କିଶନ ପଟ୍ଟନାୟକ
କିଶନ ପଟ୍ଟନାୟକ(୩୦ ଜୁନ ୧୯୩୦ - ୨୭ ସେପ୍ଟେମ୍ବର ୨୦୦୪), ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଲେଖକ, କର୍ମକର୍ତ୍ତା । ସେ ୩ୟ ଲୋକ ସଭା ନିର୍ବାଚନରେ ସମ୍ବଲପୁରରୁ ପ୍ରଜା ସୋସୋଲିଷ୍ଟ ଦଳ ତରଫରୁ ନିର୍ବାଚନ ଲଢ଼ି ବିଜୟ ହୋଇଥିଲେ ।[୩] ସେ ସାମୟିକ ବାର୍ତ୍ତା ନାମକ ଏକ ମାସିକ ହିନ୍ଦୀ ପତ୍ରିକାର ଶୁଭାରମ୍ଭ କରିଥିଲେ ଏବଂ ସମ୍ପାଦନା କରିଥିଲେ ।
କିଶନ ପଟ୍ଟନାୟକ | |
---|---|
ସାଂସଦ: ୩ୟ ଲୋକ ସଭା | |
କାର୍ଯ୍ୟକାଳ ୧୯୬୨ – ୧୯୬୭ | |
ପୂର୍ବ ଅଧିକାରୀ | ବନମାଳୀ ବାବୁ |
ପର ଅଧିକାରୀ | ଶ୍ରଦ୍ଧାକର ସୂପକାର |
ନିର୍ବାଚନ ମଣ୍ଡଳୀ | ସମ୍ବଲପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | କିଶନ ପଟ୍ଟନାୟକ ୩୦ ଜୁନ ୧୯୩୦ ଭବାନୀପାଟଣା, କଳାହାଣ୍ଡି, ବ୍ରିଟିଶ ଭାରତ |
ମୃତ୍ୟୁ | ୨୭ ସେପ୍ଟେମ୍ବର ୨୦୦୪[୧] ଭୁବନେଶ୍ୱର | (ବୟସ ୭୪)
ରାଜନୀତିକ ଦଳ | ପ୍ରଜା ସୋସୋଲିଷ୍ଟ ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସମାଜବାଦୀ ଜନ ପରିସଦ[୨] |
ଜୀବନ ସାଥୀ | ବାଣୀ ମଞ୍ଜରୀ ଦାସ |
ଶିକ୍ଷାନୁଷ୍ଠାନ | ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ |
ପେଷା | ସମାଜସେବୀ, ରାଜନେତା |
ପ୍ରାରମ୍ଭିକ ଜୀବନ ସମ୍ପାଦନା
କିଶନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲାର କାଶିପୁରଠାରେ ଜନ୍ମଗ୍ରହଣ କରିଥିଲେ । ଏହି ସ୍ଥାନଟି ଜଙ୍ଗଲଦ୍ୱାରା ପରିବେଷ୍ଟିତ । ଛୋଟବେଳେ ସେ ତାଟିଘେରା ନାମକ ଏକ ବିଦ୍ୟାଳୟରେ ଯୋଗ ଦେଇଥିଲ, ଯେଉଁଠାରେ ତାଙ୍କର ବାପା ଜଣେ ଶିକ୍ଷକ ରୂପେ କାର୍ଯ୍ୟ କରୁଥିଲେ । ୧୯୪୬ ମସିହାରେ ସେ ବଲାଙ୍ଗୀରର ରାଜେନ୍ଦ୍ର କଲେଜରେ ଯୋଗ ଦେଇଥିଲେ । ଏହାପୂର୍ବରୁ ସେ ଭବାନୀପାଟଣାଠାର ତାଙ୍କର ମାମୁଁଘରେ ରହି ସ୍କୁଲରେ ପଢ଼ୁଥିଲେ । ଏହାପରେ ସେ ନାଗପୁରର ଏକ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ୧୯୫୧ ମସିହାରେ ସେ ପୁଣିଥରେ ଭବାନୀପାଟଣା ଫେରିଥିଲେ ଏବଂ ବ୍ରଜ ମୋହନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିବା ଆରମ୍ଭ କରିଥିଲେ ।[୪]
ସମାଜସେବା ସମ୍ପାଦନା
କଳାହାଣ୍ଡି ଜିଲ୍ଲାରେ ଅନାହାରରେ ଅନେକ ମୃତ୍ୟ ହେବାପରେ କିଶନ ପଟ୍ଟନାୟକ ୧୯୮୯ ମସିହାରେ ଓଡ଼ିଶା ସରକାରଙ୍କ ଉପରେ ଏକ ମକୋଦ୍ଦମା କରିଥିଲେ ।[୧]
ରାଜନୀତି ସମ୍ପାଦନା
୧୯୬୨ ମସିହାରେ ମାତ୍ର ୨୭ ବର୍ଷ ବୟସରେ କିଶନ ପଟ୍ଟନାୟକ କିଶନ ପଟ୍ଟନାୟକ ସମ୍ବଲପୁରରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସେ ଥିଲେ ସର୍ବକନିଷ୍ଠ ଲୋକ ସଭା ସଭ୍ୟ ।[୫]
ଆଧାର ସମ୍ପାଦନା
- ↑ ୧.୦ ୧.୧ "Politics of a different place". www.indianexpress.com. Retrieved 18 August 2018.
- ↑ Nayak, Bhabani Shankar (2007). Nationalizing Crises: The Political Economy of Public Policy in Contemporary India (in ଇଂରାଜୀ). Atlantic Publishers & Dist. ISBN 9788126904815. Retrieved 18 August 2018.
- ↑ "Assembly Constituencies - Corresponding Districts and Parliamentary Constituencies of Orissa" (PDF). Election Commission of India. Archived from the original (PDF) on 4 March 2009. Retrieved 2008-09-20.
- ↑ Smrutira Sunila Sarasi. Collection of articles. 2005 Bikalpa Prakashan, Bargarh. pp.2,3
- ↑ Krishna, Ananth V. (2011). India Since Independence: Making Sense Of Indian Politics (in ଇଂରାଜୀ). Pearson Education India. ISBN 9788131734650.