[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କଳାହାଣ୍ଡି ରାଜ୍ୟ
Flag of {{{official_name}}}
Location of {{{official_name}}}
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)
View of the royal palace of the Kalahandi Rajas in Bhawanipatna

କଳାହାଣ୍ଡି ରାଜ୍ୟ  (ଓଡ଼ିଆ: କଳାହାଣ୍ଡି; ହିନ୍ଦୀ : कालाहंडी), କାରୋଣ୍ଡ ରାଜ୍ୟ ନାମ ମଧ୍ୟ ପରିଚିତ, ବ୍ରିଟିଶ ଶାସନ ସମୟରେ ଏକ ଗଡଜାତ ରାଜ୍ୟ ଥିଲା । ଏହା ୧୮୭୪ [୧]ମସିହାରେ ଏକ ରାଜ୍ୟ ହିସାବରେ ମାନ୍ୟତା ପାଇଥିଲା । ଏହାର ରାଜଧାନୀ ଭବାନୀପାଟଣାଠାରେ ଥିଲା । ଏହାର ଶେଷ ଶାସକ ଏହାକୁ ୧ ଜାନୁୟାରୀ , ୧୯୪୮ରେ ଭାରତୀୟ ରାଜ୍ୟସଙ୍ଘକୁ ସମର୍ପଣ କରିଥିଲେ । ବର୍ତ୍ତମାନ ଏହା ଓଡ଼ିଶା ରାଜ୍ୟର ଅନ୍ତର୍ଭୁକ୍ତ ।

ଇତିହାସ  ସମ୍ପାଦନା

କଳାହାଣ୍ଡି ଓଡ଼ିଶାରେ ଥିବା ୨୬ଟି ଅଧୀନ ରାଜ୍ୟ ମଧ୍ୟରୁ ସର୍ବବୃହତ ଥିଲା । ଲୋକବାଦ ଅନୁସାରେ ନାଗ ବଂଶର ରାଜା ରଘୁନାଥ ରାଇ ଏହି ଅଞ୍ଚଳକୁ ପ୍ରଥମେ ୧୦୦୫ ମସିହାରୁ ରାଜୁତି କରୁଥିଲେ । ଏଥିପାଇଁ ରାଜ୍ୟର ପତାକାରେ ଦୁଇଟି ନାଗ ସାପ ପରସ୍ପରକୁ ସାମ୍ନା କରିଥିବାର ଚିତ୍ର ରହିଥାଏ । [୨]

ଅଗଷ୍ଟ ୧୯୪୭ରେ କଳାହାଣ୍ଡି ରାଜପୁରଠାରେ ଗଠିତ ହେଇଥିବା ପୂର୍ବାଞ୍ଚଳ ରାଜ୍ୟ ସମୂହର ଏକ ଅଂଶ ହେଲା । ଏହି ସଂଗଠନ ଓଡ଼ିଶା ଓ ଛତିଶଗଡ଼ର ଅନେକ ରାଜକୀୟ ରାଜ୍ୟ ରହିଥିଲେ । ଏହି ସଂଗଠନକୁ ୧୯୪୮[୩]ରେ ଭଗ୍ନ କରାଗଲା । ପୂର୍ବତନ କଳାହାଣ୍ଡି ରାଜକୀୟ ରାଜ୍ୟ ଅବିଭକ୍ତ କଳାହାଣ୍ଡି ଜିଲ୍ଲା ନାମରେ ଥିଲା । ପରେ ତାହାକୁ ଭାଙ୍ଗି ୪ଟି ଜିଲ୍ଲାରେ ପରିଣତ କରାଗଲା । 

ଶାସକ ସମୂହ  ସମ୍ପାଦନା

କଳାହାଣ୍ଡି ରାଜକୀୟ ରାଜ୍ୟରେ ନାଗବଂଶୀ ରାଜପୁତ[୪] ରାଜାମାନେ ଶାସନ କରୁଥିଲେ । [୫]

  • ୧୦୦୫ - ୧୦୪୦ ରଘୁନାଥ ରାଇ 
  • .......... (୨୦ ରାଜାଗଣ )
  • ୧୬୯୩ - ୧୭୨୧ ଯୁଗଶୟ ଦେଓ
  • ୧୭୨୧ - ୧୭୪୭ ଖଡଗ ରାୟ ଦେଓ
  • ୧୭୪୭ - ୧୭୭୧ ରାଇସିଙ୍ଘ ଦେଇ III
  • ୧୭୭୧ - ୧୭୯୬ ପୁରୁଷୋତ୍ତମ ଦେଓ ଯୁଗଶୟ ଦେଓ IV
  • ୧୯୩୧ - ୧୮୫୩ ଫତେ ନ୍ନରାୟଣ ଦେଓ
  • ୧୮୫୩ - ୭ ଅପ୍ରେଲ ୧୮୮୧ ଉଦିତ ପ୍ରତାପ ଦେଓ
  • ୭ ଅପ୍ରେଲ ୧୮୮୧ – ୨୦ ଅକ୍ଟୋବର ୧୮୯୭ ରଘୁ କେଶରୀ ଦେଓ
  • ୨୦ ଅକ୍ଟୋବର ୧୮୯୭ - ୧୯୨୬ ବ୍ରିଜ ମୋହନ ଦେଓ

ପୁନଶ ଦେଖଣା  ସମ୍ପାଦନା

ଆଧାର  ସମ୍ପାଦନା

  1. Indian Princely States
  2. Malleson, G. B. An historical sketch of the native states of India, London 1875, Reprint Delhi 1984
  3. Sadhna Sharma ed.
  4. Rajput Provinces of India - Kalahandi (Princely State)
  5. Kalahandi Princely State (9 gun salute)

ବାହାର ଲିଙ୍କ  ସମ୍ପାଦନା