ଖୁସି ଯୋଜନା ହେଉଛି ଓଡ଼ିଶା ସରକାରଙ୍କଦ୍ୱାରା ପରିଚାଳିତ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ ବିଷୟ ଉପରେ ଏକ ପୋଗ୍ରାମ୍‌ ।[୧] ଏହାର ମୂଳ ଲକ୍ଷ୍ୟ ହେଲା କିଶୋରୀମାନଙ୍କୁ ମାଗଣାରେ ସାନିଟାରି ନାପକିନ୍‌ସ ଯୋଗାଇଦେବା। ଏହି ଯୋଜନାଟି ଫେବୃଆରି ୨୬ ତାରିଖ,୨୦୧୮ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ଉନ୍ମୋଚିତ ହୋଇଥିଲା। ଓଡ଼ିଶା ସରକାର ଏହି ଯୋଜନା ବାବଦରେ ୭୦ କୋଟି ଟଙ୍କା ବ୍ୟୟ କରିବେ।

ଯୋଜନା ବାବଦରେ ସମ୍ପାଦନା

ଏହି ଯୋଜନାଦ୍ୱାରା ୧୭ ଲକ୍ଷ ଛାତ୍ରୀ ଉପକୃତ ହୋଇଛନ୍ତି। ଏହି ଯୋଜନାଦ୍ୱାରା ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରୀମାନଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍‌ ଯୋଗାଇ ଦିଆଯିବ। [୨]ପିରିଅଡ୍‌ସ ସମୟରେ ଝିଅମାନେ ସାଧାରଣତଃ ସ୍କୁଲ୍‌ ଯାଇନଥାନ୍ତି। ନିଜେ ମଧ୍ୟ ପରିଚ୍ଛନ ରହିନଥାନ୍ତି। ସରକାରଙ୍କ ଏହି ପଦକ୍ଷେପଦ୍ୱାରା ସେମାନେ କିପରି ହାଇଜେନିକ ରହିବେ,କିପରି ପରିଷ୍କାର ରହିବେ ସେହି ବିଷୟରେ ଧ୍ୟାନ ଦିଆଯାଇଛି। [୩]ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଏହି ଯୋଜନା ମାଧ୍ୟମରେ କିଶୋରୀମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ବୃଦ୍ଧି ହେବ ଏବଂ ମହିଳା ସଶକ୍ତୀକରଣ ଅଗ୍ରସର ହେବ। ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଗ୍ରାମାଞ୍ଚାଳରେ ଆଶାକର୍ମୀଙ୍କ ସହାୟତାରେ ରିହାତି ଦରରେ ମହିଳାମାନଙ୍କୁ ମାଗଣାରେ ସାନିଟାରି ପ୍ୟାଡ୍‌ ଯୋଗାଇ ଦିଆଯିବ। ଏହି ଯୋଜନାଟି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟଦ୍ୱାରା କାର୍ଯ୍ୟନ୍ୱିତ ହୋଇଛି। ଏହି ଯୋଜନା ବ୍ୟତୀତ ସରକାର ମହିଳାମାନଙ୍କ ପାଇଁ ମିଶନ ଶକ୍ତି ଓ ମମତା ନାମରେ ଦୁଇଟି ଯୋଜନା ପ୍ରଣୟନ କରିଛନ୍ତି।

ଆଧାର ସମ୍ପାଦନା

  1. "Odisha govt to give free pads to schoolgirls, names campaign 'Khushi'". India Today. 27 February 2018. {{cite news}}: Cite has empty unknown parameter: |dead-url= (help)
  2. "Odisha Launches Scheme To Provide Free Sanitary Pads To 17 Lakh Students". NDTV. 26 February 2018. {{cite news}}: Cite has empty unknown parameter: |dead-url= (help)
  3. "Odisha launches 'Khushi' to provide free sanitary napkins". Business Standard. 26 February 2018. {{cite news}}: Cite has empty unknown parameter: |dead-url= (help)