୁରେ ଦଳିତ ଖ୍ରୀଷ୍ଟିଆନ ମହିଳାମାନଙ୍କଦ୍ୱାରା ଅନୁଭୂତ ଆନନ୍ଦ ଏବଂ ଦୁଃଖ ବର୍ଣ୍ଣିତ ତାଙ୍କର ଆତ୍ମଜୀବନୀ ଉପନ୍ୟାସ କାରୁକ୍କୁ (୧୯୯୨) ପାଇଁ ଖ୍ୟାତି ଅର୍ଜନ କରିଥିଲେ ।[୧] ପରବର୍ତ୍ତୀ ସମୟରେ ସେ ଆଉ ଦୁଇଟି ଉପନ୍ୟାସ ସଙ୍ଗତି (୧୯୯୪) ଏବଂ ବନ୍ମମ୍ (୨୦୦୨) ତଥା ଦୁଇଟି କ୍ଷୁଦ୍ରଗଳ୍ପ ସଂକଳନ ଲେଖିଥିଲେ: କୁସୁମ୍ବୁକରନ (୧୯୯୬) ଏବଂ ଓରୁ ତତ୍ତ୍ୱମ୍ ଏରୁମୈୟମ୍ (୨୦୦୩) ।[୨] ଏହା ବ୍ୟତୀତ ସେ କୋଡ଼ିଏଟି କ୍ଷୁଦ୍ର କାହାଣୀ ମଧ୍ୟ ଲେଖିଛନ୍ତି ।

ଜୀବନୀ ସମ୍ପାଦନା

ପ୍ରାରମ୍ଭିକ ଜୀବନ ସମ୍ପାଦନା

ବାମା ୧୯୫୮ ମସିହାରେ ତତ୍କାଳୀନ ମାଡ୍ରାସ ରାଜ୍ୟର ପୁଥୁପାଟିର ପରାଇୟାର ସମ୍ପ୍ରଦାୟର ଏକ ରୋମାନ କ୍ୟାଥୋଲିକ୍ ପରିବାରରେ ଫାଉଷ୍ଟିନା ମେରି ଫାତିମା ରାଣୀ ନାମରେ ଜନ୍ମ ଗ୍ରହଣ କରିଥିଲେ ।[୧] ପରେ ସେ ନିଜ ଲେଖନୀ ନାମ "ବାମା" ରଖିଥିଲେ । ତାଙ୍କ ପିତା ସୁସାଇରାଜ ଭାରତୀୟ ସେନାରେ ନିୟୋଜିତ ଥିଲେ ।[୩] ତାଙ୍କ ମାଆଙ୍କ ନାମ ଥିଲା ସେବସ୍ତୀଆମ୍ମା । ସେ ପ୍ରସିଦ୍ଧ ଦଳିତ ଲେଖକ ରାଜ ଗୌତମନଙ୍କ ଭଉଣୀ । ବାମାଙ୍କ ଜେଜେବାପା ହିନ୍ଦୁ ଧର୍ମରୁ ଖ୍ରୀଷ୍ଟିଆନ ଧର୍ମକୁ ଧର୍ମାନ୍ତରିତ ହୋଇଥିଲେ ।[୧] ବାମାଙ୍କ ପୂର୍ବପିଢ଼ି ଦଳିତ ସମ୍ପ୍ରଦାୟର ଥିଲେ ଏବଂ କୃଷି ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ବାମା ତାଙ୍କ ଗାଁରେ ନିଜର ପ୍ରାରମ୍ଭିକ ଶିକ୍ଷାଗ୍ରହଣ କରିଥିଲେ । ତାଙ୍କର ପ୍ରାରମ୍ଭିକ ସାହିତ୍ୟିକ ପ୍ରଭାବ ମଧ୍ୟରେ ଜୟକାନ୍ତନ, ଅଖିଳନ, ମଣି ଏବଂ ପାର୍ଥସାରଥୀ ଆଦି ତାମିଲ ଲେଖକମାନେ ଅନ୍ତର୍ଭୁକ୍ତ । କଲେଜରେ ସେ ଖାଲିଲ ଜିବ୍ରାନ ଏବଂ ରବୀନ୍ଦ୍ରନାଥ ଠାକୁରଙ୍କ ଲେଖା ପଢ଼ୁଥିଲେ । ସ୍ନାତକୋତ୍ତର ପରେ ସେ ଅନେକ ଗରିବ ଝିଅଙ୍କୁ ଜଣେ ସ୍କୁଲ ଶିକ୍ଷକ ଭାବେ ପଢ଼ାଉଥିଲେ । ପରେ ସେ ସାତ ବର୍ଷ ଧରି ଜଣେ ନନ୍ ଭାବରେ କାର୍ଯ୍ୟ କରିଥିଲେ ।[୩] ସେ ଜାତିଭିତ୍ତିକ ଭେଦଭାବରୁ ରକ୍ଷା ପାଇବା ପାଇଁ ଧର୍ମଗତ କାମରେ ଭାଗନେବା ସହ ଗରିବ ଦଳିତ ଝିଅମାନଙ୍କ ଅଗ୍ରଗତିରେ ସାହାଯ୍ୟ କରିବାର ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ କାର୍ଯ୍ୟ କରିଛନ୍ତି ।

ରଚନାବଳୀ ସମ୍ପାଦନା

  • କାରୁକ୍କୁ (୧୯୯୨; ୨୦୧୨ରେ ଦ୍ୱିତୀୟ ସଂସ୍କରଣ)
  • ସଙ୍ଗତି (୧୯୯୪)
  • କୁସୁମ୍ବୁକରନ (୧୯୯୬)
  • ବନ୍ମମ୍ (୨୦୦୨)
  • ଓରୁ ତତ୍ତ୍ୱମ୍ ଏରୁମୈୟମ୍ (୨୦୦୩)
  • ଜଷ୍ଟ ୱାନ ୱାର୍ଡ଼ (୨୦୧୮; ମାଳିନୀ ସେଶାଦ୍ରୀଙ୍କଦ୍ୱାରା ଅନୂଦିତ)

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ Dutt, Nirupama. "Caste in her own image". The Tribune.
  2. "Biography, Tamil Studies conference". Tamil Studies Conference. Archived from the original on 2010-01-28. Retrieved 2012-01-07.
  3. ୩.୦ ୩.୧ Sudha, Sarojini. "From Oppression to Optimum Through Self-spun Philosophy- A Comparative Reading of the Fictional Output of Maya Angelou and Bama" (PDF). Shodhganga.inflibnet,ac.in. Archived (PDF) from the original on 20 August 2018. Retrieved 20 May 2017.