ପେରିଟନସିଲାର ଆବସେସ

ପେରିଟନସିଲାର ଆବସେସ ବା ପିଟିଏ ଅନ୍ୟ ନାମ କୁଇନସି (ଇଂରାଜୀ ଭାଷାରେ Peritonsillar abscess/ PTA), also known as a quinsy) ଏକ ରୋଗ ଯେଉଁଥିରେ ଟନସିଲ (tonsil) ପଛପଟେ ସଂକ୍ରମଣ (infection) ଯୋଗୁ ପୂଜ (pus) ଜମିଯାଏ ।[୨] ଜ୍ୱର, ତଣ୍ଟି ଯନ୍ତ୍ରଣା, ପାଟି ଖୋଲିବା ସମସ୍ୟା (trouble opening the mouth), ସ୍ୱର ପରିବର୍ତ୍ତନ ଆଦି ଲକ୍ଷଣମାନ ଦେଖାଯାଆନ୍ତି ।[୧] ସାଧାରଣତଃ ଗୋଟିଏ ପାଖରେ ଅତ୍ୟଧିକ ଯନ୍ତ୍ରଣା ହୁଏ ।[୧] ରୋଗ ଅଧିକ ଜଟିଳ ହେଲେ ଶ୍ୱାନଳୀ ଅବରୋଧ ବା ଆସ୍ପିରେସନ ନିମୋନାଇଟିସ (aspiration pneumonitis) ରୋଗ ହୋଇପାରେ ।[୧]

ପେରିଟନସିଲାର ଆବସେସ (Peritonsillar abscess)
Quinsy, quinsey
ଡାହାଣ ପାର୍ଶ୍ୱର ପେରିଟନସିଲାର ଆବସେସ
ବିଭାଗକର୍ଣ୍ଣ ନାସା ଗଳା ବିଭାଗ (Otorhinolaryngology)
ଲକ୍ଷଣଜ୍ୱର, ତଣ୍ଟି ଯନ୍ତ୍ରଣା, ପାଟି ଖୋଲିବା ସମସ୍ୟା, ସ୍ୱର ପରିବର୍ତ୍ତନ [୧]
କାରଣଅନେକ ପ୍ରକାର ଜୀବାଣୁ (bacteria)[୧]
ବିପଦ କାରକସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ (Streptococcal pharyngitis)[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ[୧]
ସଠିକ ରୋଗ ନିର୍ଣ୍ଣୟRetropharyngeal abscess, infectious mononucleosis, epiglottitis, କର୍କଟ ରୋଗ[୧]
ଚିକିତ୍ସାପୂଜ ବ‌ହିଷ୍କାର, ଆଣ୍ଟିବାୟୋଟିକ (antibiotics), ତରଳ ପଦାର୍ଥ, ଯନ୍ତ୍ରଣା ନିବାରକ (pain medication), କର୍ଟିକୋସ୍ଟିରଏଡ (steroids)[୧]
ପୁନଃପୌନିକ~ବର୍ଷକୁ ପ୍ରତି ୧୦,୦୦୦ଲୋକରେ ୩ ଜଣ (USA)[୧]

ଅନେକ ପ୍ରକାର ଜୀବାଣୁ (bacteria) ସଂକ୍ରମଣ ଯୋଗୁ ରହି ରୋଗ ହୁଏ । [୧] ଅଧିକାଂଶ ସମୟରେ ଏହା ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ପରେ ହୁଏ । en:streptococcal pharyngitis.[୧] ଟନସିଲେକ୍ଟୋମି (tonsillectomy) ଅପରେଶନ ପରେ ଏହି ରୋଗ ହେବା ଦେଖାଯାଏନାହିଁ ।[୧] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।[୧] ମେଡିକାଲ ଇମେଜିଙ୍ଗ (Medical imaging) କରି ଜଟିଳ ସମସ୍ୟାର ଅନୁପସ୍ଥିତି ଚିହ୍ନଟ କରାଯାଇପାରେ । [୧]

ପୂଜ ବ‌ହିଷ୍କାର, ଆଣ୍ଟିବାୟୋଟିକ (antibiotics), ଯଥେଷ୍ଟ ତରଳ ପଦାର୍ଥ, ଯନ୍ତ୍ରଣା ନିବାରକ (pain medication) ଔଷଧ ଦେଇ ଚିକିତ୍ସା କରାଯାଏ । [୧] କର୍ଟିକୋସ୍ଟିରଏଡ (steroids) ସାହାଯ୍ୟକାରୀ ହୋଇପାରେ ।[୧] ଡାକ୍ତରଖାନାରେ ଆଡମିଶନ କରିବା ଆବଶ୍ୟକ ହୁଏନାହିଁ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ପ୍ରାୟ ପ୍ରତି ୧୦,୦୦୦ ଲୋକରେ ୩ ଜଣକୁ ଏହି ରୋଗ ହୁଏ । [୧] ନବ ଯୁବକମାନଙ୍କୁ ଏହି ରୋଗ ଅଧିକ ହୁଏ । [୧]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Galioto, NJ (15 April 2017). "Peritonsillar Abscess". American Family Physician. 95 (8): 501–506. PMID 28409615.
  2. "Tonsillar Cellulitis and Tonsillar Abscess - Ear, Nose, and Throat Disorders - Merck Manuals Consumer Version". Merck Manuals Consumer Version. Archived from the original on 25 October 2017. Retrieved 24 October 2017.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ