ପାରାଟାଇଫଏଡ ଜ୍ୱର ବା କେବଳ ପାରାଟାଇଫଏଡ ଏକ ଜୀବାଣୁ ଜନିତ ରୋଗ ଯାହା ତିନି ପ୍ରଜାତିର ସାଲମୋନେଲା ଏଣ୍ଟେରିକା ଜୀବାଣୁଦ୍ୱାରା ହୁଏ । [୧] ଟାଇଫଏଡ ଜ୍ୱର ଭଳି ଏହା ମଧ୍ୟ ସଂସ୍ପର୍ଶରେ ଆସିବାର ୬ରୁ ୩୦ ଦିନ ମଧ୍ୟରେ ଆରମ୍ଭ ହୁଏ । [୧][୨] ଅଧିକାଂଶ ସମୟରେ ଧୀରେ କ୍ରମାନ୍ୱୟରେ କିଛି ଦିନ ମଧ୍ୟରେ ଉଚ୍ଚ ଉତ୍ତାପ ଯୁକ୍ତ ଜ୍ୱର ହୁଏ । ସାଧାରଣତଃ ଦୁର୍ବଳତା, ଖାଦ୍ୟ‌ଅରୁଚି ଓ ମୁଣ୍ଡବଥା ଆଦି ଲକ୍ଷଣ ପ୍ରକାଶ ପାଏ । [୧] ଅନେକ ଲୋକଙ୍କ ଦେହରେ ଗୋଲାପୀ ରାସ ଦେଖାଯାଏ । [୩] ଚିକିତ୍ସିତ ନ ହେଲେ ସପ୍ତାହ ବା ମାସ ବ୍ୟାପି ଲକ୍ଷଣ ଲାଗିରହେ । [୧] ଜୀବାଣୁ ଦେହରେ ଥାଇ ମଧ୍ୟ ଅନେକ ଲୋକଙ୍କର ଲକ୍ଷଣ ପ୍ରକାଶ ପାଏନି କିନ୍ତୁ ଏମାନଙ୍କର ରୋଗ ବ୍ୟାପିବା କ୍ଷମତା ଥାଏ । [୨] ଉଭୟ ପାରାଟାଇଫଏଡ ଓ ଟାଇଫଏଡ ଜ୍ୱର ସମାନ ସମସ୍ୟା ସୃଷ୍ଟି କରିପାରନ୍ତି । [୨] ପାରାଟାଇଫଏଡ ଜ୍ୱର ଏକ ପ୍ରକାର ଟାଇଫଏଡ ବୋଲି କୁହାଯାଇଛି । [୪]

ପାରାଟାଇଫଏଡ ଜ୍ୱର
ରୋଗୀ ଛାତିରେ ଲାଲ ଦେଖାଯାଉଥିବା ଦାଗ ଟାଇଫଏଡ ଓ ପାରାଟାଇଫଏଡ ରୋଗରେ ସମାନ ଭାବରେ ଦେଖାଯାଏ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease
ଆଇସିଡ଼ି-୧୦A01.1-A01.4
ଆଇସିଡ଼ି-୯-ସିଏମ୍002
ରୋଗ ଡାଟାବେସ33218
Patient UKପାରାଟାଇଫଏଡ ଜ୍ୱର
MeSHD010284

ପାରାଟାଇଫଏଡ ରୋଗ ସୃଷ୍ଟି କରନ୍ତି ସାଲମୋନେଲା ଏଣ୍ଟେରିକାର ତିନି ପ୍ରଜାତି ପାରାଟାଇଫଏଡ ଏ, ପାରାଟାଇଫଏଡ ବି, ଓ ପାରାଟାଇଫଏଡ ସି ଜୀବାଣୁ ଓ ଏମାନେ ଅନ୍ତନଳୀରକ୍ତରେ ବଢ଼ନ୍ତି । ସଂକ୍ରମିତ ବ୍ୟକ୍ତିର ମଳ ଅପମିଶ୍ରିତ ଖାଦ୍ୟ ଓ ଜଳ ଗ୍ରହଣ କଲେ ଏହି ରୋଗ ବ୍ୟାପେ । [୧] ରୋଗ‌ଗ୍ରସ୍ତ ରାନ୍ଧୁଣିଆଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇଲେ ମଧ୍ୟ ରୋଗ ବ୍ୟାପେ । [୩] ଅପରିଚ୍ଛନ୍ନ ପରିବେଶ ଓ ଜନାକୀର୍ଣ୍ଣ ବସତି ଏହି ରୋଗ ବ୍ୟାପିବାରେ ସାହାଯ୍ୟ କରେ । [୫] ଯୌନ ସମ୍ପର୍କଦ୍ୱାରା ମଧ୍ୟ ବ୍ୟାପିପାରେ । ଜୀବଜଗତରେ କେବଳ ମାନବ ଏହି ରୋଗର ଶିକାର ହୁଏ । [୧] ଲକ୍ଷଣ ଦେଖି ନିର୍ଣ୍ଣୟ କରାଯାଏ ଓ ରୋଗୀର ରକ୍ତ, ମଳ ତ‌ଥା ଅସ୍ଥିମଜ୍ଜାରେ ଜୀବାଣୁର ଡିଏନଏ ମିଳିଲେ ବା ରକ୍ତକୁ ଜୀବାଣୁ କଲଚର କରି ଜୀବାଣୁ ମିଳିଲେ ରୋଗ ନିଧାର୍ଯ୍ୟ କରାଯାଏ । [୧][୨] ଜୀବାଣୁ କଲଚର ଏକ କଷ୍ଟସାଧ୍ୟ କାମ । [୨] ଅସ୍ଥିମଜ୍ଜା ପରୀକ୍ଷାହିଁ ସର୍ବୋତ୍ତମ ନିଧାର୍ଯ୍ୟ ପରୀକ୍ଷା । [୫] ଅନେକ ଗୁଡ଼ିଏ ସଂକ୍ରାମକ ରୋଗର ଲକ୍ଷଣ ସ‌ହିତ ଏହାର ସାମଞ୍ଜସ୍ୟ ଅଛି । [୨] ଟାଇଫସ ରୋଗର ଏହା ସ‌ହିତ ସମ୍ପର୍କ ନାହିଁ । [୬]

ପାରାଟାଇଫଏଡ ନିମନ୍ତେ କୌଣସି ଟିକା ନ ଥିଲେ ମଧ୍ୟ ଟାଇଫଏଡ ଟିକା କିଛି ଉପକାର କରିପାରେ । [୧][୩] ଏହାର ପ୍ରତିଷେଧ ନିମନ୍ତେ ବିଶୁଦ୍ଧ ଜଳ ପାନ, ଉନ୍ନତ ପରିମଳ ବ୍ୟବସ୍ଥା ଓ ଭଲଭାବେ ହାତଧୁଆ ଆବଶ୍ୟକ । ଆଜିଥ୍ରୋମାଇସିନ ଭଳି ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯାଏ । ପୂର୍ବରୁ ଦିଆଯାଉଥିବା ଅନେକ କାର୍ଯ୍ୟକ୍ଷମ ଆଣ୍ଟିବାୟୋଟିକ ପ୍ରତି ସମୟକ୍ରମେ ପ୍ରତିରୋଧ ଶକ୍ତି ହୋଇଯାଇଛି । [୧]

ବାର୍ଷିକ ୬ ନିୟୁତ ଲୋକ ପାରାଟାଇଫଏଡ ରୋଗରେ ଆକ୍ରାନ୍ତ ହୁଅନ୍ତି । [୧] ଏସିଆର ଅନେକ ସ୍ଥାନରେ ଏହା ସାଧାରଣତଃ ଏହି ରୋଗ ହୁଏ କିନ୍ତୁ ବିକଶିତ ଦେଶମାନଙ୍କରେ କ୍ୱଚିତ ଦେଖାଯାଏ । [୧][୩] ପାରାଟାଇଫି ବି ଓ ସି ଅପେକ୍ଷା ପାରାଟାଇଫି ଏ ଅଧିକ ହୁଏ । [୨] ସନ ୧୯୯୦ରେ ଏହି ରୋଗରେ ମୃତ୍ୟୁ ସଂଖ୍ୟା ୫୪,୦୦୦ ଥିବାବେଳେ ସନ ୨୦୧୩ରେ ଏହି କମିଯାଏ ୫୪,୦୦୦ ହୋଇଥିଲା । [୭] ଚିକିତ୍ସା ନ ପାଇଲେ ମୃତ୍ୟୁ ସଙ୍କଟ ୧୦ରୁ ୧୫ % ହୁଏ, ଚିକତ୍ସା ପାଇଲେ ୧ %ରୁ କମ ମୃତ୍ୟୁ ହୁଏ । [୨]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ Anna E. Newton (2014). "3 Infectious Diseases Related To Travel". CDC health information for international travel 2014 : the yellow book. ISBN 9780199948499.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Alan J. Magill (2013). Hunter's tropical medicine and emerging infectious diseases (9th ed.). London: Saunders/Elsevier. pp. 568–572. ISBN 9781455740437.
  3. ୩.୦ ୩.୧ ୩.୨ ୩.୩ Jeremy Hawker (2012). "3.56". Communicable disease control and health protection handbook (3rd ed.). Chichester, West Sussex, UK: Wiley-Blackwell. ISBN 9781444346947.
  4. Wain, J; Hendriksen, RS; Mikoleit, ML; Keddy, KH; Ochiai, RL (21 March 2015). "Typhoid fever". Lancet. 385 (9973): 1136–45. doi:10.1016/s0140-6736(13)62708-7. PMID 25458731.
  5. ୫.୦ ୫.୧ Crump, JA; Mintz, ED (15 January 2010). "Global trends in typhoid and paratyphoid Fever". Clinical infectious diseases : an official publication of the Infectious Diseases Society of America. 50 (2): 241–6. doi:10.1086/649541. PMID 20014951.
  6. Cunha BA (March 2004). "Osler on typhoid fever: differentiating typhoid from typhus and malaria". Infect. Dis. Clin. North Am. 18 (1): 111–25. doi:10.1016/S0891-5520(03)00094-1. PMID 15081508.
  7. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)