ଇଶା ବସନ୍ତ ଯୋଶୀ

ଭାରତୀୟ ଲେଖିକା

ଈଶା ବସନ୍ତ ଯୋଶୀ (ଜନ୍ମ ଈଶା ବସନ୍ତ ମୁକୁନ୍ଦ; ୩୧ ଡିସେମ୍ବର ୧୯୦୮, ମୃତ୍ୟୁ ଅଜଣା) ଜଣେ ଭାରତୀୟ ଲେଖିକା । ସେ ଏଶା ଯୋଶୀ ନାମରେ ବ‌ହି ପ୍ରକାଶ କରୁଥିଲେ । ସେ ପ୍ରଥମ ଭାରତୀୟ ଭାବେ ବାଷ୍ଟନ୍ ଅଫ୍ ବ୍ରିଟିଶ୍‌ରେ ଗ୍ରହଣୀୟ ହୋଇଥିଲେ,[୧] ଯାହା ଲକ୍ଷ୍ନୌରେ ଥିବା ଲା ମାର୍ଟିନିଅର୍ ବାଳିକା ଉଚ୍ଚ ବିଦ୍ୟାଳୟ । ସେ ମଧ୍ୟ ସ୍ୱାଧୀନ ଭାବରତର ପ୍ରଥମ ମହିଳା ଭାବେ ଭାରତୀୟ ପ୍ରଶାସନିକ ଅଧିକାରୀ ଭାବେ ଯୋଗ ଦେଇଥିଲେ ।

ଈଶା ବସନ୍ତ ଯୋଶୀ
ଜନ୍ମ(1908-12-31)୩୧ ଡିସେମ୍ବର ୧୯୦୮
ଶିକ୍ଷାଲା ମାର୍ଟିର୍ ଗାର୍ଲ୍‌ସ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ପ୍ରଶାସନିକ ଅଧିକାରୀ, ଲେଖିକା

ଆଦ୍ୟ ଜୀବନ ଓ ଶିକ୍ଷା ସମ୍ପାଦନା

ଯୋଶୀ ୩୧ ଡିସେମ୍ବର ୧୯୦୮ରେ ଜନ୍ମ ହୋଇଥିଲେ । ସେ ପ୍ରଥମ ଭାରତୀୟ ବାଳିକା ଭାବେ ଲକ୍ଷ୍ନୌର ଲା ମାର୍ଟିନିଅର୍ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ । ସେ ଏହା ପରେ ଇସାବେଲା ଥବର୍ଣ୍ଣ ମହାବିଦ୍ୟାଳୟରେ ପଢ଼ିଥିଲେ ଓ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତ୍ତକୋତ୍ତର ଲାଭ କରିଥିଲେ । ପରେ ଉଚ୍ଚଶିକ୍ଷା ପାଇଁ ଯୁକ୍ତରାଜ୍ୟ ଯାଇଥିଲେ ଓ ଭାରତୀୟ ପ୍ରଶାସନିକ ସେବାର ଅଂଶ ହୋଇଥିଲେ ।

ବୃତ୍ତି ସମ୍ପାଦନା

ସ୍ୱାଧୀନ ଭାରତର ପ୍ରଥମ ମହିଳା ପ୍ରଶାସନିକ ଅଧିକାରୀ, ଈଶା ବସନ୍ତ ଯୋଶୀ ପ୍ରଥମେ ମାଜିଷ୍ଟ୍ରେଟ୍ ଓ ପରେ ଦିଲ୍ଲୀର ସ‌ହ କମିଶନର୍ ଭାବେ ନିଯୁକ୍ତି ପାଇଥିଲେ । ସେ ବ‌ହୁତ ବରିଷ୍ଠ ଓ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ପରେ ଜିଲ୍ଲା ଗ୍ୟାଜେଟ୍‌ର କମିଶନର୍ ଓ ରାଜ୍ୟ ସମ୍ପାଦକ ହୋଇଥିଲେ । ସେ ମଧ୍ୟ ଶିକ୍ଷା ମନ୍ତ୍ରଳାଳୟରେ କାମ କରିଥିଲେ । ପ୍ରଶାସନିକ ଅଧିକାରୀ ହେବା ସ‌ହ ସ, ୧୯୬୬ରେ ଅବସର ନେବାର କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ଏକ ପତ୍ରିକା ସମ୍ପାଦନା କରୁଥିଲେ । ଅବସର ନେବା ପରେ ସେ ପୁଣିଥରେ ଲେଖିବା ଆରମ୍ଭ କରିଥିଲେ ।ସେ ଏଶା ଯୋଶୀ ନାମରେ ବ‌ହୁତ ବ‌ହି ପ୍ରକାଶ କରିଛନ୍ତି ।

ମୁଖ୍ୟ କାର୍ଯ୍ୟ ସମ୍ପାଦନା

  • The Jewel in the Case and other stories, ISBN 81-7189-564-6 [୨]
  • Spindrift: Poems, ISBN 81-7189-562-X, 1994, Writers Workshop [୨]
  • Sanctuary, poems, 1987
  • included in: Narayan The Journal of Commonwealth Literature, 1995

ବ୍ୟକ୍ତିଗତ ଜୀବନ ସମ୍ପାଦନା

୨୦୦୪ରେ, ଏହା ପ୍ରକାଶ ପାଇଥିଲା ଯେ, ୯୬ ବର୍ଷୀୟ ବିଧବା ଈଶା ଯୋଶୀ, ଲକ୍ଷ୍ନୌର କାବିର୍ ମାର୍ଗରେ ଥିବା ସ୍ନୋ ହ୍ୱାଇଟ୍ ମାନ୍‌ସନ୍‌ର ସେବକ ଗୃହରେ ଦୂର ସମ୍ପର୍କୀୟଙ୍କ ପାଖରେ ଅଛନ୍ରି । ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାକୁ ଭିତରକୁ ନିଆଯାଇଥିଲା ।

ଆଧାର ସମ୍ପାଦନା

  1. Uncivil Treatment Shahira Naim The Tribune 14 November 2004, Chandigarh, India accessed July 2007
  2. ୨.୦ ୨.୧ Esha Joshi at Alibris.com accessed July 2007