ଫାଇଲେରିଆ (ଆୟୁର୍ବେଦ ଶାସ୍ତ୍ରରେ ଲସିକା ଶ୍ଲୀପଦ ଜ୍ୱର) ଏକ ପରଜୀବୀ (parasitic disease) ରୋଗ ଯାହା ଫାଇଲେରଏଡିଆ (Filarioidea) ଶ୍ରେଣୀର ସଂକ୍ରମଣ ଯୋଗୁ ହୁଏ ।[୧] ଏହା ମଶା ଓ ବ୍ଲାକ ଫ୍ଲାଇ ସଂକ୍ରମିତ ରକ୍ତ ଶୋଷି ସୁସ୍ଥ ଲୋକ‌କୁ କାମୁଡ଼ିବା ଫଳରେ ଏହି ରୋଗ ବ୍ୟାପିଥାଏ । ଏହାକୁ ହେଲମିନ୍ଥିଆସିସ (helminthiases) ଦଳର ରୋଗ ଭାବରେ ବର୍ଗୀକରଣ କରାଯାଏ ।

ଫାଇଲେରିଆ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦B74.
ଆଇସିଡ଼ି-୯-ସିଏମ୍125.0-125.9
Patient UKଫାଇଲେରିଆ
MeSHD005368

ମାନବକୁ ଆଠ ପ୍ରକାର ଫାଇଲେରିଆ ନେମାଟୋଡ ଡେଫିନିଟିଭ ହୋଷ୍ଟ ଭାବରେ ବ୍ୟବ‌ହାର କରନ୍ତି । ଏଗୁଡ଼ିକୁ ତିନି ଭାଗରେ ବିଭକ୍ତ କରାଯାଇଥାଏ ।

  • ଲିମ୍ଫାଟିକ ଫାଇଲେରିଆସିସ (Lymphatic filariasis) ରୋଗ ଉଚେରେରିଆ ବାଙ୍କରଫ୍ଟି (Wuchereria bancrofti, ବ୍ରୁଜିଆ ମାଲାୟି (Brugia malayi), ଓ ବୃଜିଆ ଟିମୋରିଦ୍ୱାରା (Brugia timori) ହୁଏ । ଏହି କୀଟଗୁଡ଼ିକ ଲସିକା ଗ୍ରନ୍ଥି ସ‌ହିତ ସିସ୍ଟମ ଅଧିକାର କରିଦିଅନ୍ତି ଓ କ୍ରନିକ କେଶ୍‌ରେ ଏହା ଏଲିଫାଣ୍ଟିଆସିସ ବା ଗୋଦର (elephantiasis) ରୋଗରେ ପରିଣତ ହୁଏ ।
  • ଚର୍ମତଳ ଫାଇଲେରିଆ ରୋଗ ଲୋଆ ଲୋଆ (Loa loa), ମାନସୋନେଲା ସ୍ଟ୍ରେପ୍ଟୋସର୍କା (Mansonella streptocerca) ଓ ଅଙ୍କୋସର୍କା ଭୋଲଭ୍ୟୁଲସ (Onchocerca volvulus) ପରଜୀବୀ ଯୋଗୁ ହୁଏ । ଏଗୁଡ଼ିକ ଚର୍ମ ତଳେ ଚର୍ବି ସ୍ତର ମଧ୍ୟରେ ରହନ୍ତି । ଲୋଆ ଲୋଆ ଯୋଗୁ ଲୋଆ ଲୋଆ ଫାଇଲେରିଆ (Loa loa filariasis) ଓ ଅଙ୍କୋସର୍କା ଭୋଲଭ୍ୟୁଲସ ଯୋଗୁ ଅଙ୍କୋସର୍ସିଆସିସ (river blindness) ରୋଗ ହୁଏ ।
  • ସେରସ କ୍ୟାଭିଟି ଫାଇଲେରିଆ ରୋଗ ମାନସୋନେଲା ପରସ୍ଟାନ୍ସ ଓ ମାନସୋନେଲା ଓଜାର୍ଡ଼ି ରୋଗ ହୁଏ ଓ ଏଗୁଡ଼ିକ ଆବଡୋମେନର ସେରସ ମେମ୍ବ୍ରେନରେ ରହନ୍ତି ।

ରୋଗର ବିଶେଷତ୍ୱ ସମ୍ପାଦନା

ଏହା ଶତକଡା ୯୦ଭାଗ ଉଚେରିଆ ବ।ଙ୍କ୍ରୋଫ୍ଟିଦ୍ୱାରା ବ୍ୟାପ୍ତ ହୋଇଥାଏ । ଉଭୟ ପୁରୁଷ ଏବଂ ସ୍ତ୍ରୀ କୀଟାଣୁ ଲସିକା ଗ୍ରନ୍ଥି ଓ ତନ୍ତ୍ରରେ ଗୁଚ୍ଛ ବାନ୍ଧି ରହିଥାନ୍ତି, ଯାହାଦ୍ୱାରା କି ଲସିକା ପରିବହନରେ ବାଧା ଶୃଷ୍ଟି ହୋଇଥାଏ ଓ ସ୍ଥାନ ଅନୁଯାୟୀ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଫୁଲିଥାଏ । ପୁରୁଷ କୀଟର ଦୈର୍ଘ୍ୟ ୩-୪ ସେଣ୍ଟିମିଟର ହୋଇଥିବା ବେଳେ ସ୍ତ୍ରୀକୀଟର ଦୈର୍ଘ୍ୟ ୮-୧୦ ସେଣ୍ଟିମିଟର ହୋଇଥାଏ । ବ୍ୟକ୍ତିରୁ ବ୍ୟକ୍ତି ପର୍ଯ୍ୟନ୍ତ ଏହା ମଶା କାମୁଡିବାଦ୍ୱାରା ବ୍ୟାପ୍ତ ହୋଇଥାଏ । ୨୦୦୫ ମସିହାରେ ଏକ ପରିସଙ୍ଖ୍ୟାନ ତଥ୍ୟ ଅନୁଯାୟୀ ଲସିକା ଶ୍ଲୀପଦ ପ୍ରଭାବିତ ଚିହ୍ନଟ ସ୍ଥାୟୀ ଜିଲ୍ଲାଗୁଡ଼ିକ ହେଲେ ଅନୁଗୁଳ, ବାଲେଶ୍ୱର, ବୌଦ, କଟକ, ଦେବଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡା, ଖୋର୍ଦ୍ଧା, ନୟାଗଡ, ପୁରୀ । ପ୍ରଥମେ ବିଶ୍ୱାସ କରାଯାଉଥିଲା ଯେ ପଶ୍ଚିମ ଓଡ଼ିଶା ଏହି ରୋଗଦ୍ୱାରା ଏତେଟା ପ୍ରଭାବିତ ନୁହେଁ, କିନ୍ତୁ ୨୦୦୭-୨୦୦୯ ମସିହାରେ ଏକ ଗଣନାଦ୍ୱାରା ଚମକପ୍ରଦ ତଥ୍ୟ ହସ୍ତଗତ ହୋଇଥିଲା । ଏହି ତଥ୍ୟ ଅନୁସାରେ ଇମ୍ୟୁନୋକ୍ରୋମାଟୋଗ୍ରାଫି ଟେଷ୍ଟ (ICT) ରିପୋର୍ଟ ଅନୁଯାୟୀ ସମଗ୍ର ଗଣନା ସଂଖ୍ୟାରୁ ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ଯୁକ୍ତIତ୍ମକ ବ୍ୟକ୍ତିଙ୍କ ସଂଖ୍ୟା ହେଲା –

ଅଞ୍ଚଳ ଶତକଡ଼ା ହାର
ସମ୍ବଲପୁର ୩୨.୨%
ବଲାଙ୍ଗିର ୨୬.୭ %
ବରଗଡ଼ ୧୫.୩%
କେଉଁଝର ୧୫.୬%
କନ୍ଧମାଳ ୧୫.୫%
ସମଗ୍ର ପଶ୍ଚିମ ଓଡ଼ିଶା ୨୦.୯%[୨]

୧୯୯୮-୧୯୯୯ ମସିହାରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ପରିସଙ୍ଖ୍ୟାନ ବିଭାଗ (NFHS-II)ର ଏକ ଆକଳନ ଅନୁଯାୟୀ ସ୍ତ୍ରୀଲୋକମାନେ ଏହାଦ୍ୱାରା ଅଧିକ ସଂକ୍ରମିତ । ଏବେ ଏହା ଏକ ପ୍ରମାଣିତ ତଥ୍ୟ ଯେ;-ଲସିକା ଶ୍ଲୀପଦ କେବଳ ଉପକୂଳ ଓଡ଼ିଶାରେ ସୀମିତ ନୁହେଁ । ମଶାଦ୍ୱାରା ସଂକ୍ରମିତ ଏହି ରୋଗର ଚଞ୍ଚୁ କବଳରେ ସମଗ୍ର ଓଡ଼ିଶା I ଅନ୍ୟାନ୍ୟ ଭୌଗଳିକ ସ୍ଥାନ – ଲସିକା ଶ୍ଲୀପଦ (lymphatic filariasis ) ପୃଥିବୀରେ ବହୁ ସ୍ଥାନରେ ନିଜର କାୟା ବିସ୍ତାର କରିଥାଏ । ଏହା ଆଫ୍ରିକା, ଦକ୍ଷିଣପୂର୍ବ ଏସିଆ, ପ୍ରଶାନ୍ତାମହାସାଗରୀୟ ଦ୍ୱୀପ ସମୂହ, ଦକ୍ଷିଣ ଆମେରିକା, ଭାରତ ଆଦି ଦେଶରେ ଦେଖାଯାଇଥାଏ । କେବଳ ଭାରତରେ ୪୫କୋଟି ଲୋକ ଏହି ରୋଗଦ୍ୱାରା ସଂକ୍ରମିତ ଓ ତନ୍ମଧ୍ୟରୁ ୨.୬୪କୋଟି ଲୋକ ଓଡ଼ିଶାରେ ଆକ୍ରାନ୍ତ।

ଲକ୍ଷଣ ସମ୍ପାଦନା

ଏହି କୀଟାଣୁଦ୍ୱାରା ଆକ୍ରାନ୍ତ ଅଧିକାଂଶ ବ୍ୟକ୍ତିଙ୍କ ଦେହରେ କୌଣସି ପ୍ରକାର ପ୍ରାରମ୍ଭିକ ଲକ୍ଷଣ ଦେଖା ଦେଇନପାରେ । ଅନେକ ଆକ୍ରାନ୍ତ ବ୍ୟକ୍ତି ଏହାର କୌଣସି ଲକ୍ଷଣ ବା ବିକୃତି ଅନେକ ଦିନ ଯାଏଁ ଜାଣି ପାରନ୍ତି ନାହିଁ । ସାଧାରଣ ଜ୍ୱର ପରି ଏହି ରୋଗରେ ବାନ୍ତି, ଉଚ୍ଚତାପ, ଅଙ୍ଗ ପ୍ରତ୍ୟଙ୍ଗ ପୀଡ଼ା ଆଦି ଲକ୍ଷଣ ପ୍ରକାଶ ହୋଇନପାରେ । କେବଳ ଅନେକ ଦିନ ଆକ୍ରାନ୍ତ ପରେ କ୍ୱଚିତ ବ୍ୟକ୍ତିଙ୍କଠାରେ ଲସିକା ଗ୍ରନ୍ଥି ପ୍ରଦାହ ଓ ଶୋଥ (swelling and inf।ammations) ଦେଖା ଯାଇପାରେ ।

ଏହାର ଦୁଇଟି ପ୍ରମୁଖ ଲକ୍ଷଣ ହେଲା; ଚର୍ମ କଠିଣ ଏବଂ ମୋଟା ହୋଇ ଫୁଲିଯିବା ଏବଂ ହସ୍ତ, ଅଙ୍ଗୁଳି, ଗୋଡ, ପାଦ, ସ୍ତନ୍ୟ, ଯନନାଙ୍ଗ ଆଦି ଫୁଲି ଯିବା । ଏହି ଦୁଇଟି ସ୍ୱତନ୍ତ୍ର ଚିହ୍ନଟ ଯୁକ୍ତ ଲକ୍ଷଣରୁ ଏହି ରୋଗକୁ ଚିହ୍ନିହୁଏ । ବାରମ୍ବାର ଜ୍ୱର, ଦେହ କଂପିବା ଏବଂ ଥରିବା, ଶିତେଇବା, ମୁଣ୍ଡ ବିନ୍ଧିବା, ବାନ୍ତିହେବା, ତୀବ୍ର ଜ୍ୱର, ମାଂସପେଶୀ ପୀଡ଼ା ଓ ମୋଡି ହେବ। ଇତ୍ୟାଦି ଲକ୍ଷଣ ଦେଖାଯିବାଦ୍ୱାରା ତୁରନ୍ତ ଡାକ୍ତରୀ ପରାମର୍ଶଦ୍ୱାରା ଏହି ରୋଗକୁ ବେଳ ଆଗରୁ ଚିହ୍ନଟ କରାଯାଇ ପାରେ ।

ଜଟିଳତା ସମ୍ପାଦନା

ପୁରୁଣା ହେବ।ଦ୍ୱାରା ଏହି ରୋଗରେ ବିଭିନ୍ନ ଜଟିଳତା (comp।ications) ଦେଖା ଦେଇଥାଏ ଯଥା: ହସ୍ତିପାଦ (Elephantiasis), ବୃକ୍କକ ନଷ୍ଟ (Kidney damage), ଯନନାଙ୍ଗ ଫୁଲିବା (Swelling of the genitals), ହାତ ଗୋଡ ଅତ୍ୟଧିକ ଫୁଲିଯିବା । ଏହାଛଡା ସ୍ଥାୟୀ ଅଙ୍ଗ ବିକୃତି ହୋଇ ଅକର୍ମଣ୍ୟ ହେବାର ସମ୍ଭାବନା ମଧ୍ୟ ଥାଏ । ଯେହେତୁ ଆମ ଲସିକା ତନ୍ତ୍ର ଶରୀରର ରୋଗ ପ୍ରତିରୋଧ କ୍ଷମତା ସହିତ ଜଡ଼ିତ ଥାଏ ଏହି ତନ୍ତ୍ରରେ ବିକୃତି ଯୋଗୁଁ ଏହା ସ୍ୱାଭାବିକ ଭାବେ କାର୍ଯ୍ୟ କରିବାର କ୍ଷମତା ହରାଇଥାଏ ଏବଂ ଆକ୍ରାନ୍ତ ବ୍ୟକ୍ତିକୁ ବାରମ୍ବାର ଜର, ଥଣ୍ଡା, କାସ ଇତ୍ୟାଦି ଲାଗି ରହିଥାଏ । ଲସିକା ଗ୍ରନ୍ଥିଗୁଡ଼ିକ ଅବରୋଧ ହେବ।ଦ୍ୱାରା ବିଭିନ୍ନ ସ୍ଥାନରେ ଫୁଲା ଦେଖାଯାଇଥାଏ । ପୁରୁଷମାନଙ୍କ କ୍ଷେତ୍ରରେ ଅଣ୍ଡକୋଷ ଅତ୍ୟନ୍ତ ବିକୃତ ଭାବେ ଫୁଲି ଯାଇ ଥାଏ ।

ଚିହ୍ନଟ – ଏହି କୀଟାଣୁ କେବଳ ରାତ୍ରି ସମୟରେ ସଂକ୍ରମିତ ରୋଗୀର ରକ୍ତରେ କ୍ରିୟାଶୀଳ ଥାଏ (nocturna। periodicity) ଓ ଏହି ସମୟରେ ରକ୍ତ ସଂଗ୍ରହ କରି ଅଣୁବୀକ୍ଷଣ ଯନ୍ତ୍ରରେ ଜିମ୍ସା ରଞ୍ଜକଦ୍ୱାରା ଦେଖି ଓ ଚିହ୍ନଟ କରି ହୁଏ । ଏହାକୁ ଚିହ୍ନଟ କରିବାର ଅନ୍ୟ ଉପାୟ ହେଲା ରକ୍ତରେ ଆଣ୍ଟିଫାଇଲେରିଆଲ IgG4ର ଉପସ୍ଥିତି ।

ଲସିକା ଶ୍ଲୀପଦ କୀଟାଣୁ ଜୀବନ ଚକ୍ର ସମ୍ପାଦନା

 
ଲସିକା ଶ୍ଲୀପଦ କୀଟାଣୁର ଜୀବନ ଚକ୍ର

ଏହା ସ୍ତ୍ରୀ –ଏଇଡିଶ୍ ଏଇଜିପଟି ମଶା ଓ କ୍ୟୁଲେକ୍ସ ଫେଟିଜେଂସ୍ ସଙ୍କ୍ରମଣକାରି କୀଟାଣୁ ଲାର୍ଭା ମଶା କାମୁଡିବାଦ୍ୱାରା ମଣିଷ ଶରୀର ରକ୍ତସ୍ରୋତକୁ ଆସିଥାଏ । ଏହି ଲାର୍ଭା ଲସିକା ଗ୍ରନ୍ଥି ଓ ତନ୍ତ୍ରକୁ ପ୍ରତିସରଣ କରିଥାଏ । ଏହି ଲସିକା ତନ୍ତ୍ରରେ ଲାର୍ଭା ବୟସ୍କ କୀଟାଣୁରେ ପରିବର୍ତ୍ତିତ ହୋଇଥାଏ ଓ ବହୁ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ । ଏହି ସ୍ତରରେ ସ୍ତ୍ରୀ –କୀଟାଣୁ ମାଇକ୍ରୋ-ଫାଇଲାରୀ (microfilariae) ଉତ୍ପନ୍ନ କରିଥାଏ, ଯାହା ରକ୍ତରେ ପ୍ରତିସରିତ ହେଉଥାଏ । ଏହି ସଂକ୍ରମିତ ରକ୍ତ ବିଶିଷ୍ଟ ମଣିଷକୁ, ମଶା କାମୁଡିବାଦ୍ୱାରା ଏହା ପୁନଃ ଜୀବନ ଚକ୍ର କ୍ରମରେ ମଶାର ଶରୀରକୁ ପ୍ରତିସରିତ ହୋଇଥାଏ ।ମଶା ଦେହରେ ଏହି କୀଟାଣୁ ୧-୩ ସପ୍ତାହ ଅବଧି ମଧ୍ୟରେ ସଂକ୍ରମଣକ୍ଷମ ଫାଇଲାରିଫର୍ମ ଲାର୍ଭାରେ (filariform- third-stage larvae) ପରିଣତ ହୋଇଥାଏ । ଚକ୍ରର ପୁନଃ ଅ।ବୃତ୍ତି ସ୍ୱରୂପ କୀଟାଣୁବାହୀ ମଶା, କୌଣସି ମଣିଷ ଶରୀରରୁ ରକ୍ତ ଶୋଷିଲା ବେଳେ, ଏହି ସଂକ୍ରମଣକ୍ଷମ ଫାଇଲାରିଫର୍ମ ଲାର୍ଭା ଗୁଡିକୁ ମଣିଷ ରକ୍ତ ସ୍ରୋତରେ ଛାଡିଦେଇ ଥାଏ ।

ଜୀବନ ଚକ୍ର ବିଭିନ୍ନ ସୋପାନ ଏବଂ ଲକ୍ଷଣ ସମ୍ପାଦନା

 
ଲସିକା ଶ୍ଲିପଦ କୀଟାଣୁ
  1. ପ୍ରଥମ ସୋପାନ: ଜର୍ଜିଆ ବିଶ୍ୱବିଦ୍ୟାଳୟ ଅଣୁଜୀବ ବିଜ୍ଞାନ ବିଭାଗର ଗବେଷଣା ସନ୍ଦର୍ଭିୟ ପ୍ରକାଶନ ଅନୁସାରେ ବୟସ୍କ ସ୍ତ୍ରୀ-କୀଟାଣୁ ଲସିକା ଗ୍ରନ୍ଥିରେ ଲାର୍ଭା ଉତ୍ପନ୍ନ କରିବା ସହ ଏହି ଲାର୍ଭାଗୁଡ଼ିକ ରକ୍ତସଞ୍ଚାଳନ ତନ୍ତ୍ର ମଧ୍ୟରେ ପ୍ରବେଶ କରିଥାନ୍ତି । ଏହି ଲାର୍ଭାଗୁଡ଼ିକ ଏକ ଝିଲ୍ଲୀ (sheath)ଦ୍ୱାରା ଆବୃତ୍ତ ହୋଇଥାନ୍ତି ଯାହାକି ମଣିଷ ଶରୀର ରୋଗ ପ୍ରତିରୋଧ ବ୍ୟବସ୍ଥା (Immune system) ଦାଉରୁ ରକ୍ଷା କରିଥାଏ । ଲାର୍ଭାଗୁଡ଼ିକ ମଣିଷ ଫୁଫ୍ଫୁସର ପ୍ରତିଶିରା, ପ୍ରତିଧମନୀରେ ଦିବା କାଳରେ ରହିଥାନ୍ତି I ରାତ୍ର ସମୟରେ ଏଗୁଡିକ ବେକ, ଗ୍ରୀବା, ପାଦ ଓ ଗୋଡ ନିମ୍ନ ଭାଗ, ଉଦର, ହସ୍ତ ଓ ପାପୁଲି ଇତ୍ୟାଦି ଅଙ୍ଗଗୁଡିକର ପରିଶରିୟ ରକ୍ତ ପ୍ରବାହରେ ବିଚରଣ କରୁଥାନ୍ତି । ରାତ୍ର ୧୦ଘଟିକାରୁ ୨ଘଟିକା ମଧ୍ୟରେ ଏମାନଙ୍କ ସଂଖ୍ୟା ଖୁବ ବଢିଥାଏ ।
  1. ଦ୍ୱିତୀୟ ସୋପାନ-ମଣିଷକୁ ମଶା କାମୁଡିବାଦ୍ୱାରା ମଣିଷ ରକ୍ତ ପ୍ରଣାଳୀରୁ ମଶା ପାକସ୍ଥଳୀକୁ ଏହି ଲାର୍ଭାଗୁଡିକ ସ୍ଥାନାନ୍ତରିତ ହୋଇଥାନ୍ତି । ଏହିଠାରେ ସେମାନେ ଆବୃତ୍ତ ଝିଲ୍ଲୀକୁ ପରିତ୍ୟକ୍ତ କରିଥାନ୍ତି । ମଶାର ପIଚନ ତନ୍ତ୍ରରୁ ବକ୍ଷ ଭାଗକୁ ସ୍ଥାନାନ୍ତରିତ ହୋଇ ସେଠାରେ ଅନ୍ୟାନ୍ୟ ମାଂସପେଶୀରେ ବାସ କରିଥାନ୍ତି, ଏହିଠାରେ ଏକରୁ ତିନି ସପ୍ତାହ ବର୍ଦ୍ଧନଶୀଳ ଅବସ୍ଥା ପରେ ମଶାର ମୁଖ ପ୍ରାନ୍ତକୁ ପ୍ରତିସରିତ ହୋଇଥାନ୍ତି ।
  1. ତୃତୀୟ ସୋପାନ: ଏକ ସଂକ୍ରମିତ ମଶା ମଣିଷକୁ କାମୁଡିବାଦ୍ୱାରା ଉକ୍ତ ମଣିଷ ରକ୍ତସଞ୍ଚIଳନ ତନ୍ତ୍ରରେ ଏହି ଲାର୍ଭାଗୁଡ଼ିକ ପ୍ରବେଶ କରିଥାନ୍ତି ଓ ଲସିକା ପରିବହନ ତନ୍ତ୍ର ଓ ଗ୍ରନ୍ଥିସମୂହରେ ଆସ୍ଥାନ ବିସ୍ତାର କରି ୩ରୁ ୧୨ମାସ ମଧ୍ୟରେ ବୟସ୍କ କୀଟାଣୁରେ ପରିବର୍ତ୍ତିତ ହୋଇଥାନ୍ତି ।
  1. ଚତୁର୍ଥ ସୋପାନ: ଲସିକା ତନ୍ତ୍ରରେ ପ୍ରଜନନ ପରେ ସ୍ତ୍ରୀ-କୀଟାଣୁ ଅନେକ ଲାର୍ଭା ଉତ୍ପାଦନ କରିଥାଏ ଓ ଏହି ପରାଶ୍ରୟୀ କୀଟାଣୁଗୁଡ଼ିକ ଅବ୍ୟକ୍ତ ଓ ବିନା ଲକ୍ଷଣରେ ୧ବର୍ଷ ପର୍ଯ୍ୟନ୍ତ ରହିଥାଏ ଓ ଚିକିତ୍ସା ଅଭାବରେ ଏହା ମଣିଷ ଶରୀରରେ ୧୦ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ ।

ଚିକିତ୍ସା ବ୍ୟବସ୍ଥା ସମ୍ପାଦନା

ଡାଇଥାଇଲ କାର୍ବାମାଜାଇନ (Diethylcarbamazine), ଆଇଭରମେକ୍ଟିନ ଓ ଆଲ୍ବେଣ୍ଡାଜୋଲ (Ivermectin and Albendazole) ଏକସଙ୍ଗେ ଦିଆଯାଏ କୀଟାଣୁ ଅନୁପ୍ରବେଶ ଓ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ (ବୋଷ୍ଟନ କଲେଜ ଅଫ ମେଡିସିନ) I କେବଳ ଡାଇଥାଇଲ କାର୍ବାମାଜାଇନ କିମ୍ବା ଆଇଭରମେକ୍ଟିନ ବୟସ୍କ କୀଟାଣୁକୁ ମIରିଥାଏ ଓ ଆଲ୍ବେଣ୍ଡାଜୋଲ ଲIର୍ଭାଗୁଡିକୁ ମାରିଥାଏ । ଆୟୁର୍ବେଦ ଚିକିତ୍ସା-ଭାରତୀୟ ଚିକିତ୍ସା ପଦ୍ଧତିରେ ଏହି ରୋଗ ପାଇଁ ଅନେକ ଔଷଧି ବ୍ୟବସ୍ଥା ରହିଛି। ରସୌଷଧିରେ (meta।।ic drugs) –ନିତ୍ୟାନନ୍ଦ ରସ, ଶ୍ଲୀପଦାରି ରସ, ଶୁଦ୍ଧ ଗନ୍ଧକ, ପୁନର୍ନଭା ମଣ୍ଡୁର ରସ ଇତ୍ୟାଦି ଏବଂ ଉଦ୍ଭିଦଜ ଔଷଧିରେ –ପଞ୍ଚକୋଲ ଚୂର୍ଣ୍ଣ,ବୃଦ୍ଧଦାରୁକ ସମଚୁର୍ଣ୍ଣ ଏବଂ ତ୍ରିଫଳା ଗୁଗ୍ଗୁଳ, କଞ୍ଚନାର ଗୁଗ୍ଗୁଳ ତଥା ଗୋମୁତ୍ରର ପ୍ରୟୋଗ ମଧ୍ୟ କରାଯାଇଥାଏ ।

ସମ୍ପାଦନା

  1. Center for Disease Control and Prevention. "Lymphatic Filariasis". Retrieved 18 July 2010.
  2. ଗଣନାକାର୍ଯ୍ୟ-ବାବୁ ବି.ଭି. ଏବଂ ସହଯୋଗୀ (Transactions of the Royal Society of Tropical Medicine and Hygiene 105 (2011) 109-114)

ଅଧିକ ଜାଣିବେ ସମ୍ପାଦନା

  1. ସୁଧାନିଧି ପତ୍ରିକା, ବୈଦ୍ୟ ବନୱIରୀ ଲାଲ ବର୍ମା ଶ୍ଲୀପଦ ଫାଇଲେରିଆ କାରଣ ଲକ୍ଷଣ ଏବଂ ଚିକିତ୍ସା (vaidya vanwari।a। verma ,Sudhanidhi month।y hea।th magazine ,august 2007
  2. Life Cyc।e of lymphatic Filariasis | eHow.com[permanent dead link]
  3. Parasites - lymphatic Fi।ariasis, Content source: Centers for Disease Control and Prevention॰ Page maintained by: Office of the Associate Director for Communication, Division of News and Electronic Media. http://www.cdc.gov/parasites/lymphaticfilariasis/
  4. Patricia K. Foo, Alessandro Tarozzi, Aprajit Mahajan, Joanne Yoong, et al. High prevalence of Wuchereria bancrofti infection as detected by immunochromatographic card testing in five districts of Orissa, India, previous।y considered to be non-endemic, February 2011 Transactions of the Royal Society of Tropical Medicine and Hygiene Vol. 105, Issue 2, Pages 109-114