ଫେନୋପ୍ରୋଫେନ

ଏହା କ ନନ୍ ଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ସାମାନ୍ୟରୁ ମଧ୍ୟମ ଧରଣର ଯନ୍ତ୍ରଣା ଏବଂ ପ୍ରଦାହ

ଫେନୋପ୍ରୋଫେନ (ଇଂରାଜୀ ଭାଷାରେ Fenoprofen), ନାଲଫୋନ ଏକ ବିକ୍ରୟ ନାମ, ହେଉଛି ଏକ ନନ୍ ଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ସାମାନ୍ୟରୁ ମଧ୍ୟମ ଧରଣର ଯନ୍ତ୍ରଣା ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ରିଉମାଟଏଡ ଆର୍ଥ୍ରାଇଟିସ୍, ଗାଉଟ ଏବଂ ଅଷ୍ଟିଓଆର୍ଥ୍ରାଇଟିସରେ ଇତ୍ୟାଦି ରୋଗମାନ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରନ୍ତି ।[୧] ଏହା ପାଟିରେ ଦିଆଯାଏ ।[୧] ଏହାର ପ୍ରଭାବ ୩୦ ମିନିଟ ମଧ୍ୟରେ ଆରମ୍ଭ ହୋଇ ୬ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ ।[୧]

ଫେନୋପ୍ରୋଫେନ
Clinical data
Trade namesNalfon, others
AHFS/Drugs.commonograph
MedlinePlusa681026
Pregnancy
category
  • US: D (Evidence of risk)
  • C
Routes of
administration
By mouth
Legal status
Legal status
Pharmacokinetic data
MetabolismMajor urinary metabolites are fenoprofen glucuronide and 4′-hydroxyfenoprofen glucuronide.
Onset of actionWithin 30 min[୧]
Elimination half-life3 hours
Duration of actionUp to 6 hrs[୧]
ExcretionKidney (~90%)
Identifiers
  • 2-(3-phenoxyphenyl)propanoic acid
ECHA InfoCard100.046.213 100.045.231, 100.046.213 Edit this at Wikidata
Chemical and physical data
FormulaC15H14O3
Molar mass୨୪୨.୨୭ g·mol−1
3D model (JSmol)
  • O=C(O)C(c2cc(Oc1ccccc1)ccc2)C
  • InChI=1S/C15H14O3/c1-11(15(16)17)12-6-5-9-14(10-12)18-13-7-3-2-4-8-13/h2-11H,1H3,(H,16,17) checkY
  • Key:RDJGLLICXDHJDY-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୁକୁଜ୍ୱାଳା, ଅଇ, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଉଦ୍‌ବେଗ ଏବଂ ଫୁଲା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ, ଆନାଫାଲାକ୍‌ସିସ, ବୃକ୍‌କ ସମସ୍ୟା, ହୃଦ୍‌ପାତ, ପାକସ୍ଥଳୀ ରକ୍ତସ୍ରାବ, ହୃଦଘାତ ଏବଂ ଉଚ୍ଚ ରକ୍ତଚାପ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାର ଶେଷ ଭାଗରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ସିଓଏକ୍ସ ୧ ଏବଂ ସିଓଏକ୍ସ ୨ (COX1 ଏବଂ COX2) ଦ୍ୱୟକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]

୧୯୭୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫେନୋପ୍ରୋଫେନ୍ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଷ୍ଟ୍ରରେ ୬୦୦ ମିଗ୍ରା ବିଶିଷ୍ଟ ୩୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୦ ଡଲାର ଥିଲା ।[୨] ୨୦୨୧ ସୁଦ୍ଧା ଏହା ବ୍ରିଟେନରେ ଉପଲବ୍ଧ ନୁହେଁ ।[୩]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Fenoprofen Monograph for Professionals". Drugs.com (in ଇଂରାଜୀ). Archived from the original on 20 January 2021. Retrieved 10 December 2021.
  2. ୨.୦ ୨.୧ "Fenoprofen Prices, Coupons & Savings Tips - GoodRx". GoodRx. Retrieved 10 December 2021.
  3. "Fenoprofen tablets for pain and inflammation". patient.info (in ଇଂରାଜୀ). Archived from the original on 19 October 2021. Retrieved 10 December 2021.