ଜେବପେ ହେଉଛି ଏକ ମୋବାଇଲ ଆପ ଭିତିକ ଭାରତୀୟ ବିଟକଏନ କିଣା ବିକା କରିବା ସେବା । ଯାହାର ମୁଖ୍ୟ କାର୍ଯ୍ୟାଳୟ ସିଙ୍ଗାପୁରରେ ଏବଂ ଇନ୍ଫୋର୍ମେସଁ ଟେକ୍ନୋଲୋଜି କାର୍ଯ୍ୟାଳୟଟି ଗୁଜରାଟର ଅହମଡ଼ାବାଦଠାରେ ରହି ଅଛି ।

ଜେବପେ
TypeBitcoin Wallet
ପ୍ରତିଷ୍ଠାତାMahin Gupta, Saurabh Agrawal and Sandeep Goenka
ମୂଖ୍ୟସ୍ଥାନSingapore
ସେବା (ଅର୍ଥକରୀ)Bitcoin Wallet App
ବେବସାଇଟzebpay.com

ଏହି କମ୍ପାନୀଟି ପ୍ରଥମ କରି ମହୀନ ଗୁପ୍ତାଙ୍କଦ୍ୱାରା ୨୦୧୨ ମସିହାର ଶେଷ ବେଳକୁ Buysellbitco.in ନାମରେ ଆରମ୍ଭ କରାଯାଇଥିଲା ଏବଂ ଏହା ଭାରତରେ ଆରମ୍ଭ ହୋଇଥିବା ପ୍ରଥମ ବିଟକଏନ ସେବା ଥିଲା । ପରବର୍ତ୍ତୀ କାଳରେ ସେପ୍ଟେମ୍ବର ୨୦୧୪ ମସିହାରେ ଏହାର ନାମକୁ ବଦଳାଇ ଜେବପେ ରଖା ଯାଇଥିଲା ।

ଜେବପେ ଭାରତରେ ନିଜର ମୋବାଇଲ ଭିତିକ ବିଟକଏନ ବିନିମୟ ସେବାଦ୍ୱାରା ବହୁତ ଆଦୃତ ହୋଇଛି । ଏହାର ମୋବାଇଲ ନମ୍ବର ଭିତିକ ବିନିମୟ ସେବାଦ୍ୱାରା କୌଣସି ଅସୁବିଧାରେ ଖୁବ କମ ସମୟ ମଧ୍ୟରେ ବିଟକଏନର ବିନିମୟ ହୋଇ ଯାଏ ।

୨୦୧୪ ମସିହାରେ ଜେବପେ ଲା ସ ଭେଗାସ କଏନ ଏଜେଣ୍ଡା ସମ୍ମିଳନୀରେ, ସର୍ବୋତ୍ତମ ନୂଆ ବିଟକଏନ ସେବା ହେବାର ସୁନାମ ଅର୍ଜନ କରିଥିଲେ ।