ପୂଜା ବାନାର୍ଜୀ

ଭାରତୀୟ ଅଭିନେତ୍ରୀ (୧୯୯୧ ଜନ୍ମ)

ପୂଜା ବାନାର୍ଜୀ (ଜନ୍ମ: ୮ ନଭେମ୍ବର ୧୯୯୧) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି ।[୧] ସେ ଏମ୍‌ଟିଭି ରୋଡ଼ିଜ୍ରେ ଜଣେ ପ୍ରତିଯୋଗୀ ଭାବେ ନିଜର ଦୂରଦର୍ଶନ ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ମୁଖ୍ୟ ନାୟିକା ଭାବରେ ଏକ୍ ଦୂସ୍‌ରେ ସେ କର୍‌ତେ ହେଁ ପ୍ୟାର୍ ହମ୍‌ରେ କାମ କରିବା ଆରମ୍ଭ କରିଥିଲେ ।[୨]

ପୂଜା ବାନାର୍ଜୀ
୨୦୧୮ ମସିହାରେ ଷ୍ଟାର୍ ପରିବାର ଆୱାର୍ଡ଼ରେ ବାନାର୍ଜୀ
ଜନ୍ମ (1991-11-08) ୮ ନଭେମ୍ବର ୧୯୯୧ (ବୟସ ୩୨)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୧–ଏବେଯାଏଁ
ପ୍ରସିଦ୍ଧି
  • କୁମ୍‌କୁମ୍ ଭାଗ୍ୟ
  • କସୌଟି ଜିନ୍ଦେଗୀ କେ
  • କେହେନେ କୋ ହମ୍‌ସଫର୍ ହେଁ
ବୈବାହିକ-ସାଥୀସନ୍ଦୀପ ସ୍ୱଜୱାଲ (ବିବାହ: ୨୦୧୭)[୧]
ସନ୍ତାନ

ସେ ଏକତା କପୁରଙ୍କ ଦ୍ୱାରା ନିର୍ମିତ ଧାରାବାହିକ ଚନ୍ଦ୍ରକାନ୍ତା, ଚନ୍ଦ୍ର ନନ୍ଦିନୀଦିଲ୍ ଦିଲ୍ ତୋ ହୈ ଆଦିରେ ଅଭିନୟ କରି ପ୍ରାରମ୍ଭିକ ଲୋକପ୍ରିୟତା ପାଇଥିଲେ ।[୩] ଏହାପରେ ସେ କସୌଟି ଜିନ୍ଦେଗୀ କେରେ ନିବେଦିତା ବସୁ ଭୂମିକାରେ ଓ କୁମ୍‌କୁମ୍ ଭାଗ୍ୟରେ ରିୟା ମେହେରା ଭୂମିକାରେ ଅଭିନୟ କରିବା ପରେ, ସେ ଲୋକପ୍ରିୟତା ପାଇଥିଲେ ଏବଂ ଘରେ ଘରେ ପରିଚିତି ପାଇଥିଲେ ।[୪][୫] ୨୦୧୮ ମସିହାରୁ ସେ କପୁରଙ୍କ ଦ୍ୱାରା ନିର୍ମିତ ୱେବ୍ ସିରିଜ୍ କେହେନେ କୋ ହମ୍‌ସଫର୍ ହୈର ୩ ଟି ସିଜିନରେ ବାଣୀ ମେହେରାଙ୍କ ଭୂମିକାରେ ଅଭିନୟ କରିଥିଲେ ।[୬]

ଅଭିନୟ ଜୀବନ ସମ୍ପାଦନା

୨୦୧୧ ମସିହାରେ, ସେ ଏମ୍‌ଟିଭି ରୋଡ଼ିଜ୍ ସିଜନ ୮ରେ ଅଂଶଗ୍ରହଣ କରି ଥିଲେ ।[୧] ୨୦୧୨ ମସିହାରେ ସେ ଷ୍ଟାର୍ ପ୍ଲସ୍‌ରେ ଏକ୍ ଦୁସ୍‌ରେ ସେ କର୍‌ତେ ହୈ ପ୍ୟାର୍ ହମ୍ ଜରିଆରେ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ ।[୭] ୨୦୧୩ ମସିହାରେ, ସେ ପରଜାଦ୍ ଭାବରେ ଲାଇଫ୍ ଓକେରେ ପ୍ରସାରିତ ଦି ଆଡଭେଞ୍ଚର ଅଫ୍ ହାତିମରେ ଅଭିନୟ କରିଥିଲେ ।[୮]

ସେହି ବର୍ଷ, ସେ ସାହାର ୱାନ୍‌ରେ ପ୍ରସାରିତ ଧାରାବାହିକ ଧାରାବାହିକ ଘର୍ ଆଜା ପରଦେଶୀରେ ରୁଦ୍ରାଣୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ବକ୍ସ କ୍ରିକେଟ୍ ଲିଗ୍‌ର ପ୍ରଥମ ସିଜିନ୍‌ରେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ । ଚେନାଲ୍ ଭିରେ ପ୍ରସାରିତ ଧାରାବାହିକ ସୁଇମ୍ ଟିମ୍‌ରେ କାମ କରିଥିଲେ ।[୯][୧୦]

୨୦୧୬ ମସିହାରେ, ଲାଇଫ୍ ଓକେରେ ପ୍ରସାରିତ ଧାରାବାହିକ ନାଗାର୍ଜୁନରେ ସେ କାମ କରିଥିଲେ ।[୬] ୨୦୧୭ ମସିହାରେ, ସେ ଐତିହାସିକ ରୋମାଣ୍ଟିକ୍ ଡ୍ରାମା ଚନ୍ଦ୍ର ନନ୍ଦିନୀରେ ବିଶାଖା ଓ କାଳ୍ପନିକ ଡ୍ରାମା ଚନ୍ଦ୍ରକାନ୍ତାରେ ସୂର୍ଯ୍ୟକାନ୍ତା ଭାବରେ ସହାୟକ ଭୂମିକାରେ ଅଭିନୟ କରିଥିଲେ ।[୧୧][୧୨]

ପରବର୍ତ୍ତୀ ସମୟରେ ସେ ବକ୍ସ କ୍ରିକେଟ୍ ଲିଗ୍‌ର ଚତୁର୍ଥ ସିଜନ୍‌ରେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ । ୨୦୧୮ ମସିହାରେ, ସେ ଧାରାବାହିକ ଦିଲ୍ ହି ତୋ ହୈରେ କାମ କରିଥିଲେ ।[୧୩][୧୪]

୨୦୧୮ ମସିହାରୁ ୨୦୨୦ ପର୍ଯ୍ୟନ୍ତ, ସେ ୱେବ୍ ସିରିଜ୍ କେହେନେ କୋ ହମ୍‌ସଫର୍ ହୈରେ ବନି ମେହେରା ଭାବରେ ଅଭିନୟ କରିଥିଲେ ଏବଂ ୨୦୧୯ ମସିହାରେ ନାଚ୍ ବଲିୟେ ସିଜନ୍ ୯ରେ ଅଂଶଗ୍ରହଣ କରିଥିଲେ । ୨୦୨୦ ମସିହାରେ ସେ ୱେବ୍ ସିରିଜ୍ ଦି କସିନୋରେ ଅଭିନୟ କରିଥିଲେ ।[୧୫]

୨୦୨୦ ମସିହାରୁ ୨୦୨୨ ପର୍ଯ୍ୟନ୍ତ, ଧାରାବାହିକ କୁମ୍‌କୁମ୍ ଭାଗ୍ୟରେ ରିୟା ମେହେରା ଭୂକିକା ଅଭିନୟ କରିଥିଲେ ।[୧୬]

ବ୍ୟକ୍ତିଗତ ଜୀବନ ସମ୍ପାଦନା

୨୦୧୭ ମସିହାର ଫେବୃଆରୀ ୨୮ ତାରିଖରେ, ସେ ପେଶାଦାର ଭାରତୀୟ ସନ୍ତରଣକାରୀ ସନ୍ଦୀପ ସେଜୱାଲଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଗୋଟିଏ କନ୍ୟା ସନ୍ତାନ ଅଛି ।[୧୭]

ଅଭିନୀତ ଧାରାବାହିକ ସମ୍ପାଦନା

ବର୍ଷ ଶୀର୍ଷକ ଭୂମିକା ଆଧାର
୨୦୧୧ ଏମ୍‌ଟିଭି ରୋଡ଼ିଜ୍ ପ୍ରତିଯୋଗୀ
୨୦୧୨ ଏକ୍ ଦୁସ୍‌ରେ ସେ କର୍‌ତେ ହେଁ ପ୍ୟାର୍ ହମ୍ ତେଜଲ୍ ମଜୁମଦାର [୧୮]
୨୦୧୩–୨୦୧୪ ଦି ଆଡ୍‌ଭେଞ୍ଜର୍‌ସ୍ ଅଫ୍ ହାତିମ୍ [୮]
୨୦୧୩ ଘର୍ ଆଜା ପରଦେଶୀ ରୁଦ୍ରାଣୀ
୨୦୧୪–୨-୧୫ ବକ୍ସ କ୍ରିକେଟ୍ ଲିଗ୍ ୧ ପ୍ରତିଯୋଗୀ [୧୯]
୨୦୧୫–୨୦୧୬ ସ୍ୱିମ୍ ଟୀମ୍ ରେୱା ମାଥୁର୍ [୨୦]
୨୦୧୫ ହାଲ୍ଲା ବୋଲ୍ ୨ ମୀରା
ମାନ୍ ନା ମାନ୍ ମେଁ ତେରା ମେହମାନ୍ ଅନାରକଲି
୨୦୧୬-୨୦୧୭ ନାଗାର୍ଜୁନ-ଏକ ଯୋଦ୍ଧା ନୂରୀ ଶାସ୍ତ୍ରୀ
୨୦୧୭ ଚନ୍ଦ୍ର ନନ୍ଦିନୀ ବିଶାଖା [୧୨]
ଚନ୍ଦ୍ରକାନ୍ତା
୨୦୧୮ ବକ୍ସ କ୍ରିକେଟ୍ ଲିଗ୍ ୩ ପ୍ରତିଯୋଗୀ
ଦିଲ୍ ହି ତୋ ହୈ ଆରୋହୀ
ବିକ୍ରମ ବେତାଳ କି ରହସ୍ୟ ଗାଥା ସୋନପ୍ରଭା [୨୧]
୨୦୧୮–୨୦୨୦ କସୌଟି ଜିଙ୍ଗେଦି କେ ନିବେଦିତା ବସୁ ସେନଗୁପ୍ତା
୨୦୧୯ ବକ୍ସ କ୍ରିକେଟ୍ ଲିଗ୍ ୪ ପ୍ରତିଯୋଗୀ
ନାଚ୍ ବଲିୟେ ୯
୨୦୨୦–୨୦୨୨ କୁମ୍‌କୁମ୍ ଭାଗ୍ୟ ରିୟା ମେହେରା [୧୬]
୨୦୨୩ ବଡ଼େ ଅଚ୍ଛେ ଲଗ୍‌ତେ ହେଁ ୨ ପିହୁ କପୁର

ୱେବ୍ ସିରିଜ୍ ସମ୍ପାଦନା

ବର୍ଷ ଧାରାବାହିକ ଭୂମିକା ଆଧାର
୨୦୧୮-୨୦୨୦ କେହେନେ କୋ ହମ୍‌ସଫର୍ ହେଁ ବାଣୀ ମେହେରା
୨୦୧୯ ଓନ୍‌ଲି ଫର୍ ସିଙ୍ଗଲ୍‌ସ୍ ଅପ୍ପୁ
୨୦୨୦ ଦି କସିନୋ ରିୟା ମାରୱା [୧୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Swimming is his first love: Pooja Banerjee on national swimmer husband Sandeep Sejwal". The Times of India. 27 August 2018. Retrieved 21 June 2022.
  2. "Pooja Banerjee's love for bikes". Times Of India. 19 April 2013.
  3. "Behind the scenes: Erica Fernandes and Pooja Banerjee deck up to celebrate Durga Puja in Kasautii Zindagii Kay 2". The Times of India. 9 October 2018.
  4. "'I am really exhausted when I reach home'". Rediff.
  5. "Pooja Banerjee: I am not here to show skin". Times Of India. 10 April 2015.
  6. ୬.୦ ୬.୧ "Jodha Akbar and other TV shows: How the actors cope with shooting in hot, open locales". Archived from the original on 2 May 2015.
  7. Pooja Banerjee to enter EK Dusre Se Karte Hain -Times Of India
  8. ୮.୦ ୮.୧ "It's all about the name for Pooja Banerjee". Times Of India. 30 December 2013.
  9. "Box Cricket League Teams: BCL 2014 Team Details With TV Actors & Names of Celebrities". india.com. Retrieved 14 December 2014.
  10. "In Pics: National level swimmer Pooja Banerjee turns glamorous for 'Swim Team'". Daily Bhaskar. 24 March 2015.
  11. "Pooja Banerjee Truly Believes In 'Pyaar Dosti Hai'; Says, 'I Know My Husband Since Standard 4'- EXCLUSIVE". Spotboye.
  12. ୧୨.୦ ୧୨.୧ "Pooja Banerjee on doing Chandra Nandini: I was dying to do a negative character". The Indian Express (in ଆମେରିକୀୟ ଇଂରାଜୀ). 2017-05-02. Retrieved 2018-08-09.
  13. "Pooja Banerjee: Being married to a swimmer means an extremely disciplined and healthy lifestyle". www.hindustantimes.com. 30 August 2018.
  14. "Ekta Kapoor's Dil Hi Toh Hai to premiere today; 5 reasons to watch the show". India Today (in ଇଂରାଜୀ). Retrieved 2021-09-20.
  15. ୧୫.୦ ୧୫.୧ "Meet The Star Cast Of Upcoming ZEE5 Original Web Series The Casino #MyGameMyRules - Zee5 News". ZEE5 (in ଇଂରାଜୀ). Retrieved 2021-09-20.
  16. ୧୬.୦ ୧୬.୧ "Pooja Banerjee replaces Naina Singh in 'Kumkum Bhagya'". The Times of India. 18 July 2020. Retrieved 17 February 2021.
  17. "Pooja Banerjee Truly Believes In Paar Dosti Hai'; Says, 'I Know My Husband Since Standard 4'- EXCLUSIVE". Spotboye.
  18. Pooja Banerjee to enter EK Dusre Se Karte Hain -Times Of India
  19. "Box Cricket League Teams: BCL 2014 Team Details With TV Actors & Names of Celebrities". india.com. Retrieved 14 December 2014.
  20. "In Pics: National level swimmer Pooja Banerjee turns glamorous for 'Swim Team'". Daily Bhaskar. 24 March 2015.
  21. "Himesh Reshammiya's new album Aap se Mausiiquii star Puja Banerjee finds him sweet, caring". The Indian Express (in ଇଂରାଜୀ). 2016-11-11. Retrieved 2021-09-20.

ବାହାର ଲିଙ୍କ୍ ସମ୍ପାଦନା