ବର୍ଷା ଅଡାଲଜା

ଗୁଜୁରାଟି ଲେଖକ

ବର୍ଷା ମହେନ୍ଦ୍ର ଅଡାଲଜା ଜଣେ ଗୁଜରାଟି ଲେଖିକା । ସେ ମୁଖ୍ୟତଃ ନାରୀବାଦ ଉପରେ ଉପନ୍ୟାସ, ନାଟକ ଏବଂ ମଧ୍ୟସ୍ଥାତା ଭିତ୍ତର ରଚନା ଉପରେ ଲେଖା ଲେଖି କରନ୍ତି । ୧୯୯୫ ମସିହାରେ ବର୍ଷାଙ୍କୁ ଗୁଜରାଟି ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ରଚିତ ଉପନ୍ୟାସ ଅନ୍‌ସାର୍ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏତଦ୍ ବ୍ୟତୀତ ସେ ବିଭିନ୍ନ ଡ୍ରାମା, ମଞ୍ଚ ନାଟକ, ଚିତ୍ରନାଟ୍ୟ ଆଦି ରଚନା କରନ୍ତି ଏବଂ ରେଡ଼ିଓ ପାଇଁ ମଧ୍ୟ କିଛି ରଚନା କରିଛନ୍ତି ।[୧]

ବର୍ଷା ଅଡାଲଜା‌
୧୯୯୫ରେ ଜାମନଗରଠାରେ ବର୍ଷା
୧୯୯୫ରେ ଜାମନଗରଠାରେ ବର୍ଷା
ଜନ୍ମ ଓ ଜନ୍ମସ୍ଥାନ (1940-04-10) ୧୦ ଅପ୍ରେଲ ୧୯୪୦ (ବୟସ ୮୪)
ବମ୍ବେ (ଏବେ ମୁମ୍ବାଇ), ବମ୍ବେ ପ୍ରେସିଡେନ୍ସି, ବ୍ରିଟିଶ ଭାରତ
ବୃତ୍ତିଔପନ୍ୟାସିକ
ନାଟ୍ୟକାର
ଆଲୋଚକ
ଭାଷାଗୁଜରାଟି
ଜାତୀୟତାଭାରତୀୟ
ସାହିତ୍ୟ କୃତିଅନ୍‌ସାର
ପୁରସ୍କାର

ପ୍ରାରମ୍ଭିକ ଜୀବନ ସମ୍ପାଦନା

ବର୍ଷା ଅଡାଲଜା ୧୯୪୦ ମସିହାର ଅପ୍ରେଲ ମାସ ୧୦ ତାରିଖରେ ବମ୍ବେ (ଏବେର ମୁମ୍ବାଇ)ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୁଣବନ୍ତରାୟ ଆଚାର୍ଯ୍ୟ, ଯିଏକି ଆଚାର୍ଯ୍ୟ ଗୁଣବନ୍ତ ରାୟ ପୋପୋ ଭାଇ ଭାବରେ ମଧ୍ୟ ପରିଚିତ । ତାଙ୍କ ବାପା ଜଣେ ଗୁଜରାଟି ଔପନ୍ୟାସିକ, ପତ୍ରକାର ତଥା ନିବନ୍ଧକାର । ତାଙ୍କ ପରିବାର ଜାମନଗରର ମୂଳ ବାସିନ୍ଦା । ବର୍ଷା ଅଡାଲଜା ୧୯୬୦ ମସିହାରେ ମୁମ୍ବାଇ ବିଦ୍ୟାଳୟରୁ ଉଭୟ ଗୁଜରାଟି ଏବଂ ସଂସ୍କୃତ ଭାଷାରେ ସ୍ନାତକ ହାସଲ କରିଥିଲେ । ଏହାପରେ ୧୯୬୨ ମସିହାରେ ସେ ସୋସିଓଲୋଜିରେ ସ୍ନାତକୋତ୍ତର କରିଥିଲେ । ପରବର୍ତ୍ତୀ ସମୟରେ ସେ ଡ୍ରାମା ଉପରେ ଅଧ୍ୟୟନ କରିଥିଲେ । ବର୍ଷା ଦିଲ୍ଲୀର ନ୍ୟାସନାଲ୍ ସ୍କୁଲ ଅଫ୍ ଡ୍ରାମାରେ ଏକ ବୃତ୍ତି ମାଧ୍ୟମରେ ଯୋଗ ଦେଇଥିଲେ । ବର୍ଷା ୧୯୬୧ ମସିହାରେ ଆକାଶବାଣୀ ମୁମ୍ବାଇରେ ଯୋଗ ଦେଇଥିଲେ । ସେ ମୁମ୍ବାଇ ଆକାଶବାଣୀରେ ଜଣେ ବକ୍ତା ଭାବରେ କାର୍ଯ୍ୟ କରିଥିଲେ ଏବଂ ୧୯୬୪ ମସିହାଯାଏଁ ସେଠାରେ ସେ କାର୍ଯ୍ୟ କରୁଥିଲେ । ୧୯୬୫ ମସିହାରେ ବର୍ଷାଙ୍କର ବିବାହ ହୋଇଥିଲା । ସେ ଅଡାଲଜାଙ୍କୁ ବିବାହ କରିଥିଲେ । ୧୯୬୬ ମସିହାରୁ ବର୍ଷା ବିଧିବଦ୍ଧା ଭାବରେ ଲେଖିବା ଆରମ୍ଭ କରିଥିଲେ । ତାଙ୍କ ଭଉଣୀ ଇଲା ଆରବ ମେହେଟ୍ ମଧ୍ୟ ଜଣେ ଲେଖିକା ତଥା ଔପନ୍ୟାସିକା ।

ଆଧାର ସମ୍ପାଦନା