କପିଳ ଚରଣ ସେଠୀ

ଓଡ଼ିଆ ରାଜନୀତିଜ୍ଞ

କପିଳ ଚରଣ ସେଠୀ (୧୮ ଜାନୁଆରୀ ୧୯୨୪ - ୩୧ ଅକ୍ଟୋବର ୨୦୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ପୁରୁଷୋତ୍ତମ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

କପିଳ ଚରଣ ସେଠୀ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀବୈରାଗୀ ଜେନା
ପର ଅଧିକାରୀପୁରୁଷୋତ୍ତମ ସେଠୀ
ନିର୍ବାଚନ ମଣ୍ଡଳୀଭଣ୍ଡାରିପୋଖରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1924-01-18)୧୮ ଜାନୁଆରୀ ୧୯୨୪
ମୃତ୍ୟୁ୩୧ ଅକ୍ଟୋବର ୨୦୧୦(2010-10-31) (ବୟସ ୮୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ବୃତ୍ତିରାଜନୀତିଜ୍ଞ

ଜନ୍ମ ସମ୍ପାଦନା

କପିଳ ଚରଣ ସେଠୀ ୧୯୨୪ ମସିହାର ଜାନୁଆରୀ ମାସ ୧୮ ତାରିଖ ଦିନ ବାଲେଶ୍ୱର ଜିଲ୍ଲାର (ବର୍ତ୍ତମାନ ଭଦ୍ରକ ଜିଲ୍ଲା) ମଞ୍ଜୁରୀରୋଡ଼ ଅଧିନସ୍ଥ ନାଆଁମୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୧]

ରାଜନୈତିକ ଜୀବନ ସମ୍ପାଦନା

କପିଳ ଚରଣ ସେଠୀ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।

୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜନତା ଦଳର ପ୍ରତିନିଧି ଭାବରେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୨] ଏହି ନିର୍ବାଚନରେ ସମୁଦାୟ ୩୬,୮୭୯ ଜଣ ମତଦାନ କରିଥିଲେ ।[୩] କପିଳ ଚରଣ ସେଠୀ ସମୁଦାୟ ୨୦,୬୮୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪][୫] ଏହି ନିର୍ବାଚରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଅର୍ଜୁନ ଚରଣ ସେଠୀ ସମୁଦାୟ ୯,୩୪୦ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ଥିଲେ ।[୩] ଏହି ବିଧାନ ସଭାରେ ସେ ୧୯୭୭ ମସିହାରୁ ୧୯୮୦ ମସିହାରେ ବିଧାନ ସଭା ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ ସମ୍ପାଦନା

କପିଳ ଚରଣ ସେଠୀ ୨୦୧୦ ମସିହାର ଅକ୍ଟୋବର ମାସ ୩୧ ତାରିଖ ଦିନ ମୃତ୍ୟୁବରଣ କରିଥିଲେ ।[୬] ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ୨୩ ନଭମ୍ବର ୨୦୧୦ରେ ଓଡ଼ିଶା ବିଧାନ ସଭାରେ ତାଙ୍କ ପାଇଁ ଶୋକ ପାଳନ କରାଯାଇଥିଲା ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Late Kapil Charan Sethi". odishaassembly.nic.in. Odisha Assembly. Retrieved 9 April 2019.
  2. "MLA Kapil Charan Sethi Profile | BHANDARIPOKHARI Constituency". odishahelpline.com. Retrieved 2019-04-09.
  3. ୩.୦ ୩.୧ "Bhandaripokhari Assembly Constituency Election Result - Legislative Assembly Constituency". resultuniversity.com. Retrieved 2019-04-09.
  4. "Orissa Assembly Election Results in 1977". www.elections.in. Retrieved 2019-04-09.
  5. "Bhandaripokhari Assembly Constituency Election Result - Legislative Assembly Constituency". resultuniversity.com. Retrieved 2019-04-09.
  6. "MLA Kapil Charan Sethi Profile | BHANDARIPOKHARI Constituency". naveenpatnaik.com. Archived from the original on 2019-04-04. Retrieved 2019-04-09.