ପୁରୁଣି, ପୁରୁଣୀ ବା ପୁନର୍ନବା ଏକ ଲତା ଜାତୀୟ ଉଦ୍ଭିଦ । ଧଳା, ନାଲି ଓ କଳା(କୃଷ୍ଣ) ଭେଦରେ ପତ୍ରର ରଙ୍ଗକୁ ନେଇ ଏହା ତିନିପ୍ରକାରର । ଔଷଧୀୟ ଗୁଣ ଦୃଷ୍ଟିରୁ ଧଳା ପୁରୁଣି ଶ୍ରେଷ୍ଠ । କ୍ଷୁଦ୍ର ଲତା ପରି ଏହା ମାଟିରେ ମାଡ଼ିଥାଏ ।

ପୁରୁଣି
ପୁରୁଣି
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Core eudicots
ଗଣ: Caryophyllales
କୁଳ: Nyctaginaceae
ପ୍ରଜାତି: Boerhavia
ଜାତି: B. diffusa
ବାଇନୋମିଆଲ ନାମ
Boerhavia diffusa

ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ ସମ୍ପାଦନା

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ପୁରୁଣି
ସଂସ୍କୃତ ପୁନର୍ନବା, ଶୋଥଘ୍ନୀ, ଶ୍ୱେତମୁଜା ଓ ଦୀର୍ଘପତ୍ରିକା
ହିନ୍ଦୀ ବିଷଗପରା, ସାନତ୍,
ତେଲୁଗୁ ଅତ୍କମମୋଦି
ବଙ୍ଗଳା ଗୁନନବା, ପୁଣ୍ୟା

ଶାସ୍ତ୍ରୋକ୍ତ ଗୁଣ ସମ୍ପାଦନା

ଏହା ଅଳ୍ପକଷାୟ ମିଶ୍ରିତ କଟୁ ତିକ୍ତରସ, ଶୀତବୀର୍ଯ୍ୟ, ଚକ୍ଷୁର ହିତକର, ଅଗ୍ନୀବର୍ଧକ, ଆୟୁବର୍ଧକ, ଶୋଥ, ଉଦରୀ, ଶୂଳ, ଗୁଳ୍ମ, ରକ୍ତପ୍ରଦର, ବିଷଦୋଷ, ପିତ୍ତବିକୃତି, ବାୟୁ, କଫ, କାମଳ, ପାଣ୍ଡୁ, ଅର୍ଶ, ଯାବତୀୟ ପ୍ରକାର ବ୍ରଣ, କ୍ଷତ, ଦଦ୍ରୁ, କଣ୍ଡୁ ଓ ଚର୍ମରୋଗ ନାଶକ ଅଟେ ।

ବ୍ୟବହାର ସମ୍ପାଦନା

ଏହାର ସର୍ବାଙ୍ଗ ଔଷଧି ରୂପେ ବ୍ୟବହାର କରାଯାଏ । ଶୋଥ, ଆଖିର ରୋଗ, ଯୌବନକାଳୀନ ମୁଖବ୍ରଣ, ଜଖମ ଓ ଦରଜ, ସର୍ପବିଷ, ସ୍ତ୍ରୀରୋଗ ଯଥା, ରକ୍ତପ୍ରଦର, ବନ୍ଧ୍ୟାତ୍ୱ, ପିତ୍ତବିକାର ଓ ପେଟରୋଗରେ କବିରାଜମାନେ ଏହାର ଉପଯୋଗ କରିଥାନ୍ତି । ବାର୍ଧକ୍ୟକୁ ଦୂର କରି ଏହା ଯୌବନ ଫେରାଇ ଆଣିବାରେ ସକ୍ଷମ ବୋଲି ଏହାର ନାମ ପୁନର୍ନବା ରଖା ଯାଇଛି। ଏହାର ପତ୍ରକୁ ଶାଗ କରାଯାଏ ।

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।