କାଠ ଡିମ୍ବିରି ବା କାକୋଦୁମ୍ବର (Ficus hispidia Linn. f.), କୁଳ (family): ବଟ (ଅର୍ଟିକସି/ Urticaceae) ଏକ ଗୁଳ୍ମ କିମ୍ବା ଛୋଟ ଗଛ ।

କାଠ ଡିମ୍ବିରି
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Rosales
କୁଳ: Moraceae
ପ୍ରଜାତି: Ficus
ଜାତି: F. hispida
ବାଇନୋମିଆଲ ନାମ
Ficus hispida
Synonyms

Ficus oppositifolia Roxb.

କାଠ ଡିମ୍ବିରି (Ficus hispidia)

ଉଦ୍ଭିଦ ସ୍ୱରୂପ ବର୍ଣ୍ଣନା ସମ୍ପାଦନା

  • ଶାଖା: ରୋମଶ, ଦୁଇ ପବ (Nodes) ମଧ୍ୟ ଭାଗ ଫମ୍ପା ଥାଏ ।
  • ପତ୍ର: ଅଭିମୁଖ, ନଟୁଆକାର (ଆୟତାକାର କିମ୍ବା ଅଭିନଟୁଆକାର), ୪-୯ ଇଞ୍ଚ ଲମ୍ବା,୪ଇଞ୍ଚ ଚଉଡ଼ା, ଉପର ପାର୍ଶ୍ୱରେ ଖଦଡ଼ା ତଳ ଭାଗ ରୋମଶ l
ପତ୍ରାଧାର: ପାଞ୍ଚ ସିରାଯୁକ୍ତ ହୃଦୟାକାର କିମ୍ବା ଗୋଲାକାର ।
  • ଫଳ: ଗୋଲ, ରୋମଶ, କାଣ୍ଡ ଏବଂ ପତ୍ରହୀନ ଶାଖାଗୁଡ଼ିକ ଉପରେ ମଞ୍ଜରୀସମୂହରେ ପେନ୍ଥା ପେନ୍ଥା ହୋଇ ଲାଗିଥାଏ । ଏହା ପାଚିଲା ପରେ ହଳଦିଆ ରଙ୍ଗର ହୋଇଯାଏ । ଏହା ଶୀଘ୍ର ବଢ଼ିପାରୁଥିବା ଏକ ଗଛ । ୨-୩ବର୍ଷ ମଧ୍ୟରେ ଏହା ଫଳିବା ଆରମ୍ଭ ହୋଇଯାଇ ଥାଏ । ଗ୍ରୀଷ୍ମରୁ ଶରତ ଋତୁ ଯାଏଁ ଫୁଲ ଆସିଥାଏ ।

ରାସାୟନିକ ସଂଘଟନ ସମ୍ପାଦନା

  • ବୃକ୍ଷଛାଲଟାନିନ (Tannin), ଗ୍ଳୁକୋଷାଇଡ, ମହମ(wax), ସାପୋନିନ(sapponin), ଫ୍ଲାଭୋନୋଇଡ଼(Flavonoids), ଟ୍ରାଇଟେର୍ପୀନୋଇଡ(Triterpenoides) ଆଦି ମହଜୁଦ ଥାଏ ।
  • ଉଡ଼ଣଶୀଳ ତୈଳ: ଲିନାଲୁଲ, ଆଲଫା- ଲିନାଲୁଲ, ଲିନାଲୁଲ-ଅକ୍ସlଇଡ଼୍, ଆଲ୍ଫା-ଟେର୍ପିନିଏଲ
  • ଖଣିଜ ଲବଣ ତତ୍ତ୍ୱ: ପଟାସିଅମ, କ୍ୟାଲସିଅମ, ସୋଡ଼ିଅମ, ଫସଫରସ ,ଲୌହ‍‍(ଆଇରନ), ଦସ୍ତା(ଜିଙ୍କ), ତମ୍ବା(କପର) ଏବଂ ଆହୁରି ଅନେକ

ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ ସମ୍ପାଦନା

ପ୍ରାଦେଶିକ ଭାଷା ନାମ
ଓଡ଼ିଆ କାଠଡିମ୍ବିରି
ସଂସ୍କୃତ ଫଲ୍ଗୁ, ମଳୟୂ, ଜଘନେଫଳା, ମୂଳକର୍କଟୀ, ଶ୍ୱିତ୍ରଭୈଷଜ୍ୟ, କାଷ୍ଠୋଦୁମ୍ବର
ଗୁଜରାଟୀ ଢେଡଡମ୍ବରୋ
ହିନ୍ଦୀ କଠୁମର
ବଙ୍ଗଳା କାକଡୁମ୍ବର
ମରାଠି ଭୁଈ ଡମ୍ବର,ବୋଖାଡ଼ା
ତାମିଲ କଟ୍ଟୁ-ଆଠ୍ଠୀଠ୍
ତେଲୁଗୁ ଅଦାବି- ଆଠ୍ଠୀଠ୍
କନ୍ନଡ଼ କାଡ- ଆଠ୍ଠୀଠ୍
ମାଲୟାଲମ ଏରୁମାନ୍ନାକ୍କୁ, ପାରକମ
କୋଙ୍କଣୀ ଖର୍ବୋଟୀ
 
ଡିମ୍ବିରି (Ficus hispidia)

ଅନ୍ୟ ଭାଷାରେ ନାମ ସମ୍ପାଦନା

ଭାଷା ନାମ
ଇଂରାଜୀ ହେୟାରି ଫିଗ(Hairy fig)
ନେପାଳୀ କୋଥୟା ଡୁମାରୀ
ଫ୍ରେଞ୍ଚ ଫିଗୁଏର ହିସ୍ପିଡେ(Figuier hispide)
ଆରବୀ ତୀନ ବର୍ରୀ
ଫରାସୀ ଅଞ୍ଜିରଦସ୍ତି
ଲାଟିନ Ficus hispidia Linn.f.

ଆଧୁନିକ ଚିକିତ୍ସାବିଜ୍ଞାନ ଗବେଷଣା ଜନିତ ତଥ୍ୟ ସମ୍ପାଦନା

ଆଧୁନିକ ଚିକିତ୍ସାବିଜ୍ଞାନ ପ୍ରମାଣିତ ତଥ୍ୟ ଅନୁଯାୟୀ ଡିମ୍ବିରି ପତ୍ରରେ ହୃଦୟ ରୋଗ ପ୍ରତିରୋଧି ତତ୍ତ୍ୱ, ମଧୁମେହ ଆରୋଗ୍ୟକାରୀ ତତ୍ତ୍ୱ, ଆମାଶୟ, କ୍ଷୁଦ୍ରାନ୍ତ, ବୃହଦନ୍ତ୍ର ବ୍ରଣ(ulcer), ବାହ୍ୟ ବ୍ରଣ ଆରୋଗ୍ୟକାରି ତତ୍ତ୍ୱ ରହିଛି ଓ ଏହି ବୃକ୍ଷରୁ ଅନେକ ଉପଯୁକ୍ତ ଚିକିତ୍ସା ଉପଯୁକ୍ତ ରସାୟନ ଆହରଣ କରାଯାଇ ପାରେ ।

ଏହି ବୃକ୍ଷ ଛାଲି ଏବଂ ପତ୍ରରେ ଯକୃତ, ପ୍ଳିହା ବିକୃତି ଜନିତ ରୋଗ ଉପଶମକାରି ତତ୍ତ୍ୱ ରହିଥିବାର ପ୍ରମାଣ ପ୍ରତିପାଦିତ ହୋଇସାରିଛି । ଗବେଷଣାଗାର ପରୀକ୍ଷାରୁ ଜଣା ପଡ଼ିଛି ଯେ ଏଥିରେ ପ୍ରାୟତଃ ସମସ୍ତ ପ୍ରକାର ପେଟ କୃମି ସଂକ୍ରମଣକୁ ମାରିବାର କ୍ଷମତା ରହିଛି । ଏହାର ଫଳ, ପତ୍ର, ତ୍ୱକ,ଚେରରେ ପ୍ରଚୁର ଜାରଣବିରୋଧି (antioxidant) ଜୀବନଉଦ୍ଧିପ୍ତକାରୀ(vitamins) ତତ୍ତ୍ୱ ଭରପୁର ରହିଛି ।

ଜୀବାଣୁ ବିରୋଧୀ ତତ୍ତ୍ୱ ସମ୍ପାଦନା

  • ବାସିଲସ୍ ସବଟିଲିସ୍, ଇ.କୋଲାଇ, ଶିଉଡୋମୋନସ୍ ଏଉରିଜିନୋସା, ଷ୍ଟଫଇଲୋକୋକସ୍ ଅଉରିଅସ୍ ଇତ୍ୟାଦି ଜୀବାଣୁ ବିରୋଧରେ ଏହାର ପତ୍ର ରସାୟନ କାର୍ଯ୍ୟ କରିଥାଏ ।

ଆୟୁର୍ବେଦ ଶାସ୍ତ୍ର ମତାନୁସାରେ ଗୁଣ ସମ୍ପାଦନା

ଗୁଣ ରୁକ୍ଷ/ଲଘୁ
ରସ ତିକ୍ତ, କଷା
ବିପାକ କଟୁ
ବୀର୍ଜ୍ୟ ଶିତ

ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ଏହାର ବହୁଳ ପ୍ରୟୋଗ ବର୍ଣ୍ଣନା କରାଯାଇଛି । ଏହାର ଚେର ଛାଲିକୁ ଶ୍ୱିତ୍ର (leucoderma) ଏବଂ ଅନ୍ୟାନ୍ୟ ଚର୍ମରୋଗରେ ବାହ୍ୟ ପ୍ରୟୋଗ କରାଯାଇଥାଏ । ଏହାର ଫଳ କ୍ୱାଥ ଏବଂ ତ୍ୱକ ଚୂର୍ଣ୍ଣ ଅର୍ଶ, ଅନାହ, କାମଳ(jaundice) ଓ ଅନ୍ୟାନ୍ୟ ଉଦର ରୋଗରେ ପିତ୍ତସାରକ, ରେଚକ ହିସାବରେ ଉପଯୋଗ କରାଯାଇଥାଏ । ରକ୍ତବିକାରରେ ତଥା ଶୋଥ ରୋଗରେ ପକ୍ୱ ଫଳରସ କିମ୍ବା କ୍ୱାଥ ଦିଆଯାଏ । ପ୍ରସୂତୀ ସ୍ତ୍ରୀମାନଙ୍କୁ ସ୍ତନ୍ୟକ୍ଷୀର ବୃଦ୍ଧି ନିମନ୍ତେ ଦିଆଯାଇ ଥାଏ ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା

  • Song Q, Yang D, Zhang G, Yang C.J Chem Ecol. 2001 Oct;27(10):1929-42. Volatiles from Ficus hispida and their attractiveness to fig wasps
  • D. Sivaraman* and P. Muralidharan ;- Anti-ulcerogenic evaluation of root extract of Ficus hispida Linn. in aspirin ulcerated rats—African Journal of Pharmacy and Pharmacology, Vol. 4(2) pp. 079–082, February 2010 Available online http://www.academicjournals.org/ajpp ISSN 1996-0816 © 2010 Academic Journals
  • ଦ୍ରବ୍ୟଗୁଣ ବିଜ୍ଞାନ –ପ୍ରିୟବ୍ରତ ଶର୍ମା