ଗେଣ୍ଡୁ ଏକ ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ। ଏହା ଏକ ସୁନ୍ଦର ଫୁଲ ଭାବେ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ନରମ, ପତ୍ର ଗୁଡ଼ିକ ସରୁସରୁ, ଫୁଲ ମୁଖ୍ୟତଃ ହଳଦିଆ ଓ ଲାଲ ରଙ୍ଗର। ଏହା ଅତି ବେଶୀରେ ଏକ ମିଟର ଯାଏ ବଢ଼ିଥାଏ।

ଗେଣ୍ଡୁଫୁଲ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Asterales
କୁଳ: Asteraceae
ପ୍ରଜାତି: Tagetes
ଜାତି: T. erecta
ବାଇନୋମିଆଲ ନାମ
Tagetes erecta

ବିବିଧ ଭାଷାରେ ନାମ ସମ୍ପାଦନା

ଭାଷା ନାମ
ଓଡ଼ିଆ ଗେଣ୍ଡୁ
ସଂସ୍କୃତ ସନ୍ଦୁ
ହିନ୍ଦୀ ଗେନ୍ଦା
ଗୁଜରାଟୀ Guljharo
ତାମିଲ Tulukka samandi
ତେଲୁଗୁ Bantichettu
ବଙ୍ଗଳା Genda
ମରାଠି Zendu
ମାଲୟାଲମ Chendumalli
ବର୍ମିଜ Htat-ta-yar pan
English Marigold

ବ୍ୟବହାର ସମ୍ପାଦନା

ଔଷଧୀୟ ସମ୍ପାଦନା

ଏହାର ସର୍ବାଙ୍ଗ ଔଷଧୀୟ ଉପଯୋଗରେ ଆସିଥାଏ।

  • ଏହା ଛାତିର ଯନ୍ତ୍ରଣାରେ ଗୁଣକାରୀ
  • ମନର ଉଦ୍ୱିଗ୍ନତାକୁ ଦୂର କରେ
  • ଶରୀରରୁ କୃମି ଦୂର କରିଥାଏ
  • ରକ୍ତ ଶୋଧକ
  • ଆଣ୍ଠୁ ଗଣ୍ଠି ଦରଜରେ ଅତି ଗୁଣକାରୀ, ଥଣ୍ଡା-ସର୍ଦ୍ଦି, ଆନ୍ତରିକ କ୍ଷତ, ଆଖି ଓ ଜରାୟୁ ରୋଗ ଆଦିରେ ଉପକାରୀ
  • ଘାଆ, ବଥ ଓ ଚର୍ମର ନାନାଦି ବିକାର ଦୂରକରେ
  • କାନ ଟଣାରେ ଉପକାରୀ
  • ମୃଦୁ ବିରେଚକ

ଅନ୍ୟାନ୍ୟ ସମ୍ପାଦନା

  • ଗେଣ୍ଡୁ ଏକ ଭଲ ଫୁଲ। ଦିଅଁଙ୍କୁ ଚଢାଯାଏ, ବିବାହ-ବ୍ରତ ଆଦି କର୍ମରେ ଓ ବିଭିନ୍ନ ସାମାଜିକ ପର୍ବ ପର୍ବାଣିରେ ସାଜ ସଜ୍ଜାରେ ଏହାର ବହୁଳ ବ୍ୟବହାର ହୋଇଥାଏ।

ବାହାର ଆଧାର ସମ୍ପାଦନା

  • Plants That Heal by Dr. J C Kurian, Oriental Watchman Publishing House, Pune, India