ପେମିଗାଟିନିବ

ଏହା ଏକ ଔଷଧ ଯାହା ପିତ୍ତନଳୀ କର୍କଟ (ଚୋଲାଙ୍ଗିଓକାର୍ସିନୋମା) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ପେମିଗାଟିନିବ (ଇଂରାଜୀ ଭାଷାରେ Pemigatinib), ପେମାଜିରେ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ପିତ୍ତନଳୀ କର୍କଟ (ଚୋଲାଙ୍ଗିଓକାର୍ସିନୋମା) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୧] ଏଫଜିଏଫଆର୨ (FGFR2) ସକରାତ୍ମକ ଏବଂ ଅନ୍ୟାନ୍ୟ ଚିକିତ୍ସାରେ ବିଫଳ ହୋଇଥିବା କ୍ଷେତ୍ରରେ ଏହା ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]

ପେମିଗାଟିନିବ
Clinical data
Trade namesPemazyre
SynonymsINCB054828
AHFS/Drugs.commonograph
MedlinePlusa620028
data
Routes of
administration
By mouth
Legal status
Legal status
Identifiers
  • 3-(2,6-difluoro-3,5-dimethoxyphenyl)-1-ethyl-8-[(morpholin4-yl)methyl]-1,3,4,7-tetrahydro-2H-pyrrolo[3',2':5,6]pyrido[4,3-d]pyrimidin-2-one
Chemical and physical data
FormulaC24H27F2N5O4
Molar mass୪୮୭.୫୧ g·mol−1
3D model (JSmol)
  • CCN1C2=C3C=C(NC3=NC=C2CN(C1=O)C4=C(C(=CC(=C4F)OC)OC)F)CN5CCOCC5
  • InChI=1S/C24H27F2N5O4/c1-4-30-21-14(11-27-23-16(21)9-15(28-23)13-29-5-7-35-8-6-29)12-31(24(30)32)22-19(25)17(33-2)10-18(34-3)20(22)26/h9-11H,4-8,12-13H2,1-3H3,(H,27,28)
  • Key:HCDMJFOHIXMBOV-UHFFFAOYSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ କିମ୍ବା ନିମ୍ନ ଫସଫେଟ୍, କେଶହାନୀ, ତରଳ ଝାଡ଼ା, ଥକାପଣ, ସ୍ୱାଦ ବ୍ୟାଘାତ, ପାଟିର ପ୍ରଦାହ, ଶୁଖିଲା ଆଖି, ରାସ ଏବଂ ବୃକ୍‌କ ସମସ୍ୟା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ସମସ୍ୟା ହୋଇପାରେ | [୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ କାଇନେଜ ଇନହିବିଟର ଏବଂ ଫାଇବ୍ରୋବ୍ଲାଷ୍ଟ ଅଭିବୃଦ୍ଧି ଫ୍ୟାକ୍ଟର ରିସେପ୍ଟରଗୁଡ଼ିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧] [୨]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପେମିଗାଟିନିବ ଅନୁମୋଦିତ ହୋଇଥିଲା ।[୨] ୨୦୨୧ ରେ ୟୁରୋପରେ ଏହା ସର୍ତ୍ତମୂଳକ ଅନୁମୋଦନ ଲାଭ କରିଥିଲା ।[୧] ଯୁକ୍ତରାଷ୍ଟ୍ରରେ ପ୍ରତି ତିନି ସପ୍ତାହରେ ଏହା ବାବଦ ଖର୍ଚ୍ଚ ପ୍ରାୟ ୧୭,୮୦୦ ଡଲାର ହୁଏ ।[୩] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୭୨୦୦ ପାଉଣ୍ଡ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Pemazyre EPAR". European Medicines Agency (EMA). 25 January 2021. Archived from the original on 2 September 2021. Retrieved 1 September 2021. Text was copied from this source which is © European Medicines Agency. Reproduction is authorized provided the source is acknowledged.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Pemazyre- pemigatinib tablet". DailyMed. Archived from the original on 6 February 2021. Retrieved 1 February 2021.
  3. "Pemazyre Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 27 October 2021.
  4. "Pemigatinib". SPS - Specialist Pharmacy Service. 11 June 2019. Archived from the original on 27 October 2021. Retrieved 27 October 2021.