କଳାବୁଦା

ଭାରତରେ ଗ୍ରାମ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କଳାବୁଦା
ଗ୍ରାମ
କଳାବୁଦା
କଳାବୁଦା
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭାପାଟକୁରା
Area
 • ସମୁଦାୟ3,634 km2 (1,403 sq mi)
Population
 (୨୦୧୧)
 • Total୧୨୦୦
Time zoneIST (+୫.୩୦)
ଡାକ କୋଡ଼
୭୫୪୧୫୩
Area code+୦୬୭୨୭
ଯାନବାହାନ ପଞ୍ଚୀକରଣOD-29

କଳାବୁଦା(Kalabuda) ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ପଞ୍ଚାୟତ ସମିତି ଅଧୀନରେ ଥିବା ଏକ ଗାଁ ଓ ଗ୍ରାମପଞ୍ଚାୟତ ।[୧]

ଭୌଗଳିକ ଅବସ୍ଥିତି ଓ ଜଳବାୟୁ ସମ୍ପାଦନା

ଏହି ଗ୍ରାମଟି କଟକ ସହରଠାରୁ ପ୍ରାୟ ୬୫କି.ମି. ଦୂରରେ ଏବଂ କେନ୍ଦ୍ରାପଡ଼ା ସହରଠାରୁ ପ୍ରାୟ ୧୨କି.ମି. ଦୂରରେ ଅବସ୍ଥିତ । ଗ୍ରାମର ଅବସ୍ଥିତି ଚିତ୍ରୋପ୍ତଳା ନଦୀ କୂଳରେ । କଳାବୁଦା ହେଉଛି ଏକ ଗାଁ ଏବଂ ଗ୍ରାମପଞ୍ଚାୟତ ଯେଉଁଥିରେ କଳାବୁଦା(କ), କଳାବୁଦା(ଖ), କଳାବୁଦା(ଗ), ଅନ୍ଧାଲୋ, ମଇଦିପୁର ଓ ଗୋବିନ୍ଦପୁର ଗ୍ରାମ ଅନ୍ତର୍ଗତ ।[୨] ଗ୍ରାମଟି ଉପକୂଳବର୍ତୀ ଅଞ୍ଚଳରେ ଥିବାରୁ ମଧ୍ୟମ ଧରଣର ଜଳବାୟୁ ଅନୁଭୁତ ହୁଏ ।

କିମ୍ବଦନ୍ତୀ ସମ୍ପାଦନା

ଗ୍ରାମରେ ପୂର୍ବ କାଳରେ ବହୁତ କାରିଗର ଓ କଳାରେ ନିପୁଣ ଲୋକ ରହୁଥିବାରୁ, ଗ୍ରାମର ନାମକରଣ ଏହିଭଳି ହୋଇଛି ବୋଲି ବିଶ୍ୱାସ କରାଯାଏ (କଳାବୁଦା ବା କଳାରେ ପରିପୂର୍ଣ୍ଣ ଥିବା ଏକ ଅଞ୍ଚଳ) । ମାହଳରେ ଥିବା ଜଗନ୍ନାଥ ମନ୍ଦିରର ସ୍ୱର୍ଗଦ୍ୱାର ରୂପେ ଏହି ଗାଁରେ ଥିବା ଶ୍ମଶାନକୁ ଧରିନିଆଯାଇଛି ।

ଦେବଦେବୀ ଓ ମନ୍ଦିର ସମ୍ପାଦନା

ଗାଁର ପୂର୍ବ ଦିଗରେ ଏକ ଶିବ ମନ୍ଦିର ଅଛି ଯାହା କି ଗ୍ରାମର ଏକ ମୁଖ୍ୟ ମନ୍ଦିର ଏବଂ ଆରାଧନା ସ୍ଥଳ । ଏହା ବ୍ୟତୀତ ଏଠାରେ ଜଗନ୍ନାଥ ମନ୍ଦିର, ଶନି ମନ୍ଦିର, ସୂର୍ଯ୍ୟ ମନ୍ଦିର ଅଛି । ଗ୍ରାମର ମଝିରେ ମା ମଙ୍ଗଳା ଗ୍ରାମଦେବତୀ ଭାବେ ପୂଜା ପାଉଛନ୍ତି । ଏହି ଗ୍ରାମରେ ଦୁଇଟି ଆଶ୍ରମ (କହ୍ନେଇ ଗୋସାଇଁ ଏବଂ ଦଧିଚି ମୁନି) ଅଛି ।

ପର୍ବ ପର୍ବାଣି ସମ୍ପାଦନା

ଏହି ଗ୍ରାମରେ ପ୍ରାୟତଃ ସବୁ ପର୍ବପର୍ବାଣି ପାଳନ କରାଯାଏ । ଦଶହରା, ବାରୁଣୀ ମେଳା ଓ ଶନିମେଳା ମୁଖ୍ୟ ପର୍ବ । ଏହି ପର୍ବ ଗୁଡିକରେ ଗାଁକୁ ବହୁ ଦୂରରୁ ଲୋକମାନେ ଆସନ୍ତି ଏବଂ ଗ୍ରାମର ଲୋକମାନଙ୍କ ସହ ମିଶି ପାଳନ କରନ୍ତି । ଏହାଛଡା ଗ୍ରାମରେ ରଥଯାତ୍ରା, ଜାଗର ଓଷା, କାର୍ତିକ ପୁର୍ଣିମା ଏବଂ ଅନ୍ୟାନ୍ୟ ସମସ୍ତ ପର୍ବ ପାଳନ କରାଯାଏ ।

ଜୀବନ ଜୀବିକା ସମ୍ପାଦନା

ଗ୍ରାମର ଅଧିକାଂଶ ଲୋକେ ସରକାରୀ ଚାକିରିଆ । ପୂର୍ବ ଅପେକ୍ଷା ଏବେ ଚାଷ ଉପରେ ନିର୍ଭର କରୁଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗୁଛି । ଗ୍ରାମରେ ପ୍ରାୟ ସବୁ ବର୍ଗର ଲୋକେ ବସବାସ କରନ୍ତି । ଗ୍ରାମର ଅଧିକାଂଶ ପିଲାମାନେ ଏବେ ବାହାରେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡିକରେ ଅଧ୍ୟୟନ ରତ ।

 
ଚିତ୍ରୋପ୍ତଳା ନଦୀର ଅବସ୍ଥିତି କଳାବୁଦା ଗ୍ରାମ ପାଖରେ

ସୁବିଧା ସୁଯୋଗ ସମ୍ପାଦନା

ଏହି ଗ୍ରାମରେ ପ୍ରାଥମିକ, ମାଧ୍ୟମିକ ସହ ଉଚ୍ଚମାଧ୍ୟମିକ ଶିକ୍ଷା ପାଇଁ ବ୍ୟବସ୍ଥା ଅଛି । ଚିକିତ୍ସାଳୟ, ଡାକ ଓ ତାରର ମଧ୍ୟ ସୁବିଧା ଅଛି । ଗ୍ରାମର ଯୁବକ ସଂଘ ଅଛି । ଗ୍ରାମରେ ପକ୍କା ରାସ୍ତା ଅଛି । ପାଖରେ ଚିତ୍ରୋପ୍ତଳା ନଦୀ ଉପରେ ଥିବା ପୋଲଟି ଏ ଅଞ୍ଚଳର ଏକ ମୁଖ୍ୟ ଯୋଗା ଯୋଗ ମାଧ୍ୟମ ।

ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ସମ୍ପାଦନା

ଆଧାର ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା

  • "Kalabuda Village". Onefivenine.com. Retrieved 2014-01-02.