ପୁରୁଷୋତ୍ତମଦାସ ଟଣ୍ଡନ

ଭାରତୀୟ ସ୍ୱାଧୀନତା ସଂଗ୍ରାମୀ

ପୁରୁଷୋତ୍ତମଦାସ ଟଣ୍ଡନ (୧ ଅଗଷ୍ଟ ୧୮୮୨ – ୧ ଜୁଲାଇ ୧୯୬୨), ଉତ୍ତର ପ୍ରଦେଶରେ ଜନ୍ମିତ ଜଣେ ସ୍ୱାଧୀନତା ସଂଗ୍ରାମୀ । ହିନ୍ଦୀକୁ ଭାରତର ସରକାରୀ ଭାଷା ମାନ୍ୟତା ଦେବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି । ସେ ପରମ୍ପରାଗତ ଭାବେ ରାଜର୍ଷି ଉପାଧିରେ ଭୂଷିତ । ୧୯୬୧ରେ ତାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରାଯାଇଛି ।[୧]

ପୁରୁଷୋତ୍ତମଦାସ ଟଣ୍ଡନ

ବାଲ୍ୟ ଜୀବନ ଓ ଶିକ୍ଷା ସମ୍ପାଦନା

ପୁରୁଷୋତ୍ତମ ଦାସଙ୍କ ଜନ୍ମ ଆଲାହାବାଦରେ । ଆଇନରେ ସ୍ନାତକ ଏବଂ ଇତିହାସରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ସେ ୧୯୦୬ରେ ତେଜ ବାହାଦୁର ସାପୃଙ୍କ ସହଯୋଗୀ ଭାବେ ଆଲାହାବାଦ ଉଚ୍ଚ ନ୍ୟାୟାଳୟରେ ଓକିଲାତି ଆରମ୍ଭ କଲେ । ହେଲେ ୧୯୨୧ ବେଳକୁ ସେ ସାଧାରଣ ଜନତାର ସେବାରେ ନିଜକୁ ନିୟୋଜିତ କରି ଆଇନ ବ୍ୟବସାୟ ଛାଡ଼ି ଦେଲେ ।

ସ୍ୱାଧୀନତା ସଂଗ୍ରାମରେ ଭୂମିକା ସମ୍ପାଦନା

ସେ ତାଙ୍କ ଛାତ୍ର ଜୀବନ ସମୟରୁ ଅର୍ଥାତ ୧୮୯୯ଠାରୁ ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଥିଲେ । ୧୯୦୬ରେ ସେ ଅଖିଳ ଭାରତୀୟ କଂଗ୍ରେସ କମିଟିରେ ଆଲାହା ବାଦର ପ୍ରତି ନିଧିତ୍ୱ କରିଥିଲେ । ୧୯୧୯ ମସିହାରେ କଂଗ୍ରସ ତରଫରୁ ଯେଉଁ କମିଟି ଜାଳିଆନା ବାଲା ବାଗ ହତ୍ୟାକାଣ୍ଡର ଅନୁଧ୍ୟାନ କରିବାକୁ ଯାଇଥିଲେ, ପୁରୁଷୋତ୍ତମ ଦାସ ସେହି କମିଟିର ସଦସ୍ୟ ଥିଲେ । ସେ ମଧ୍ୟ ଲୋକ ସେବକ ସଂଘର କାର୍ଯ୍ୟ କଲାପରେ ସଂପୃକ୍ତ ଥିଲେ । ୧୯୨୦ ଓ ୧୯୩୦ରେ ଅସହଯୋଗ ଆନ୍ଦୋଳନ ଏବଂ ଲବଣ ସତ୍ୟାଗ୍ରହରେ ଯୋଗ ଦେଇ ସେ କାରା ବରଣ କରିଥିଲେ । ୧୯୩୧ରେ ଲଣ୍ଡନ ଗୋଲ ଟେବୁଲ ବୈଠକରୁ ମହାତ୍ମା ଗାନ୍ଧୀ ଫେରିବା ପୂର୍ବରୁ ଜବାହରଲାଲଙ୍କ ସହ ସେ ଇଂରେଜଦ୍ୱାରା ଗିରଫ ହୋଇସାରିଥିଲେ । ୧୯୩୪ରେ ବିହାର ପ୍ରୋଭିନସିଆଲ କିଷାନ ସଭାର ସଭାପତି ଭାବେ କୃଷକ ଆନ୍ଦୋଳନରେ ତାଙ୍କର ଭୂମିକା ଗୁରୁତ୍ୱ ପୂର୍ଣ୍ଣ । ୧୯୨୧ରେ ସେ ମଧ୍ୟ ଲାଲା ଲଜପତ ରାୟଙ୍କ ପ୍ରତିଷ୍ଠିତ ଲୋକ ସେବକ ମଣ୍ଡଳର ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ ।[୨]

ସ୍ୱାଧୀନୋତ୍ତର ଭାରତରେ ଟଣ୍ଡନ ସମ୍ପାଦନା

ପଟ୍ଟାଭିସୀତାରାମେୟାଙ୍କ ବିରୁଦ୍ଧରେ କଂଗ୍ରେସ ଦଳର ସଭାପତି ପଦ ପାଇଁ ନିର୍ବାଚନ ଲଢି ସେ ପରାଜିତ ହୋଇଥିଲେ । ହେଲେ ୧୯୫୦ର ଦଳୀୟ ନିର୍ବାଚନରେ ସେ ଆଚାର୍ଯ୍ୟ କୃପାଳୀନୀଙ୍କ ବିରୁଦ୍ଧରେ ଲଢି ବିଜୟୀ ହେଲେ ତଥା ବହୁଚର୍ଚ୍ଚିତ ନାଗପୁର ଅଧୀବେଶନରେ ସଭାପତିତ୍ୱ କରିଥିଲେ । ନେହେରୁଙ୍କ ସହ ତାଙ୍କର ବିଚାରଗତ ମତଭେଦ ଯୋଗୁଁ ସେ ସଭାପତି ପଦବୀରୁ ଇସ୍ତଫା ଦେଲେ । ଅତଏବ ୧୯୫୧ ଓ ୧୯୫୨ରେ ନେହେରୁ ପ୍ରଧାନମନ୍ତ୍ରୀ ହେବା ସହ କଂଗ୍ରେସ ସଭାପତି ମଧ୍ୟ ରହିଥିଲେ ।[୩] ପୁରୁଷୋତ୍ତମଦାସ ଟଣ୍ଡନ ୧୯୫୨ରେ ଲୋକ ସଭାକୁ ଏବଂ ୧୯୫୬ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୧ର୍ ତାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରାଯାଇଛି ।

ଆଧାର ସମ୍ପାଦନା

  1. "Padma Awards Directory (1954–2007)" (PDF). Ministry of Home Affairs. Archived from the original (PDF) on 10 April 2009. Retrieved 19 August 2018.
  2. Grover, Verinder (1993). Political Thinkers of Modern India: Lala Lajpat Rai. Deep & Deep Publications. pp. 547–. ISBN 978-81-7100-426-3.
  3. http://indianexpress.com/article/opinion/columns/faults-and-lines/99/